ସମ୍ବଲପୁର ୮।୭: ମହାନଦୀ ବନ୍ୟା ଜଳ ପରିଚାଳନାକୁ ନେଇ ଚାପରେ ଛତିଶଗଡ । କେନ୍ଦ୍ର ଜଳଶକ୍ତି ବିଭାଗ ଚାପରେ ଆନ୍ତରାଜ୍ୟ ବନ୍ୟା ଜଳ ପରିଚାଳନା ବୈଠକରେ ଯୋଗ ଦେଲା ଛତିଶଗଡ । ହୀରାକୁଦ ଅଶୋକ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ମହାନଦୀ ଜଳ ପରିଚାଳନା ପାଇଁ ଛତିଶଗଡ ଓ ଓଡ଼ିଶା ମଧ୍ୟରେ ଆଲୋଚନା ଚାଲିଛି । ବୈଠକରେ ଓଡ଼ିଶା ଜଳସମ୍ପଦ ବିଭାଗ ସହ ଛତିଶଗଡ଼ ଜଳ ସମ୍ପଦ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଅଛନ୍ତି ।

ଏହାସହ କେନ୍ଦ୍ରୀୟ ଜଳ ଆୟୋଗର ଅଧିକାରୀ ମାନେ ମଧ୍ୟ ଅଛନ୍ତି । ଆସନ୍ତକାଲି ହୀରାକୁଦ ବନ୍ୟାଜଳ ନିଷ୍କାସନ ପୂର୍ବରୁ ଏହି ବୈଠକ ଅତି ଗୁରୁତ୍ୱ ବହନ କରୁଛି । ଦୀର୍ଘ ବର୍ଷ ପରେ ତଥ୍ୟ ଆଦାନ ପ୍ରଦାନ ନେଇ ଏହି ବୈଠକ ହେଉଛି । ତେବେ କଲମାର ୬୧ଟି ଗେଟ୍ ଖୋଲାଥିବା ବେଳେ ଆଉ ୫ଟି ଗେଟ୍ ବନ୍ଦ ରହିଛି ।

Also Read:- ଜନସଂଖ୍ୟା ଅନୁସାରେ ପୋଲିସ ବିଭାଗରେ ମାନବ ସମ୍ବଳ କମ୍, ୩୩ ହଜାର କର୍ମଚାରୀଙ୍କ ଆବଶ୍ୟକତା ଅଛି

ଅନ୍ୟ ବର୍ଷ ଗୁଡିକରେ ଛତିଶଗଡ ବୈଠକରେ ଭାଗ ନେଉନଥିବା ବେଳେ ଏଥର ଭାଗ ନେଉଥିବା କେନ୍ଦ୍ରୀୟ ଜଳ ଆୟୋଗର ମୁଖ୍ୟଯନ୍ତ୍ରୀ କହିଛନ୍ତି । ସେପଟେ ଛତିଶଗଡ ଜଳ ସମ୍ପଦ ବିଭାଗର ପ୍ରତିନିଧି ତଥା SE ଏହାକୁ ଖଣ୍ଡନ କରିଛନ୍ତି । ଏହାସହ ବନ୍ୟା ଜଳ ପରିଚାଳନା ନେଇ ଆଗକୁ ସମସ୍ତ ତଥ୍ୟ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ଏହାସହ ମହାନଦୀ ଜଳ ବିବାଦ ସମ୍ପର୍କରେ କୌଣସି ମତ ରଖିବାକୁ ଛତିଶଗଡ଼ ଜଳ ସମ୍ପଦ ବିଭାଗ ପ୍ରତିନିଧି ମନାକରି ଦେଇଛନ୍ତି । ତେବେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟର ଚାପରେ ଛତିଶଗଡ ଏହି ବୈଠକକୁ ଆସିଥିବା ବେଳେ ଆଗକୁ ରାୟପୁରରେ ବୈଠକ ହେବ ।