କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ଥାନୀୟ ସ୍ନାକ୍ସ ‘ଝାଲମୁଢ଼ି’କୁ ଏକ ମଞ୍ଚରୂପେ ଉପଯୋଗ କରି ରାଜ୍ୟ ନିର୍ବାଚନ ମଧ୍ୟରେ ସବୁଠୁ ଆକ୍ରମକ ଜାତୀୟ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି, ଯେଉଁଥିରେ ତାଙ୍କ ପାର୍ଟି ତୃଣମୂଳ କଂଗ୍ରେସ (ଟିଏମସି) ବିଜେପିକୁ ଏବେ ଟକ୍କର ଦେଉଛି। ରାଜ୍ୟରେ ଜାରୀ ଉତ୍ତେଜନାପୂର୍ଣ୍ଣ ନିର୍ବାଚନ ପ୍ରଚାର ଅବସରରେ ମମତା ବାନାର୍ଜୀ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଝାଲମୁଢ଼ି’ ନିର୍ବାଚନ ଅଭିଯାନର କଡ଼ା ସମାଲୋଚନା କରି ଏହାକୁ ସୁ ନିୟୋଜିତ ଦେଖାଇ ହେବା ଓ ରାଜନୈତିକ ଷ୍ଟଣ୍ଟ ବୋଲି କହିଛନ୍ତି।

ବୋବଜାର ନିର୍ବାଚନ ରାଲିରେ ମମତା କହିଛନ୍ତି ଯେ ସେମାନେ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାରେ ଟିଭି କ୍ୟାମେରା ଓ ସିସିଟିଭି କ୍ୟାମେରା ଲଗାଇ ରଖିଥିଲେ। ସୁରକ୍ଷା କାରଣରୁ ସେମାନେ ଘରେ ଝାଲମୁଢ଼ି ତିଆରି କରି ଦୋକାନୀକୁ ୧୦ ଟଙ୍କା ଦେଇ ମୁଢି ଆଣି ବାଣ୍ଟି ଥିଲେ। ମମତା ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାଳରେ ହାତକୁ ନିଆଯାଇଥିବା ସୁରକ୍ଷା ବ୍ୟବସ୍ଥାର ମଧ୍ୟ ସମାଲୋଚନା କରିଛନ୍ତି, ଯେଉଁଥିରେ ଦୋକାନରେ ବି ସିସିଟିଭି କ୍ୟାମେରା ଲଗାଯାଇଥିବାର ସେ ଉଲ୍ଲେଖ କରିଛନ୍ତି।

ମୁଁ ଦିଲ୍ଲୀରୁ ଭେଲପୁରୀ ଆଣିବି
ମମତା ବାନାର୍ଜୀ କହିଛନ୍ତି ଯେ ସେମାନେ ଜିତିଲେ ଝାଲମୁଢ଼ି ଖାଇବେ, ହେଲେ ମୁଁ କହୁଛି ଯେ ମୁଁ ତୁମକୁ ଦିଲ୍ଲୀରେ ଭେଲପୁରୀ ଦେବି। ମମତା କହିଛନ୍ତି ଯେ ସେମାନେ ପ୍ରଥମେ ଜଣେ ‘ଚା ବାଲା’କୁ ଦେଖାଇଲେ ଓ ଏବେ ନିର୍ବାଚନ ଜିତିବା ପାଇଁ ଝାଲମୁଢି ଦେଖାଉଛନ୍ତି। ମମତା ବିଜେପି ଉପରେ ସଂସ୍କୃତି ଧୃବିକରଣର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ମସାଲାଦାର ଝାଲମୁଢି ଖାଇବା ଆମର ଅଭ୍ୟାସ, ହେଲେ ତୁମେ କେବେ ମାଛ କି ଚିକେନ ଝୋଳ ଖାଇଛ କି? ମୁଁ ତୁମର ଢୋକଲା ଖାଉଛି, ଦୋସା ଖାଉଛି, ଲିଟ୍ଟି ଖାଉଛି, ଠେକୁଆ ଖାଉଛି, ଇଦରେ ସିମେଇ ଖାଇଛି ହାଲୱା ବି ଖାଇଛି। ମୋତେ ଧର୍ମର ଜ୍ଞାନ ଦିଅନି ଆମ ମାଛ ତରକାରି ଖାଇକି ଦେଖାଅ।

ମୋଦିଙ୍କ ଝାଲମୁଢି ଟିପ୍ପଣୀ
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷ୍ଣ ନଗରରେ ଅନୁଷ୍ଠିତ ଏକ ରାଲିରେ ଝାଲମୁଢି ଶବ୍ଦର ବ୍ୟବହାର କରିଥିଲେ। ସେ କହିଥିଲେ ଯେ ଏହା ଦ୍ୱାରା ଶାସକ ଦଳ ଅସହଜ ହୋଇପଡିଛନ୍ତି ଓ ଶାସନ ଏବଂ ନାଗରିକତା ପ୍ରସଙ୍ଗରେ ଟିଏମସିକୁ ଟାର୍ଗେଟ କରିଥିଲେ। କହିଥିଲେ ଆପଣମାନଙ୍କୁ ବିଜେପି ଓ ଏନଡିଏର ପତାକାକୁ ପୁରା ଶକ୍ତିର ସହିତ ଉଡେଇବାକୁ ପଡିବ। ମେ ୪ ତାରିଖରେ ବେଙ୍ଗଲରେ ବିଜେପିର ବିଜୟ ଉତ୍ସବ ପାଳନ ହେବ। ମିଠା ବଣ୍ଟା ଯିବ ଓ ଝାଲମୁଢି ବି ଦିଆଯିବ। କିଛି ଲୋକଙ୍କୁ ଝାଲମୁଢି ଯୋଗୁ ଜୋରଦାର ଝଟକା ବି ଲାଗିଛି, ହେଲେ ଏବେ ଟିଏମସିର ପାଟି ପୋଡୁଛି।

ଦିଲ୍ଲୀରେ ବିଜୟ ସଂକଳ୍ପ କଲେ ମମତା
ଏହି ଅବସରରେ ମମତା ବାନାର୍ଜୀ ଜାତୀୟ ସ୍ତରରେ ବିଜେପିକୁ ଚ୍ୟାଲେଞ୍ଜ କରିବାକୁ ତାଙ୍କ ଉଦ୍ଦେଶ୍ୟ ବ୍ୟକ୍ତ କରିଛନ୍ତି। ଚୌରଙ୍ଗୀରେ ଅନୁଷ୍ଠିତ ଏକ ରାଲିରେ ମମତା କହିଛନ୍ତି ଯେ ମୁଁ ଦିଲ୍ଲୀ ନିଶ୍ଚିତ ହାତେଇବି, ସବୁ ରାଜନୈତିକ ଦଳଙ୍କୁ ଏକଜୁଟ କରି ଏହି ଲକ୍ଷ୍ୟ ହାସଲ କରାଯିବ। ମୋର ଏକାନ୍ତ ଇଛା ଦିଲ୍ଲୀରୁ ବିଜେପିର ସଫେଇ ବୋଲି ସେ କହିଛନ୍ତି। ବିଜେପି ପାଇଁ ଦଲାଲୀ କରୁଥିବା ପ୍ରତି ବ୍ୟକ୍ତିଙ୍କ ନାମ, ଘର ଠିକଣା ସବୁ ନୋଟ୍ କରି ରଖିଛି। ତୁମେ ଆମକୁ ହରେଇ ପାରିବନି, ହେଲେ ନିଶ୍ଚିତ ରହନ୍ତୁ ବେଙ୍ଗଲ ବିଜୟ ପରେ ଆମେ ଦିଲ୍ଲୀ ହାତେଇବୁ। ମୋର ଶାସନ ଲାଳସା ନାହିଁ ହେଲେ କେନ୍ଦ୍ରରୁ ବିଜେପିକୁ ହଟାଇବା ଏବେ ଆମର ପ୍ରଥମ ଉଦ୍ଦେଶ୍ୟ ହେବ।

ଏହି ଅବସରରେ ମମତା ଇଭିଏମ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଓ ୨୩ ଏପ୍ରିଲରେ ଶେଷ ହୋଇଥିବା ନିର୍ବାଚନରେ ସେମାନେ ଇଲେକ୍ଟ୍ରୋନିକ ଭୋଟିଂ ମେସିନରେ କିଛି ଗଡ଼ବଡ଼ କରିଛନ୍ତି କି ବୋଲି ମମତା ପ୍ରଶ୍ନ କରିଛନ୍ତି। ନଚେତ ସେମାନେ ନିର୍ବାଚନକୁ ନେଇ ଏତେ ଆଶ୍ୱସ୍ତ କେମିତି ହୋଇ ପାରନ୍ତେ ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି।