ନୂଆଦିଲ୍ଲୀ: ଏଲପିଜି କନେକ୍ସନ ଲାଗି ଇ-କେୱାଇସି ସମୟସୀମା ଅଗଷ୍ଟ ୧୬ ତାରିଖରେ ଶେଷ ହେଉଥିଲା। ତେବେ ଏହାକୁ ଆଉ ସପ୍ତାହେ ବଢାଇ ୨୩ ଅଗଷ୍ଟ କରିଦିଆଯାଇଛି। ହେଲେ ଏହି ଅନିବାର୍ଯ୍ୟ ପ୍ରକ୍ରିୟା ପୁରା କରିବାକୁ ସଂଘର୍ଷ କରୁଥିବା ୟୁଜରଙ୍କୁ କୌଣସି ଖାସ ଆଶ୍ୱସ୍ତି ମିଳି ନାହିଁ। ଲଗାତାର ସର୍ଭର ଡାଉନ ରହିବା ଓ ତୈଳ ବିପଣନ କମ୍ପାନୀଙ୍କ ଆପ ଓ ଅନଲାଇନ ସିଷ୍ଟମରେ ବୈଷୟିକ ତ୍ରୁଟି କାରଣରୁଏହି ପ୍ରକ୍ରିୟା ଅତ୍ୟନ୍ତ ଧିମା ହୋଇଯାଇଛି। ଏଣୁ ସମୟ ସୀମା ବଢିବା ପରେ ମଧ୍ୟ ଇ-କେୱାଇସି କରିପାରିବେ କି ନା ସେ ନେଇ ସନ୍ଦେହରେ ଅଛନ୍ତି।

ଡିଲର ମୁଖାପାତ୍ର ବିଜନ ବିହାରୀ ବିଶ୍ୱାସ ସ୍ଥିତି ସ୍ପଷ୍ଟ କରିବାକୁ ଯାଇ କହିଛନ୍ତି ଯେ ଅଗଷ୍ଟ ୧୫ ତାରିଖ ଦିନ ଏହି ସମସ୍ୟା ଅତ୍ୟନ୍ତ ଜଟିଳ ହୋଇପଡିଥିଲା। ଅପରାହ୍ନ ସାଢେ ୨ଟା ବେଳେ ସର୍ଭର ଠପ ହୋଇଯାଇଥିଲା। ଦିନର ବ୍ୟସ୍ତତମ ସମୟ କାମଦାମ ଅଟକି ରହିବା ଯୋଗୁ ବହୁ ସଂଖ୍ୟାରେ ଗ୍ରାହକ ଡିଲରମାନଙ୍କ ପାଖରେ ପହଞ୍ଚିଥିଲେ। ଫଳରେ ବ୍ୟାକ୍ ଲଗ୍ ଆହୁରି ବଢି ଯାଇଛି। ସମୟସୀମାକୁ ଅଗଷ୍ଟ ୨୩ ତାରିଖ ପର୍ଯ୍ୟନ୍ତ ବଢା ଯିବା ଯୋଗୁ ଆଶା କରାଯାଉଥିଲା ୧୬ ଅଗଷ୍ଟର ପିଛିଲା କଟ-ଅଫରେ ଚାପ କିଛି କମ ରହିବ। ତେବେ ଟେକ୍ନିକାଲ ସମସ୍ୟା ଯୋଗୁ ପ୍ରକ୍ରିୟା ବାଧିତ ରହୁଥିବା ଡିଲର କହିଛନ୍ତି। ଅତିରିକ୍ତ ୭ ଦିନ ମିଳିଥିଲେ ମଧ୍ୟ ସୀମିତ ସଂଖ୍ୟାରେ ଗ୍ରାହକଙ୍କ ଇ-କେୱାଇସି ହୋଇ ପାରିଛି।

ଏଲପିଜି ଇ-କେୱାଇସି କରିବା ପାଇଁ ଶେଷ ଦିନ ଅଗଷ୍ଟ ୧୬ ତାରିଖ ଥିଲା। ଏଣୁ ବହୁ ସଂଖ୍ୟାରେ ଗ୍ରାହକ ଡିଲରମାନଙ୍କ ନିକଟରେ ପହଞ୍ଚି କେ-ୱାଇସି କରିବାକୁ ଧାଡି ବାନ୍ଧିଥିଲେ। ହେଲେ ସର୍ଭର ଡାଉନ ରହିବା ଓ କାମ ନ କରିବା ଯୋଗୁ ଭିଡ ବେଶ୍ ବଢି ଯାଇଥିଲା। ଏବେ ସମୟସୀମା ଅଗଷ୍ଟ ୨୩ ତାରିଖକୁ ବଢାଇ ଦିଆଯାଇଛି ହେଲେ ଏଥି ପାଇଁ ଉପୁଜୁଥିବା ବୈଷୟିକ ବାଧା ଚାପ ସମାପ୍ତ ହେବା ବଦଳେ ଆଉ ସପ୍ତାହେ ପର୍ଯ୍ୟନ୍ତ ଘୁଞ୍ଚି ଯାଇଛି। ଏବେ ଏଲପିଜି ଡିଲରଙ୍କ ଗ୍ରାହକଙ୍କ ଭିଡ ସମ୍ଭାଳିବାକ କଷ୍ଟକର ହୋଇପଡିଛି।

ଜାଣନ୍ତୁ କିପରି କରିବେ ଇ-କେୱାଇସି
ଏଲପିଜି ଗ୍ୟାସ୍ କନେକ୍ସନକୁ ଆକ୍ଟିଭ ରଖିବା ପାଇଁ ଅନଲାଇନ ଓ ଅଫଲାଇନ ଉଭୟ ଉପାୟରେ ଇ-କେୱାଇସି ହୋଇ ପାରୁଛି। ଏହି କାମ ପାଇଁ ଆପଣ ଆପଣଙ୍କର ଆଧାର କାର୍ଡ, ପାନ କାର୍ଡ ଓ ଫଟୋ ଆବଶ୍ୟକ ପଡୁଛି। ଯଦି ଆପଣ ଅଫଲାଇନ ଇ-କେୱାଇସି କରିବାକୁ ଚାହୁଁଛନ୍ତି ଏଥି ପାଇଁ ଆପଣଙ୍କୁ ଗ୍ୟାସ୍ ଏଜେନ୍ସୀ ଯିବାକୁ ପଡିବ। ହେଲେ ଆପଣ ଘରେ ବସି ମଧ୍ୟ ଇ-କେୱାଇସି କରିପାରିବେ। ଏଥି ପାଇଁ ଗ୍ୟାସ୍ ଉପଭୋକ୍ତା ଏଜେନ୍ସୀ ୱେବସାଇଟ୍ କୁ ଯାଇ ଇ-କେୱାଇସି କରିବାକୁ ପଡିବ।