ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର କୁଲଗାମରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଆତଙ୍କବାଦୀମାନେ ସିଆରପିଏଫ୍ ଯବାନଙ୍କ ଉପରେ ଗୁଳିମାଡ଼ କରିଥିବା ଜଣାପଡ଼ିଛି । ପ୍ରାଥମିକ ସୂଚନା ଅନୁସାରେ ଏହି ଆକ୍ରମଣରେ ତିନିଜଣ ଯାବନ ଆହତ ହୋଇଛନ୍ତି । ହମଲା ପରେ ପୂରା ଅଞ୍ଚଳରେ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

 

ମିଡିଆ ରିପୋର୍ଟ ଅନୁସାରେ, ଆତଙ୍କବାଦୀମାନେ ସିଆରପିଏଫ୍ ପାଟ୍ରୋଲିଂ ଟିମ୍ ଉପରେ ଫାୟାରିଂ କରିଥିଲେ । ନ୍ୟୁଜ୍ ଏଜେନ୍ସି ଏଏନଆଇ ଅନୁସାରେ, କୁଲଗାମ ଜିଲ୍ଲାରେ ଅପରାହ୍ଣ ୨ଟା ୧୫ ମିନିଟ ସମୟରେ ଗୋଟିଏ ଛକରେ ମୁତୟନ ସିଆରପିଏଫ୍ ଯବାନଙ୍କ ଉପରେ ଅଜ୍ଞାତ ଆକ୍ରମଣକାରୀ ଗୁଳି ମାରିଥିଲେ । ଏଥିରେ ତିନି ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି ।

ଖବର ଅନୁସାରେ, ଆତଙ୍କବାଦୀ ବାଇକରେ ଆସି ଗୁଳିମାଡ଼ କରି ଫେରାର୍ ହୋଇଯାଇଥିଲେ । ଆହତ ଯବାନଙ୍କୁ ଅନନ୍ତନାଗ ଜିଲ୍ଲାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଆକ୍ରମଣ ପରେ ପୂରା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସର୍ଚ୍ଚ ଅପରେସନ୍ ଜୋରଦାର କରି ଆତଙ୍କୀଙ୍କ ଧରିବାକୁ ପ୍ରୟାସ କରାଯାଉଛି ।