ଭୁବନେଶ୍ବର ୧୨।୭: ଝାରସୁଗୁଡାରେ ବିଜେପି କନ୍ଦଳ ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି । ବିଜେପିରେ ସମସ୍ତେ ଏକ ହୋଇ କାମ କରୁଛନ୍ତି । ଆମେ ଏକ ହୋଇ ନଥିଲେ ଖଣ୍ଡେ ଭୋଟ୍ ମିଳିନଥାନ୍ତା । ଏକାଠି ଅଛୁ ବୋଲି ସରକାର କରିଛୁ ଓ ୨୦ ସାଂସଦ ଜିତିଛୁ ବୋଲି ମନମୋହନ କହିଛନ୍ତି ।

Also Read:- ପୋକା ବାଇଗଣ କେତେ ଆସିବେ କେତେ ଯିବେ, ଦଳକୁ କିଛି ଫରକ ପଡ଼ିବନି

ମନମୋହନ କହିଛନ୍ତି, ଆମ ଦଳରେ ବିବାଦ ନାହିଁ କି ଝଗଡା ନାହିଁ । ଦଳରେ କୌଣସି କନ୍ଦଳ ନାହିଁ । ଭାଇରାଲ ଭିଡିଓକୁ ଆମେ ବିଶ୍ୱାସ କରୁନାହୁଁ ବସ୍ତୁ ସ୍ଥିତିକୁ ଯାଆନ୍ତୁ । ଅନେକ ଲୋକ କହୁଥିଲେ ଭାରତୀୟ ଜନତା ପାର୍ଟି ସରକାର କ’ଣ କରିବ । ଲୋକ ଚାହିଁଲେ ସରକାର ହେଲା, ତେଣୁ ବସ୍ତୁ ସ୍ଥିତିକୁ ଯିବାକୁ ପଡିବ । ଗାଁ ଗହଳିରେ ଦେଖନ୍ତୁ ବସ୍ତୁ ସ୍ଥିତି କେମିତି ଅଛି । ଲୋକ ବିଜେପିକୁ ଭଲ ପାଉଛନ୍ତି କି ନାହିଁ ତାହା ଦେଖନ୍ତୁ । ସମସ୍ତେ ଏକ ହୋଇ କାମ କରୁଛନ୍ତି । ଆମେ ଏକ ହୋଇ ନଥିଲେ ଖଣ୍ଡେ ଭୋଟ୍ ମିଳିନଥାନ୍ତା । ଏକାଠି ଅଛୁ ବୋଲି ସରକାର କରିଛୁ ଓ ୨୦ ସାଂସଦ ଜିତିଛୁ ବୋଲି ମନମୋହନ କହିଛନ୍ତି ।

Watch Video: