ନୂଆଦିଲ୍ଲୀ, ୨୦।୧୧ : ପରଲୋକରେ ଯୋଗୀଙ୍କ ମାଆ । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମାଆ ସାବିତ୍ରୀ ଦେବୀଙ୍କ ଦେହାନ୍ତ ହୋଇଯାଇଛି । ସେ ୯୧ ବର୍ଷରେ ପ୍ରାଣ ହରାଇଛନ୍ତି । ବାର୍ଦ୍ଧକ୍ୟ ଜନିକ ରୋଗରେ ସେ ଦୀର୍ଘଦିନ ହେବ ପୀଡିତ ଥିଲେ । ଉତ୍ତରାଖଣ୍ଡର ଗଢଓ୍ୱାଲ ଜିଲ୍ଲାର ପଞ୍ଚୁର ଗ୍ରାମରେ ତାଙ୍କର ଦେହାନ୍ତ ହୋଇଥିବା ଜଣା ପଡିଛି ।

ସାବିତ୍ରୀ ଦେବୀ ଗଢଓ୍ୱାଲ ଜିଲ୍ଲାର ପଞ୍ଚୁର ଗ୍ରାମରେ ରହୁଥିଲେ । ଏହା ଯୋଗୀଙ୍କ ପୈତୃକ ଗ୍ରାମ ଅଟେ । ତାଙ୍କ ପରିବାର ମଧ୍ୟ ଏହି ଗ୍ରାମ ସହ ଜଡିତ ଅଟନ୍ତି ।

ଯୋଗୀ ନିଜେ ଉତ୍ତରାଖଣ୍ଡରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିଲାଦିନ ପଞ୍ଚୁର ଗ୍ରାମରେ ବିତିଥିଲା । ତାଙ୍କ ପିତା ଆନନ୍ଦ ସିଂଙ୍କ ୨୦୨୦ରେ ପରଲୋକ ହୋଇ ସାରିଛି । ୨୦୨୨ ମେ ମାସରେ ଯୋଗୀ ଦୀର୍ଘ ବର୍ଷ ପରେ ପୈତୃକ ଗ୍ରାମକୁ ଯାଇଥିଲେ । ଏଠାରେ ସେ ମା ସାବିତ୍ରୀ ଦେବୀଙ୍କୁ ସାକ୍ଷାତ କରିଥିଲେ ।

Also Read :- ରାଜସ୍ଥାନରେ ବିଜେପିକୁ ଝଟକା ! ପଞ୍ଚାୟତ ନିର୍ବାଚନରେ ଆଗରେ କଂଗ୍ରେସ, ପଛରେ ବିଜେପି ପ୍ରାର୍ଥୀ

ସେହି ସମୟରେ ଯୋଗୀ ମାଆଙ୍କଠୁ ଆଶୀର୍ବାଦ ନେଇଥିଲେ । ଯାହାର ଫଟୋ ସାମ୍ନାକୁ ଆସିଥିଲା । ଏହାପରେ ୨୦୨୪ରେ ଯୋଗୀ ଋଷିକେଶ ଏମ୍ସରେ ମାଆଙ୍କୁ ଭେଟିଥିଲେ । ସେହି ସମୟରୁ ସାବିତ୍ରୀ ଦେବୀ ଅନେକ ବର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ତେବେ ସାବିତ୍ରୀ ଦେବୀଙ୍କ ଦେହାନ୍ତରେ ଅନେକ ବିଜେପି ନେତା, କର୍ମୀ ଶୋକବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।