Mamata loses to Suvendu Adhikari: ପୁଣିଥରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ହାରିଲେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ।ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ବିଧାନସଭା ଆସନରୁ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୫,୧୧୪ ରୁ ଅଧିକ ଭୋଟରେ ପରାସ୍ତ ହୋଇଛନ୍ତି। ୧୬ ରାଉଣ୍ଡ ଗଣନା ପରେ,ଭବାନୀପୁର ଆସନରେ ମମତା ବାନାର୍ଜୀ ଶୁଭେନ୍ଦୁଙ୍କ ଠାରୁ ୫୫୪ ଭୋଟରେ ପଛରେ ପଡ଼ିଯାଇଥଲେ। ଆଉ ଚାରି ରାଉଣ୍ଡ ଗଣନା ପରେ ଏବେ ଚିତ୍ର ସ୍ପଷ୍ଟ ହୋଇଛି।

ଭବାନୀପୁରରେ ମମତା ବାନାର୍ଜୀଙ୍କୁ ବଡ଼ ଭୋଟ ବ୍ୟବଧାନରେ ପରାସ୍ତ କରିବା ପରେ ଶୁଭେନ୍ଦୁ ଅଧିକାରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସମଗ୍ର ହିନ୍ଦୁ ସମ୍ପ୍ରଦାୟ ଧ୍ରୁବୀକରଣ ହୋଇଯାଇଥିଲା। ଯେଉଁଥିପାଇଁ ପଶ୍ଚିମବଙ୍ଗରେ ବିଜେପିର ଏତେ ବଡ଼ ବିଜୟ ସମ୍ଭବ ପୋଇପାରିଛି।

ମିଡିଆକୁ ପ୍ରତିକ୍ରିାୟ ଦେଇ ଶୁଭେନ୍ଦୁ କହିଛନ୍ତି "ଆମେ ଗୋଟିଏ ବି ମୁସଲିମ ଭୋଟ ପାଇଲୁ ନାହିଁ। ଏହି ବିଜୟର ଶ୍ରେୟ ଜନସାଧାରଣଙ୍କୁ ଯାଏ। ମମତା ବାନାର୍ଜୀଙ୍କୁ ପରାସ୍ତ କରିବା ଜରୁରୀ ଥିଲା। ଏହି ବିଜୟ ବଙ୍ଗଳାର ବିଜୟ। ଏହି ଏକତା ବଙ୍ଗଳାର ବିଜୟ।"

ବିଜେପିର ଐତିହାସିକ ବିଜୟ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟି (ବିଜେପି) ଏକ ଐତିହାସିକ ବିଜୟ ହାସଲ କରିଛି। ୨୯୪ ଆସନ ବିଶିଷ୍ଟ ବଙ୍ଗଳା ବିଧାନସଭାରେ ବିଜେପି ୨୦୮ ଆସନ ଜିତି ସାରିଛି। କିନ୍ତୁ, ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ୧୫ ବର୍ଷ ଧରି କ୍ଷମତାରେ ଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଏବଂ ଭବାନୀପୁରରୁ ତୃଣମୂଳ କଂଗ୍ରେସ (ଟିଏମସି) ପ୍ରାର୍ଥୀ ମମତା ବାନାର୍ଜୀ ନିଜ ଆସନ ବଜାୟ ରଖିପାରିଲେ ନାହିଁ। ବଙ୍ଗଳା ବିଧାନସଭାର ବିରୋଧୀ ଦଳ ନେତା ଏବଂ ଭବାନୀପୁର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ନିର୍ବାଚନରେ ​​ମମତା ବାନାର୍ଜୀଙ୍କୁ ପରାସ୍ତ କରିଛନ୍ତି।

Also Read- ‘ଗୋଇଠା ମାରିଲେ, ସିସିଟିଭି ମଧ୍ୟ ବନ୍ଦ କରିଦେଲେ’, ଭୋଟ ଗଣତି ମଧ୍ୟରେ ମମତା ବାନାର୍ଜୀଙ୍କ ସଙ୍ଗୀନ ଅଭିଯୋଗ

ଭବାନୀପୁର ବିଧାନସଭା ଆସନରେ ୧୬ତମ ରାଉଣ୍ଡ ଭୋଟ ଗଣତିରେ ଶୁଭେନ୍ଦୁ ଅଧିକାରୀ ମମତା ବାନାର୍ଜୀଙ୍କ ଠାରୁ ୫୫୪ ଭୋଟରେ ଆଗରେ ରହିଥିଲେ। ତେବେ ରାତି ୯:୩୦ ସମୟରେ, ୧୯ତମ ରାଉଣ୍ଡ ଗଣତିରେ ମମତା ଶୁଭେନ୍ଦୁଙ୍କ ଠାରୁ ୧୫,୦୦୧ ଭୋଟରେ ପଛରେ ପଡ଼ି ଯାଇଥିଲେ। ୧୯ ରାଉଣ୍ଡ ଗଣନା ପରେ ରାତି ୯ଟା ସୁଦ୍ଧା, ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ମୋଟ ୭୩,୩୯୦ ଭୋଟ ପାଇଥିଲେ, ହେଲେ ମମତା ବାନାର୍ଜୀ ପାଇଥିଲେ ୫୮,୩୮୯ ଭୋଟ। ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ଭୋଟ ବ୍ୟବଧାନ ୧୫,୦୦୦ ଭୋଟରୁ ଅଧିକ ଥିଲା।

୧୫ ବର୍ଷ କ୍ଷମତା ଭୋଗ କରିବା ପରେ ଟିଏମ୍‌ସିର ବଡ଼ ବିପର୍ଯ୍ୟୟ

ଟିଏମସି ମୁଖ୍ୟ ମମତା ବାନାର୍ଜୀ ପ୍ରଥମ ଥର ପାଇଁ ମେ ୨୦୧୧ରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ୨୦୧୬ ଏବଂ ୨୦୨୧ରେ ବିଧାନସଭା ନିର୍ବାଚନରେ ​​ବିଜୟୀ ହୋଇ ବେଙ୍ଗଲ ମୁଖ୍ୟମନ୍ତ୍ରୀ ଭାବେ ହ୍ୟାଟ୍ରିକ୍ ପୂରଣ କରିଥିଲେ। ମୁଖ୍ୟମନ୍ତ୍ରୀ ଭାବରେ ତିନୋଟି ସଫଳ କାର୍ଯ୍ୟକାଳ ପୂରଣ କରିବା ପରେ ୨୦୨୬ ବିଧାନସଭା ନିର୍ବାଚନ ମମତା ବାନାର୍ଜୀଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ ପ୍ରମାଣିତ ହୋଇଛି। ଦଳର ଶୋଚନୀୟ ପରାଜୟ ହେବା ସହିତ ଖୋଦ୍ ସୁପ୍ରିମୋ ନିଜ ଆସନ ବଞ୍ଚାଇପାରି ନାହାନ୍ତି।

Also Read- ​​​​​​​Tamil Nadu Election Result: ପରାଜୟ ସ୍ୱୀକାର କଲେ ଏମକେ ଷ୍ଟାଲିନ; କହିଲେ, ମୁଣ୍ଡ ନୂଆଇଁ ଜନାଦେଶ ଗ୍ରହଣ କରୁଛି