ମୁମ୍ଵାଇ ୨୮।୦୫; ଏବେ ବଡ଼ ଘୋଷଣା କରିଛି ମେଟା । ଯାହା ସୋସିଆଲ ମିଡିଆ ଏବଂ ମେସେଜିଂ ଆପ୍ ସହିତ ୟୁଜର୍ସଙ୍କ ଯୋଗାଯୋଗ ଉପରେ ସିଧାସଳଖ ପ୍ରଭାବ ପକାଇବ। ବର୍ତ୍ତମାନ Instagram, Facebook ଏବଂ WhatsApp ପାଇଁ ନୂଆ ପେଡ୍ ସବସ୍କ୍ରିପସନ୍ ପ୍ଲାନ ପ୍ରଚଳନ କରାଯାଇଛି। କମ୍ପାନୀ ସାରା ବିଶ୍ୱରେ ୟୁଜର୍ସଙ୍କ ପାଇଁ ଏହି ଯୋଜନାଗୁଡ଼ିକୁ ଆରମ୍ଭ କରିଛି । ଏକ ତାଲିକାରେ ଭାରତ ମଧ୍ୟ ଅନ୍ତର୍ଭୁକ୍ତ ଅଛି। Meta ବର୍ତ୍ତମାନ ଏହାର ଆପ୍ଗୁଡ଼ିକର "ପ୍ଲସ୍" ଭର୍ସନ ଲଞ୍ଚ କରୁଛି। ଯାହା ପେଡ୍ ସବସ୍କ୍ରାଇବରମାନଙ୍କୁ ଏକ୍ସକ୍ଲ୍ୟୁସିଭ୍ ଟୁଲ୍ସ ଏବଂ କଷ୍ଟମାଇଜେସନ୍ ଫିଚର୍ସ ଗୁଡ଼ିକ ମିଳିବ । ଯାହା ଆଉ ଫ୍ରି’ ଭର୍ସନରେ ଉପଲବ୍ଧ ହେବ ନାହିଁ।

Metaର ଏହି ପ୍ଲାନ ନିଜର ରୋଜଗାର ବୃଦ୍ଧି କରିବା ଲକ୍ଷ୍ୟ । ଏହି ପଦକ୍ଷେପ ସ୍ପଷ୍ଟ କରେ ଯେ କମ୍ପାନୀ ଆଉ କେବଳ ବିଜ୍ଞାପନ ଉପରେ ରାଜସ୍ୱର ପ୍ରାଥମିକ ଉତ୍ସ ଭାବରେ ନିର୍ଭର କରିବାକୁ ଚାହୁଁନାହିଁ। କମ୍ପାନୀ ଏବେ ଆୟ ସୃଷ୍ଟି ପାଇଁ ଏକ ନୂତନ ରାସ୍ତା ଚିହ୍ନଟ କରିଛି। କମ୍ପାନୀ ବର୍ତ୍ତମାନ ପ୍ରିମିୟମ୍ ଫିଚର୍ସ, ଉନ୍ନତ ଉପଭୋକ୍ତା ଅଭିଜ୍ଞତା ଏବଂ ବ୍ୟାପକ ଦର୍ଶକଙ୍କ ପାଖରେ ପହଞ୍ଚିବାର କ୍ଷମତା ବଦଳରେ ମାସିକ ଦେୟ କରିବାକୁ ଚାହୁଁଛି।

Facebook, Instagram ଏବଂ WhatsApp ପ୍ଲାନର ମୂଲ୍ୟ

Instagram Plus ଏବଂ Facebook Plus ପାଇଁ ମାସିକ ସବସ୍କ୍ରିପସନ୍ ଫି $3.99 (ପ୍ରାୟ ୩୮୭)ସ୍ଥିର କରାଯାଇଛି। ଏହି ସମୟରେ, WhatsApp Plus ପାଇଁ ମାସିକ ଶୁଳ୍କ $2.99 (ପ୍ରାୟ ୨୯୦) ରଖାଯାଇଛି। Meta ଏପର୍ଯ୍ୟନ୍ତ ଭାରତୀୟ ବଜାର ପାଇଁ ନିର୍ଦ୍ଦିଷ୍ଟ ମୂଲ୍ୟ ଘୋଷଣା କରିନାହିଁ।

