ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଏବେ ସିଧା ଆକ୍ରମଣ ବନ୍ଦ ରହିଛି, ତେବେ ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ତୈଳ ରୁଟ୍ ହର୍ମୁଜ ପ୍ରଣାଳୀକୁ ନେଇ ଦ୍ୱନ୍ଦ୍ୱ ଆହୁରି ଗଭିର ହୋଇଛି। ବିଶ୍ୱର ୨୦ ପ୍ରତିଶତ ତୈଳ ଯୋଗାଣ ଏହି ରାସ୍ତାରେ ହୋଇଥାଏ। ଏଥିରେ ଏବେ ଇରାନ ସ୍ପଷ୍ଟ କରିଛି ଯେ ଯେଉଁ ପର୍ଯ୍ୟନ୍ତ ତାର ୭ ସର୍ତ୍ତକୁ ଗ୍ରହଣ କରାନଯାଇଛି ସେପର୍ଯ୍ୟନ୍ତ ସେ ହର୍ମୁଜ ରାସ୍ତାକୁ ଖୋଲିବ ନାହିଁ। ଅନ୍ୟପଟେ ଏହି ଅଞ୍ଚଳରେ ଆମେରିକା ନୌସେନାର ନାକାବନ୍ଦୀ ମଧ୍ୟ ଜାରି ରହିଛି।

ଇରାନ ସଂସଦ ବାଚସ୍ପତି ମହମ୍ମଦ ବାଗେର ଗଲିବାଫ ରବିବାର କହିଛନ୍ତି ଯେ ଆମେରିକା ସହିତ ଜୁନରେ ହୋଇଥିବା ଅନ୍ତରୀଣ ବୁଝାମଣାରେ ଧାର୍ଯ୍ୟ କରାଯାଇଥିବା ୭ ସର୍ତ୍ତ ପୁରା ହେବା ପର୍ଯ୍ୟନ୍ତ ହର୍ମୁଜ ପ୍ରଣାଳୀ ବନ୍ଦ ରହିବ। ଏହି ବୟାନ ସେତେବେଳେ ଆସିଛି ଯେତେବେଳେ ଆମେରିକା ମଧ୍ୟସ୍ଥଙ୍କ ଜରିଆରେ ନୂଆ ପ୍ରସ୍ତାବ ପଠାଇଛି। ଗଲିବାଫ କହିଛନ୍ତି ଯେ ଆମେରିକା ଗଣମାଧ୍ୟମରେ ଗୋଟେ କଥା କହୁଛି ଓ ପର୍ଦ୍ଦା ପଛପଟେ ଅନ୍ୟଗୋଟେ ପ୍ରସ୍ତାବ ଦେଉଛି। ତେବେ ଆମେରିକା ବୁଝିବା ଦରକାର ଯେ କଥାକୁ ଲମ୍ବା ଟାଣିବା ଓ ଏକତରଫା ସର୍ତ୍ତ ରଖିବାର ସମୟ ସମାପ୍ତ ହୋଇ ସାରିଛି।

