କେନ୍ଦ୍ରାପଡ଼ା ୧୯।୬: ବ୍ଲକ୍ ପ୍ରଶାସନ-ଚାମେଲି ଓଝା ବିବାଦ ମାମଲାରେ ଆଉ ଜଣଙ୍କୁ ଗିରଫ କଲା ମହାକାଳପଡ଼ା ପୋଲିସ । ଗିରଫ ଅଭିଯୁକ୍ତ ହିମାଂଶୁ ପ୍ରଧାନ । ବିଡିଓଙ୍କ ଚାମ୍ବର ଭିତରେ ଚାମେଲିଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ହୋଇଥିଲା ଅଭିଯୋଗ । ଏହି ମାମଲାରେ ପୂର୍ବରୁ ଗିରଫ ହୋଇଥିଲେ ପାର୍ଥସାରଥୀ ସାମନ୍ତରାୟ ।

ଗୁରୁବାର ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ତିଖିରି ସରପଞ୍ଚ ଚାମେଲି ଓଝା l ସପ୍ତାହ ପରେ ହସ୍ପିଟାଲରୁ ବାହାରିଥିଲେ ସରପଞ୍ଚ ଚାମେଲି ଓଝା l ହସ୍ପିଟାଲ ପକ୍ଷରୁ ଡିସଚାର୍ଜ ଡକ୍ୟୁମେଣ୍ଟ ଦେବାରେ ବିଳମ୍ବ ଯୋଗୁଁ ସକାଳ ୧୦ଟା ପରିବର୍ତ୍ତେ ଦିନ ୨ଟାରେ ସେ ହସ୍ପିଟାଲରୁ ବାହାରିଥିଲେ । ସିଧା ପହଞ୍ଚିଥିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ l ଆସନ୍ତା ୨୦ ତାରିଖ ଦିନ ଜିଲ୍ଲା ସରପଞ୍ଚ ସଂସ୍କୃତି ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବ ବୋଲି ଚାମେଲି କହିଛନ୍ତି l ସେହିପରି ସେ ପୋଲିସ DG ଓ IG ଙ୍କୁ ଚିଠି ଲେଖି ନ୍ୟାୟ ମାଗିଛନ୍ତି l ଯଦି ୭ ଦିନରେ ନ୍ୟାୟ ନମିଳେ ତେବେ ୪ ତାରିଖରେ ଚାମେଲି କେନ୍ଦ୍ରାପଡ଼ା ଏସପିଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି l ସେପଟେ ଏହି ବିବାଦର ସପ୍ତାହକ ପରେ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ମୁହଁ ଖୋଲିଥିଲେ l ସେ କହିଥିଲେ, ରାଜନୈତିକ ଷଡଯନ୍ତ୍ରର ଶିକାର ହୋଇଛି ମୋ ସାନ ଭଉଣୀ ଚାମେଲି l ଚାମେଲି କିନ୍ତୁ ବିଧାୟକଙ୍କ ପ୍ରତିକ୍ରିୟାକୁ ସମାଲୋଚନା କରିଥିଲେ l