ଭୁବନେଶ୍ୱର ୨୮।୦୨ : ରାଜ୍ୟସଭା ପାଇଁ କିଏ ପ୍ରାର୍ଥୀ ହେବ । ତାର ନିଷ୍ପତ୍ତି ପାର୍ଲିଆମେଣ୍ଟ ବୋର୍ଡ ନେବ । ଆଲୋଚନା ପରେ ଖୁବଶୀଘ୍ର ଘୋଷଣା କରାଯିବ ପ୍ରାର୍ଥୀ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସଂସଦୀୟ ବୋର୍ଡ ହେଉଛି ଆମର ସର୍ବୋଚ୍ଚ । ଆମକୁ ଯାହାର ନାମ ଉପରେ କନ୍‌ଫରମେସନ ମିଳିବ । ଆମେ ତାର ନାଁକୁ ଘୋଷଣା କରିବାକୁ । ଆମକୁ ସଂସଦୀୟ ବୋର୍ଡ ଯେଉଁ ମତାମତ ମାଗିଥିଲେ, ଆମେ ସେହି ସବୁ ଦେଇସାରିଛୁ । ସଂସଦୀୟ କମିଟି ନିଷ୍ପତ୍ତି ନେବ, କିଏ ରାଜ୍ୟସଭା ଯିବ । ବୈଠକ ପରେ ଘୋଷଣା ହେବ ପ୍ରାର୍ଥୀଙ୍କ ନାଁ ।  ଆମ ପାର୍ଟି ଆଞ୍ଚଳିକ ଦଳ ନୁହେଁ । ଏହା ଏକ ସର୍ବଭାରତୀୟ ଦଳ । ସଂସଦୀୟ କମିଟି ଶେଷ ନିଷ୍ପତ୍ତି ନେବ ।

ସେହିପରି ବିଜେଡି ଦଳ କଣ ଷ୍ଟ୍ରାଟେଜି କରିବ । ତାହା ନିଷ୍ପତ୍ତି ବିଜେଡି ହିଁ ନେବ । ତେଣୁ ତାଙ୍କୁ ପଚାରନ୍ତୁ । କଂଗ୍ରେସର ସଂଖ୍ୟା ନାହିଁ, ସେ କିପରି ପ୍ରାର୍ଥୀ ଦେବ ।