ନୂଆଦିଲ୍ଲୀ: ଆର୍ଜେଣ୍ଟିନାର ଦିଗ୍ଗଜ ଫୁଟବଲର ଲିୟୋନଲ ମେସି ଅନ୍ତର୍ଜାତୀୟ ଫୁଟବାଲରୁ ସନ୍ୟାସ ଘୋଷଣା କରିଛନ୍ତି। ଏ ନେଇ ସେ ୩ ପୃଷ୍ଠାର ଏକ ଚିଠି ଲେଖିଥିବା ବେଳେ ଏଥିରେ ଫୁଟବଲରୁ ତାଙ୍କର ସନ୍ୟାସ କଥା ଲେଖିଛନ୍ତି। ମେସିଙ୍କ ଏପରି ଅଚାନକ ସନ୍ୟାସ ଘୋଷଣା ବିଶ୍ୱ ଫୁଟବଲ ଜଗତକୁ ଆଶ୍ଚର୍ଯ୍ୟ କରିଛି। ସେ ଲେଖିଛନ୍ତି ଯେ ମୁଁ ବେଶ୍ ବିଚାର କରିବା ପରେ ଏହି ନିଷ୍ପତ୍ତିରେ ଉପନୀତ ହୋଇଛି ଯେ ମୁଁ ନ୍ୟାସନାଲ ଟିମ୍ ରୁ ରିଟାୟାର ନେଉଛି। ଫିଫା ୱାର୍ଲଡ କପରେ ଆର୍ଜେଣ୍ଟିନାର ପରାଜୟ ପରେ ସେ ଏଭଳି ନିଷ୍ପତ୍ତି ନେଇଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ମେସି ଲେଖିଛନ୍ତି ଯେ ‘ଏହା ଏକ ଏପରି ନିଷ୍ପତ୍ତି ଯେଉଁଥିରେ ମୁଁ ନିଜେ ମଧ୍ୟ ଦୁଃଖିତ। ହେଲେ ଅବସର ନେବା ପାଇଁ ଏହା ହିଁ ଠିକ ସମୟ ବୋଲି ମୁଁ ବୁଝି ପାରୁଛି। ତେବେ ସେ କହିଛନ୍ତି ଯେ ଫୁଟବଲ ପାଇଁ ମୁଁ ମୋର ସବୁକିଛି ଦେଇଛି, ମୁଁ ସର୍ବଦା ଏହି ଜର୍ସି ପାଇଁ ସଂଘର୍ଷ କରିଛି ଓ ଫୁଟବଲ ମାଧ୍ୟମରେ ଆପଣ ଆର୍ଜେଣ୍ଟେନୀୟ ହୋଇଥିବାରୁ ଯେପରି ଗର୍ବିତ ହୁଅନ୍ତି ଓ ମୁଁ ଆପଣମାନଙ୍କୁ ଖୁସି କରିପାରେଏଥି ପାଇଁ ପଡିଆରେ ମୋର ସମସ୍ତ ସାମର୍ଥ୍ୟ ଲଗାଇ ଦେଇଛି।’

ସେ ଲେଖିଛନ୍ତି ଯେ ସମୟ ବିତିବା ସହିତ ଅଧ୍ୟାୟ ସମାପ୍ତ ହୁଏ,ହେଲେ ଏହା ଏକ ଏପରି ଅଧ୍ୟାୟ ଯାହା ମୋତେ ବହୁତ ଦୁଃଖି କରୁଛି। ମୁଁ ନ୍ୟାସନାଲ ଟିମର ଅଂଶ ହୋଇ ରହେ ଏହା ମୋର ସବୁଠୁ ବଡ଼ ପସନ୍ଦ, ଏହା ମୋ ପାଇଁ ସବୁବେଳେ ପସନ୍ଦ ଥିଲା ଓ ଆଗକୁ ବି ରହିବ। ହେଲେ ଏବେ ମୋ ପାଖରେ ଦେବା ପାଇଁ ଆଉ କିଛି ନାହିଁ। ଏହା ଛଡା ମୋଠୁ ବି ଭଲ ଯୁବ ଖେଳାଳି ମଧ୍ୟ ଆସୁଛନ୍ତି। ଏମାନେ ମଧ୍ୟ ସୁଯୋଗ ପାଇବାକୁ ହକଦାର ବୋଲି ମେସି ଲେଖିଛନ୍ତି। ମେସି ଗତ ୨୦ ବର୍ଷରେ ତାଙ୍କୁ ମିଳିଥିବା ଫ୍ୟାନ୍ସ ଓ ଦେଶବାସୀଙ୍କ ଭଲପାଇବା ପାଇଁ ଧନ୍ୟବାଦ ଜଣାଇଛନ୍ତି। କହିଛନ୍ତି ଷ୍ଟାଡିୟମରେ ଖେଳୁଥିବା ବେଳେ ଆପଣମାନଙ୍କ ଉତ୍ସାହ ମୋର ମନେ ପଡିବ। ଏବେ ମୁଁ ମଧ୍ୟ ଆପଣଙ୍କ ମଧ୍ୟରେ ଜଣେ ହୋଇଯିବି। ଫିଲ୍ଡରୁ ବାହାରେ ରହି ମୁଁ ଏବେ ଖେଳାଳିଙ୍କୁ ଚିୟର ଓ ସପୋର୍ଟ କରିବି।

ଜଣେ ଫୁଟବଲର ହେବାରେ ମୋର ପରିବାରର ସହଯୋଗ ପାଇଁ ଧନ୍ୟବାଦ ଜଣାଉଛି। ଅହ୍ୱାନପୂର୍ଣ୍ଣ ଯାତ୍ରାରେ ପରିବାର ମୋର ସାଥ ଦେଇଥିବାରୁ ଏହି ଧନ୍ୟବାଦ ଜଣାଉଛି। ସେହିପରି କୋଚ୍, ଟିମ ସାଥୀ ଓ ଅଧିକାରୀଙ୍କୁ ମଧ୍ୟ ମେସି ଧନ୍ୟବାଦ ଜଣାଇଛନ୍ତି। ସେ ଲେଖିଛନ୍ତି ଯେ ମୁଁ ମୋ ସହ କେବେ ଭୁଲି ନ ହେବା କ୍ଷଣର ସ୍ମୃତିକୁ ନେଇ ଯାଉଛି। ମୁଁ ଏହି ଶାନ୍ତି ଓ ଗର୍ବର ସହ ଯାଉଛି ମୋ ସାଥୀଙ୍କ ସହ ମିଶି ମୁଁ ଆପଣଙ୍କୁ ଏପରି କ୍ଷଣ ଦେଇଛି ଯାହାର ମୁଁ କେବେ କେବଳ ସ୍ୱପ୍ନ ଦେଖିଥିଲି। ଆପଣ ସମସ୍ତଙ୍କ ସହ ଏହି ଅନୁଭବ ସେୟାର କରିବା ବାସ୍ତବିକ ଅଦଭୂତ। ମୁଁ ଆପଣ ସମସ୍ତଙ୍କୁ ଭଲ ପାଉଛି।