WhatsApp ରେ ମିଳିବ ଅନେକ ଫିଚର୍ସ

ରିପୋର୍ଟ ଅନୁଯାୟୀ, WhatsApp Plus ଅନେକ ସ୍ୱତନ୍ତ୍ର ଫିଚର୍ସ ପ୍ରଦାନ କରିବ। ବ୍ୟକ୍ତିଗତ ମେସେଜିଂ ଅଭିଜ୍ଞତା ଉପରେ ବିଶେଷ ଧ୍ୟାନ ଦିଆଯିବ। WhatsApp ସବସ୍କ୍ରାଇବର୍ କଷ୍ଟମ୍ ଥିମ୍, ଅନନ୍ୟ ରିଙ୍ଗଟୋନ୍, ପ୍ରିମିୟମ୍ ଷ୍ଟିକର୍ ଏବଂ ଅଧିକ ସଂଖ୍ୟକ ଚାଟ୍ ପିନ୍ କରିବାର ଫିଚର୍ସ ମିଳିବ।

ସେହିପରି ଇନଷ୍ଟାଗ୍ରାମ ପ୍ଲସ୍ ଏବଂ ଫେସବୁକ୍ ପ୍ଲସ୍ ସବସ୍କ୍ରାଇବର୍ ଅନେକ ୟୁନିକ ଫିଚର୍ସ ପାଇବେ। ଇନଷ୍ଟାଗ୍ରାମ ପ୍ଲସ୍ ୟୁଜର୍ସ ସେମାନଙ୍କ ଷ୍ଟୋରୀ କେତେ ଥର ଦେଖାଯାଇଛି ସହଜରେ ଦେଖିପାରିବେ । ୟୁଜର୍ସ କ୍ଲୋଜ୍ ଫ୍ରେଣ୍ଡସ୍ ଫିଚରରୁ ଅଧିକ ବଢିଅଲିମିଟେଡ୍ ଷ୍ଟୋରି ଅଡିଏନ୍ସ ଲିଷ୍ଟ ତିଆରି କରିପାରିବ ଏବଂ ବିନା ଭ୍ୟୁୟର୍ସ ଲିଷ୍ଟରେ ଦେଖାଯାଇଥିବା ଷ୍ଟୋରୀ ପ୍ରିଭ୍ୟୁ ମଧ୍ୟ ଦେଖିପାରିବେ ।ୟୁଜର୍ସଙ୍କୁ ୨୪ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ସେମାନେ ସେମାନଙ୍କର ଷ୍ଟୋରୀ ଦେଖିବାର ଅପ୍ସନ ମିଳିବ । ଏହା ସହିତ ପ୍ରତି ସପ୍ତାହର ଗୋଟିଏ ଲେଖାଏଁ ଷ୍ଟୋରୀକୁ ସ୍ପଟ୍ଲାଇଟ୍ କରାଯାଇପାରିବ । ଫଳରେ ଅଧିକ ଭିଜିବିଲିଟି ପାଇପାରିବେ । ଆଉ ଏକ ସ୍ପେଶାଲ୍ ଫିଚର୍ସରେ ୟୁଜର୍ସ ସେମାନଙ୍କ ଷ୍ଟୋରୀ ଭ୍ୟୁଅର୍ସ ଲିଷ୍ଟ ସର୍ଚ୍ଚ କରିପାରିବେ ଯେ, କିଏ ସେମାନଙ୍କ ଷ୍ଟୋରୀ ଦେଖୁଛି ।

ମେଟା ଏହାର ପ୍ଲସ୍ ପ୍ଲାନରେ କିଛି କସମେଟିକ୍ ଅପଗ୍ରେଡ୍ ମଧ୍ୟ ସାମିଲ କରିବାକୁ ଯାଉଛି । ଇନଷ୍ଟାଗ୍ରାମ୍ ପ୍ଲସ୍ ୟୁଜର୍ସଙ୍କୁ ଆନିମେଟେଡ୍ ସୁପର ହାର୍ଟ ରିଆକ୍ସନ, କଷ୍ଟମ୍ ଆପ୍ ଆଇକନ୍, ବାୟୋ ପାଇଁ ୟୁନିକ୍ ଫଣ୍ଟସ୍ ଏବଂ ଅଧିକ ପ୍ରୋଫାଇଲ୍ ପିନ୍ ଭଳି ଫିଚର୍ସ ପାଇବେ । ମେଟାର ନୂତନ ସବସ୍କ୍ରିପସନ୍ ପ୍ଲାନ୍ଗୁଡ଼ିକ ମେଟାଭେରିଫାଇଡ୍ ଠାରୁ ଭିନ୍ନ ରହିବ।ମେଟାର ପ୍ଲାନଗୁଡିକ କେବଳ ସୋସିଆଲ ମିଡିଆ ଆପ୍ସ ପର୍ଯ୍ୟନ୍ତ ସୀମିତ ନୁହେଁ । କମ୍ପାନୀ ମେଟା ୱାନ୍ ନାମରୁ AI, କ୍ରିଏଟର୍ସ ଏବଂବିଜନେସ୍ ଫୋକସ୍ଡ ପ୍ଲାନ୍ ଉସ୍ଥାପନ କରିଛି । ମେଟା ଏାଇ ସବସ୍କ୍ରିପସନ୍ ପ୍ଲାନକୁ ୨ଟି ଟିୟରରେ ଉପସ୍ଥାପନା କରାଯାଇଛି ।

