ସୁବର୍ଣ୍ଣପୁର: ସ୍ବାମୀକୁ ହତ୍ୟା କରିବାକୁ ନିଜ ମଙ୍ଗଳ ସୁତ୍ର ବନ୍ଧା ପକାଇ ସୁପାରି ଦେଇଥିଲା ସ୍ୱାମୀ। ସ୍ୱାମୀ ମରିବା ଆଗରୁ ନିଜ ବେକରୁ ନିଜ ହାତରେ କାଢି ଦେଇଥିଲା ମଙ୍ଗଳସୁତ୍ର। ଏମିତି କରିବା ପଛରେ ଥିଲା ସ୍ତ୍ରୀର ପରକୀୟା ପ୍ରୀତି। ସେଥିପାଇଁ ସ୍ୱାମୀକୁ ଗୁଳି କରି ହତ୍ୟା କରିବାକୁ ଦେଇଥିଲା ସୁପାରୀ। ଏବେ ଏହାର ପର୍ଦ୍ଦାଫାଶ କରିଛି ସୋନପୁର ପୋଲିସ।

Also Read:-ବାତ୍ୟା ବର୍ଷାରେ ବାଲିଯାତ୍ରା ପ୍ରସ୍ତୁତିକୁ ଝଟକା, ପଡ଼ିଆରେ ସ୍ଥିତି ସଙ୍ଗୀନ ?

ସ୍ତ୍ରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ପାଙ୍କେଲ୍ ଛକ ନିକଟରେ ଗତ ୧୭ ତାରିଖ ରାତିରେ ଘଟିଥିବା ହତ୍ୟା ଘଟଣାର ପର୍ଦ୍ଦାଫାଶ କଲା ସୁବର୍ଣ୍ଣପୁର ପୋଲିସ। ବ୍ରାହ୍ମଣୀପାଲି ଗାଁର ସୁଦାମ ନାଗଙ୍କୁ ବିଚ୍ ରାସ୍ତାରେ ଗୁଳି କରି କରାଯାଇଥିଲା ହତ୍ୟା । ଘଟଣାକୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସୁବର୍ଣ୍ଣପୁର ଆରକ୍ଷୀ ଅଧୀକ୍ଷକ।