ସେ କହିଛନ୍ତି ଯେ ଇରାନର ଆଭିମୁଖ୍ୟ ସମ୍ପୂର୍ଣ୍ଣ ସ୍ପଷ୍ଚ ଇସ୍ଲାମାବାଦରେ ହୋଇଥିବା ବୁଝାମଣା ଜ୍ଞାପନର ୭ ସର୍ତ୍ତ ପାଳନ ନ ହେଲେ ହର୍ମୁଜ ଖୋଲିବନି। ଇରାନ ଦ୍ୱାରା ଆମେରିକା ଆଗରେ ରଖା ଯାଇଥିବା ସର୍ତ୍ତରେ ସାମରିକ କାର୍ଯ୍ୟାନୁଷ୍ଠାନ ଉପରେ ସମ୍ପୂର୍ଣ୍ଣ ବିରାମ ଲଗାଇବା, ସାମୁଦ୍ରିକ ନାକାବନ୍ଦୀ ସମାପ୍ତ କରିବା, ଜବତ ଅଥବା ଫ୍ରିଜ ହୋଇଥିବା ଇରାନ ପାଣ୍ଠିକୁ ଜାରି କରିବା ଆଦି ରହିଛି। ଏହା ଛଡା ଇରାନ ତାର ତୈଳ ଓ ଉର୍ଜା ରପ୍ତାନୀ ଉପରେ ଲାଗିଥିବା କଟକଣାରେ ରିହାତି, ନିଜର ସାର୍ବ ଭୌମ ଅଧିକାରର ମାନ୍ୟତା ଓ ଇସ୍ଲାମାବାଦ ସର୍ତ୍ତ ପାଳନ କରିବାକୁ ଦାବି କରୁଛି। ସେହିପରି ସପ୍ତମ ସର୍ତ୍ତରେ ଇରାନ ତାର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଏକତରଫା ଚାପ ରୋକିବାକୁ ଦାବି କରୁଛି।

ଗଲିବାଫଙ୍କ ବ୍ୟତୀତ ବିଦେଶ ମନ୍ତ୍ରା ଅବାସ ଅରାଘଚୀ ରବିବାର ଭିନ୍ନ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଆମେରିକା ଇରାନର ସର୍ତ୍ତ ମାନି ନିଏ ତେବେ ୭ ଦିନ ମଧ୍ୟରେ ହର୍ମୁଜ ପ୍ରଣାଳୀକୁ ଦ୍ୱିତୀୟବାର ଖୋଲିଦିଆଯିବ। ତେହେରାନରେ ବିଦେଶ ରାଜଦୂତଙ୍କ ସହ କଥୋପକଥନରେ ଅରାଘଚୀ କହିଛନ୍ତି ଯେ ଇରାନ ତାର ସମସ୍ତ ସର୍ତ୍ତ ସ୍ପଷ୍ଟ ଭାବେ ଜଣାଇ ସାରିଛି ଓ ଏହା ଆମେରିକାର ସେହି ପ୍ରତିଶ୍ରୁତିରେ ରହିଛି ଯାହା ଆମେରିକାକୁ ମାନିବାକୁ ପଡିବ। ଏଥିରେ ଯଦି ଆମେରିକା ପୁଣି ଥରେ ସାମରିକ କାର୍ଯ୍ୟାନୁଷ୍ଠାନର ରାସ୍ତା ବାଛେ ତେବେ ଜବାବ ଦେବାକୁ ଇରାନ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଅରାଘଚୀ କହିଛନ୍ତି ଯେ ଆମେ ଆଶା କରୁଛୁ ଆମେରିକା କୂଟନୀତିକୁ ବାଛିବ। ଏଥିରେ ଯଦି ସେ ପୁଣି ଥରେ ଯୁଦ୍ଧ ଆଡକୁ ମୁହାଁଏ ତେବେ ଏଥିପାଇଁ ଆମେ ପୂର୍ବାପେକ୍ଷା ଅଧିକ ପ୍ରସ୍ତୁତ।

ଉଲ୍ଲେଖଯୋଗ୍ୟ ଯେ ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନାର ପ୍ରଭାବ ଅଶୋଧିତ ତୈଳ ବଜାର ଉପରେ ଦେଖା ଯାଉଛି। ବ୍ରେଣ୍ଟ କ୍ରୁଡ ବ୍ୟାରଲ ପିଛା ୧୦୨ ଡଲାରକୁ ପହଞ୍ଚିଥିବା ବେଳେ ଡବ୍ଲୁଟିଆଇ କ୍ରୁଡ ୯୨ ଓ ମର୍ବନ କ୍ରୁଡ ୧୧୦.୮ ଡଲାର ପ୍ରତି ଡଲାର ଟ୍ରେଣ୍ଡ କରୁଛି।