ମେଟା ୱାନ୍ ସବସ୍କ୍ରିପସନ୍ ପ୍ଲାନ ମୂଲ୍ୟ

ଗୋଟିଏ ହେଲା ମେଟା ୱାନ୍ ପ୍ଲସ୍ ପ୍ଲାନ୍ । ଯାହାର ପ୍ରାଇସ୍ ୭୭୫ ଟଙ୍କା । ଯାହାର ବ୍ୟବହାର ଇମେଜ୍ ବନାଇବା, ଭିଡିଓ ବନାଇବା ଏବଂ ଲମ୍ବା ରିଜନିଙ୍ଗ ଟାକ୍ସ କମ୍ପ୍ଲିଟ୍ କରିବାରେ କରାଯାଇଥାଏ । ଦ୍ବିତୀୟଟି ହେଲା ମେଟା ୱାନ୍ ପ୍ରିମିୟର । ଯାହାର ପ୍ରାଇସ୍ ୧୯୩୯ ଟଙ୍କା । ଯେଉଁଥିରେ ମେଟା ୱାର ସମସ୍ତ ଫିଚର୍ସ ମିଳିଥାଏ । ଯାହାର ୟୁଜ୍ ଲିମିଟ୍ ଅଧିକ ହୋଇଥାଏ । ମେଟା ଏଆଇ ଚାଟବଟର ଫ୍ରି ୟୁଜିଂ ଜାରି ରହିବ । ଯେଉଁମାନେ ଇମେଜ ଏବଂ ଭିଡିଓ ବନାଇବାରେ ଅଧିକ ୟୁଜ୍ କରନ୍ତି ତେବେ ଲିମିଟେଡ୍ ଟାଇମ୍ ପ୍ଲାନ୍ କରାଯିବ ।

ମେଟା କ୍ରିଏଟର ଏବଂ ବ୍ୟବସାୟ ପାଇଁ ନୂତନ ସବସ୍କ୍ରିପସନ୍ ପ୍ଲାନ୍ ମଧ୍ୟ ପ୍ରଚଳନ କରୁଛି, ଯେଉଁଥିରେ ମେଟା ୱାନ୍ ଏସେନ୍ସିଆଲ୍ସ ଏବଂ ମେଟା ୱାନ୍ ଆଡଭାନ୍ସଡ୍ ଅନ୍ତର୍ଭୁକ୍ତ। Meta One Escentialର ମନ୍ଥଲି ପ୍ରାଇସ୍ ୧୪୫୪ ଟଙ୍କା । ଯେଉଁଥିରେ ଭେରିଫିକେସନ୍ ବେନିଫିଟ୍ସ, ଭଲ ପ୍ରୋଫିଟ୍ସ ଲିଙ୍କ୍ ଭଳି ପିଚର୍ସ ସୁବିଧା ରହିଛି । ଏହା ବ୍ୟତୀତ କ୍ରିଏଟର ଅଲଗା ଅଲଗା ପ୍ଲାଟଫର୍ମରେ ଏବଂ ୱେବ୍ ପୋର୍ଟାଲରେ ପ୍ରମୋଟ କରାଯାଇପାରିବ ।ମେଟା ୱାନ୍ ଆଡଭାନ୍ସଡ୍ ପ୍ଲାନ୍ ଇନପ୍ଲୁଏନ୍ସର ଏବଂ ବିଜନେସ୍ ପାଇଁ ଡିଜାଇନ୍ କରାଯାଇଛି । ସବସ୍କ୍ରାଇବର୍ସ ଫେସବୁକ୍ ଫିଡ୍ ଏବଂ ସର୍ଚ୍ଚ ରେଜଲ୍ଟ ଭଳି ପ୍ରାଥମିକତା ଭଳି ୟୁନିକ୍ ଫିଚର୍ସ ମିଳିବ ।