ମୁମ୍ଵାଇ ୧୫।୦୩; ୮୦ ଓ ୯୦ ଦଶକର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ, ଅଭିନେତ୍ରୀ ମଧୁ ମଲହୋତ୍ରାଙ୍କ ପରଲୋକ। ୭୧ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଛନ୍ତି। ୧୩ ମାର୍ଚ୍ଚ ମୁମ୍ବାଇରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁ ଖବର ସମଗ୍ର ବଲିଉଡରେ ଶୋକର ଛାୟା ଖେଳିଯାଇଛି। ଅନେକ ତାଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ତାଙ୍କ ମୃତ୍ୟୁର କାରଣ ବର୍ତ୍ତମାନ ଏପର୍ଯ୍ୟନ୍ତ ଜଣାପଡିନାହିଁ । ରିପୋର୍ଟ ଅନୁଯାୟୀ, ୧୪ ମାର୍ଚ୍ଚରେ ଓଶିୱାରା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ମଧୁ ମଲହୋତ୍ରା ଅନେକ ବଲିଉଡ ଫିଲ୍ମରେ କାମ କରିଥିଲେ। ଏଥିମଧ୍ୟରୁ ଗୋଟିଏ ଥିଲା ୧୯୮୩ ମସିହାରେ ଆସିଥିବା ସୁଭାଷ ଘାଇଙ୍କ ହିଟ୍ ଫିଲ୍ମ ହିରୋ। ଏହି ଫିଲ୍ମର ଗୀତଗୁଡ଼ିକ - 'ତୁ ମେରା ଜାନୁ ହୈ', 'ପ୍ୟାର କରନେ ୱାଲେ କଭି ଡରତେ ନେହିଁ' ଏହା ସହ 'ଡିଙ୍ଗ ଡୋଙ୍ଗ ବେବି ସିଙ୍ଗ ଏ ସଙ୍ଗ ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲା। ତଥାପି, ସମୟ ସହିତ, ଗୋଟିଏ ନିର୍ଦ୍ଦିଷ୍ଟ ଟ୍ରାକ୍ 'ଲମ୍ବି ଜୁଦାଇ' ଦୀର୍ଘ ସମୟ ଧରି ମ୍ୟୁଜିକ ଚାର୍ଟରେ ରାଜ୍ କରିଚାଲିଥିଲା। ଏହି ସ୍ୟାଡସଙ୍ଗ ଗୀତଟି ପ୍ରସିଦ୍ଧ ପାକିସ୍ତାନୀ ଲୋକ ଗାୟିକା ରେଶମାଙ୍କ ଦ୍ୱାରା କଣ୍ଠଦାନ କରାଯାଇଥିଲା।

ସୁଭାଷ ଘାଇଙ୍କ ଫିଲ୍ମରେ କରିଥିଲେ କ୍ୟାମିଓ

ମଧୁ ପ୍ରାୟ ୧୦୦ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ହେଲେ ଅଧିକାଂଶରେ ତାଙ୍କର ଭୂମିକା ଛୋଟ ଥିଲା। ସେ ମୁଖ୍ୟତଃ ସୁଭାଷ ଘାଇଙ୍କ ଚଳଚ୍ଚିତ୍ରରେ କ୍ୟାମିଓ ଆପିୟରନ୍ସ କରିଥିଲେ। ଯେଉଁଥିରେ ଅଛି ବିଶ୍ୱନାଥ, କର୍ଜ ଏବଂ ବିଧାତା ସାମିଲ । ଏହା ସହିତ ସେ ମୋହନ ଭାକ୍ରିଙ୍କ ହରର୍ ଚଳଚ୍ଚିତ୍ର ଖୁନି ମୁର୍ଦା ଏବଂ ରୁହାନି ତକତରେ ଅଭିନୟ କରିଥିଲେ। ସେ ୧୯୮୨ ର ଚଳଚ୍ଚିତ୍ର ସତ୍ତେ ପେ ସତ୍ତାରେ ମଧ୍ୟ ଅଂଶ ଥିଲେ। ପ୍ରଶଂସକମାନେ ଏହି ଚଳଚ୍ଚିତ୍ରର 'ମୌସମ୍ ମସ୍ତାନା' ଗୀତରେ ତାଙ୍କର ଅଭିନୟକୁ ଏବେ ବି ମନେ ରଖିଛନ୍ତି। ଏହି ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ, ହେମା ମଲିନୀ, ରଣଜିତା କୌର ଏବଂ ଅମଜାଦ ଖାନ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ। ଏଥିସହ ସଚିନ ପିଲଗାଓଁକର, ଶକ୍ତି କପୁର ଏବଂ କାନୱାଲଜିତ ସିଂ ଏଥିରେ ଅଭିନୟ କରିଥିଲେ।

ଅଧିକ ପଢନ୍ତୁ- ବାଦଶାହଙ୍କୁ ଲରେନ୍ସ ଗ୍ୟାଙ୍ଗର ଧମକ, କହିଲେ- ଏଥର ସିଧା ମଥାରେ ବାଜିବ ଗୁଳି