ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ମଧ୍ୟରେ ପୁଣି ଥରେ ସାକ୍ଷାତ ଆଲୋଚନା ହୋଇଛି । ଫ୍ରାନ୍ସର ଏଭିଆନ୍ (Evian) ସହରରେ ଆୟୋଜିତ ଜି-୭ (G7) ଶିଖର ସମ୍ମିଳନୀ ଅବସରରେ ଦୁଇ ନେତାଙ୍କ ମଧ୍ୟରେ ଏହି ଅନୌପଚାରିକ ଆଲୋଚନା ହୋଇଛି, ଯାହା ସାରା ବିଶ୍ୱର ଗଣମାଧ୍ୟମ ଏବଂ ସୋସିଆଲ ମିଡିଆର ଦୃଷ୍ଟି ଆକର୍ଷଣ କରିଛି । ଏହି ସାକ୍ଷାତକାର ସମୟରେ ପ୍ରଧାନମନ୍ତ୍ରୀ ମେଲୋନି ହସିହସି ପୂର୍ବରୁ ଇଣ୍ଟରନେଟରେ ଭାଇରାଲ ହୋଇଥିବା "ମେଲୋଡି ମୁମେଣ୍ଟ" (Melodi Moment) ପ୍ରସଙ୍ଗ ଉଠାଇଥିଲେ। ସାକ୍ଷାତକାରର ସାମ୍ନାକୁ ଆସିଥିବା ଏକ ଭିଡିଓରେ ଦେଖାଯାଇଛି ଯେ, ଜର୍ଜିଆ ମେଲୋନି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରି କହିଥିଲେ, ‘ଆପଣଙ୍କ ସହ ପୁଣି ଥରେ ଦେଖାହୋଇ ବହୁତ ଖୁସି ଲାଗିଲା, ଆମେ ଦୁହେଁ ଇନଷ୍ଟାଗ୍ରାମରେ ସବୁଠାରୁ ଅଧିକ ଚର୍ଚ୍ଚିତ।’

ନିକଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଇଟାଲୀ ଗସ୍ତ ସମୟରେ ଉଭୟ ନେତା ଏକ ସେଲଫି ଭିଡିଓ ସେୟାର କରିଥିଲେ। ଏହି ଭିଡିଓରେ ମୋଦୀ ମେଲୋନିଙ୍କୁ ‘ମେଲୋଡି ଚକୋଲେଟ୍’ ଉପହାର ଦେଉଥିବା ଦେଖିବାକୁ ମିଳିଥିଲା । ଏହି ପୋଷ୍ଟ ସୋସିଆଲ ମିଡିଆରେ ଖୁବର ଭାଇରାଲ ହୋଇଥିଲା ଏବଂ ଏହି ଭିଡିଓକୁ ୧୦ ମିଲିୟନରୁ ଅଧିକ ଲାଇକ ମିଳିଥିଲା । ଏହା ପୂର୍ବରୁ ମେ ୧୯-୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଟାଲୀକୁ ଏକ ସରକାରୀ ଗସ୍ତରେ ଯାଇଥିଲେ। ସେହି ଦ୍ୱିପାକ୍ଷିକ ଆଲୋଚନା ସମୟରେ ଭାରତ ଏବଂ ଇଟାଲୀ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ସୁରକ୍ଷା, ଗୁରୁତ୍ୱପୂର୍ଣ୍ଣ ଖଣିଜ ସମ୍ପଦ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରକୁ ନେଇ ପ୍ରାୟ ୧୫ଟି ପ୍ରମୁଖ ଚୁକ୍ତିନାମା ସ୍ୱାକ୍ଷରିତ

ଜି-୭ ଶିଖର ସମ୍ମିଳନୀର ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଜର୍ଜିଆ ମେଲୋନିଙ୍କ ଏହି ବନ୍ଧୁତ୍ୱପୂର୍ଣ୍ଣ ବାର୍ତ୍ତାଳପ ଦର୍ଶାଉଛି ଯେ, ବର୍ତ୍ତମାନ ସମୟରେ ଭାରତ ଓ ଇଟାଲୀର ସମ୍ପର୍କ କେବଳ କୂଟନୈତିକ ସ୍ତରରେ ନୁହେଁ, ବରଂ ବ୍ୟକ୍ତିଗତ ନେତୃତ୍ୱ ସ୍ତରରେ ମଧ୍ୟ ଅତ୍ୟନ୍ତ ସଦୃଢ଼ ରହିଛି ।

'ମେଲୋଡି ମୁହୂର୍ତ୍ତ' ଭାଇରାଲ ହୋଇଥିଲା

ଇଟାଲୀ ଗସ୍ତ ସମୟରେ, ଦୁଇ ନେତାଙ୍କ ମଧ୍ୟରେ ଏକ "ମେଲୋଡି" ମୁହୂର୍ତ୍ତ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ମେଲୋନିଙ୍କୁ ଏକ "ମେଲୋଡି" ଟଫି ଉପହାର ଦେଇଥିଲେ। ମେଲୋନି ହସି ହସି ଏହାକୁ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଏବଂ ପ୍ରିୟ ଉପହାର ଭାବରେ ବର୍ଣ୍ଣନା କରିଥିଲେ। ମେଲୋନି ନିଜେ ଏହି ମୁହୂର୍ତ୍ତର ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। କିଛି ଘଣ୍ଟା ମଧ୍ୟରେ, ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।