ଆଠଗଡ଼ ୨୩।୦୩ : ଟାଟା ମୋଟର୍ସରେ ଭୟାବହ ଅଗ୍ନିକାଣ୍ଡ । ପୁରା ଅଞ୍ଚଳରେ କଳା ଧୁଆଁର ଆସ୍ତରଣ । ଆଠଗଡ଼ ଖୁଣ୍ଟୁଣୀ ସ୍ଥିତ ଟାଟା ମୋଟର୍ସ ଓ୍ୱାର୍କସପ୍‌ରେ ଲାଗିଛି ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଲିଭା ଚାଲିଛି ଜୋରଦାର ଉଦ୍ୟମ ।

Also Read:-ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ରାଜ୍ୟରେ ୧୫ ମାଓବାଦୀ ଅଛନ୍ତି

ଖବର ଅନୁଯାୟୀ, ସୋମବାର ଦିନ ଖୁଣ୍ଟୁଣୀ ସ୍ଥିତ ଟାଟା ମୋଟର୍ସ ଓ୍ୱାର୍କସପ୍‌ରେ ଲାଗିଛି ଭୟଙ୍କର ଅଗ୍ନିକାଣ୍ଡ । ଟାଟା ମୋଟରରେ ଥିବା ଏକ ଟ୍ରକ ଏବଂ ସ୍କାର୍ପରେ ଲାଗିଛି ନିଆଁ । ଦେଖୁ ଦେଖୁ ନିଆଁ କ୍ଷୀପ୍ର ଗତିରେ ବ୍ୟାପିବାରେ ଲାଗିଥିଲା । ପୁରା ଅଞ୍ଚଳରେ ଖେଳିଯାଇଥିଲା କଳା ଧୁଆଁର ଆସ୍ତରଣ । ସେପଟେ ନିଆଁ ଲିଭାଇବା ପାଇଁ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ କରୁଛି । ବର୍ତ୍ତମାନ ଯାଏଁ କେତେ ପରିମାଣର କ୍ଷତି ହୋଇଛି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ସୌଭାଗ୍ୟବଶତଃ ଏତେ ବଡ଼ ଅଗ୍ନିକାଣ୍ଡରେ କାରଣ କୌଣସି କ୍ଷତି ହୋଇନାହିଁ ।