Love Horoscope: ରବିବାର ଚନ୍ଦ୍ର ମିଥୁନ ରାଶିରେ ଗୋଚର କରିବେ ଏବଂ ପ୍ରେମର ଗ୍ରହ ଶୁକ୍ର ଚନ୍ଦ୍ରଙ୍କ ରାଶି କର୍କଟ ରାଶିରେ ରହିବେ । ମେଷ ଏବଂ ମିଥୁନ ସମେତ କିଛି ରାଶି ଆଜି ସେମାନଙ୍କ ପ୍ରେମ ଜୀବନରେ ସକାରାତ୍ମକ ଫଳାଫଳ ଦେଖିପାରନ୍ତି । ଆସନ୍ତୁ ଜାଣିବା ଆଜିର ଦିନଟି ସମସ୍ତ ରାଶି ପାଇଁ କିପରି ରହିବ ।

ମେଷ ରାଶି : ଆଜି ଆପଣ ଆପଣଙ୍କ ସାଥୀଙ୍କ ସାମ୍ନାରେ ମନର କଥା ଖୋଲାଖୋଲି ଭାବେ ପ୍ରକାଶ କରିପାରିବେ । କିଛି ଲୋକ ଜୀବନସାଥୀଙ୍କ ସହ ଲଙ୍ଗ୍ ଡ୍ରାଇଭ୍ରେ ଯିବାକୁ ଯୋଜନା କରିପାରନ୍ତି । ପ୍ରେମ ଜୀବନରେ ଭଲ ପରିବର୍ତ୍ତନ ଦେଖିବାକୁ ମିଳିବ ।

ବୃଷ ରାଶି: ଆଜି ଆପଣଙ୍କ ଲଭ୍ ଲାଇଫ୍ରେ ରୋମାନ୍ସର ପ୍ରଭାବ ବଢ଼ିପାରେ । ଆପଣଙ୍କ ସାଥୀଙ୍କଠାରୁ ଆପଣଙ୍କୁ କୌଣସି ସରପ୍ରାଇଜ୍ (ଉପହାର ବା ଚମତ୍କାର) ମିଳିବାର ମଧ୍ୟ ସମ୍ଭାବନା ରହିଛି ।

ମିଥୁନ ରାଶି : ଆଜି ଚନ୍ଦ୍ର ଆପଣଙ୍କ ରାଶିରେ ଗୋଚର କରୁଛନ୍ତି, ଯାହାଫଳରେ ଆପଣଙ୍କ ମଧ୍ୟରେ ଏକ ଅଦ୍ଭୁତ ଆକର୍ଷଣ ଦେଖିବାକୁ ମିଳିବ । ସିଙ୍ଗଲ୍ ଥିବା ଲୋକମାନଙ୍କର କାହା ସହ ସମ୍ପର୍କ ଗଢ଼ିଉଠିପାରେ । ସାଥୀଙ୍କଠାରୁ ସରପ୍ରାଇଜ୍ ମିଳିବାର ଯୋଗ ରହିଛି ।

କର୍କଟ ରାଶି: ଆଜି କର୍କଟ ରାଶିର ବ୍ୟକ୍ତିମାନେ ଟିକେ ଭାବପ୍ରବଣ ହୋଇପାରନ୍ତି । ସାଥୀଙ୍କର କୌଣସି କଥା ଆପଣଙ୍କ ମନକୁ କଷ୍ଟ ଦେଇପାରେ । ଆପଣଙ୍କୁ ଟିକେ ବାସ୍ତବବାଦୀ ହେବାର ଆବଶ୍ୟକତା ଅଛି ।

ସିଂହ ରାଶି: ସପ୍ତାହାନ୍ତର ଶେଷ ଭାଗଟି ବହୁତ ରୋମାଞ୍ଚକର ଶୈଳୀରେ କଟିପାରେ । ଆଜି କିଛି ଲୋକ ସାଥୀଙ୍କ ସହ ଏକ ସୁନ୍ଦର ଡିନର ପାଇଁ ବାହାରକୁ ଯାଇପାରନ୍ତି । ଆପଣଙ୍କ ସାଥୀ ଆଜି ଆପଣଙ୍କୁ କୌଣସି ସରପ୍ରାଇଜ୍ ଦେଇପାରନ୍ତି ।

କନ୍ୟା ରାଶି: ଆଜି ହଠାତ୍ ଆପଣ କୌଣସି କାମରେ ବ୍ୟସ୍ତ ହୋଇପାରନ୍ତି, ଯେଉଁଥିପାଇଁ ଆପଣ ନିଜ ସାଥୀଙ୍କୁ ସମୟ ଦେଇପାରିବେ ନାହିଁ । ତେବେ ଗୋଟିଏ ସୁନ୍ଦର ଓ ରୋମାଟିକ୍ ମେସେଜ୍ ଆପଣଙ୍କ ଲଭ୍ ଲାଇଫ୍ରେ ସକାରାତ୍ମକତା ଆଣିଦେଇପାରେ ।

ତୁଳା ରାଶି: ଚନ୍ଦ୍ରଙ୍କ ସ୍ଥିତି ଯୋଗୁଁ ତୁଳା ରାଶିର ଲୋକଙ୍କ ପ୍ରେମ ଜୀବନ ଆଜି ବହୁତ ଚମତ୍କାର ରହିବ । ଯଦି ଆପଣ ଦୀର୍ଘ ସମୟ ଧରି କାହା ସହ ପ୍ରେମ ସମ୍ପର୍କରେ ଅଛନ୍ତି, ତେବେ ଆଜି ସାଥୀଙ୍କ ସାମ୍ନାରେ ବିବାହର ପ୍ରସ୍ତାବ ରଖିପାରନ୍ତି ।

ବିଛା ରାଶି: ଶୁକ୍ରଙ୍କ ସ୍ଥିତି ଆଜି ଆପଣଙ୍କ ପ୍ରେମ ଜୀବନକୁ ଅଧିକ ନିବିଡ଼ ଓ ଗଭୀର କରିବ । ତେବେ କିଛି ଲୋକଙ୍କର ମନ କଷ୍ଟ ହେବାର ବା ହୃଦୟ ଭାଙ୍ଗିବାର ସମ୍ଭାବନା ମଧ୍ୟ ରହିଛି । ସାଥୀଙ୍କୁ ସନ୍ଦେହ କରିବାରୁ ନିବୃତ୍ତ ରୁହନ୍ତୁ ।

ଧନୁ ରାଶି: ପ୍ରେମ ଜୀବନ ଦୃଷ୍ଟିରୁ ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଭଲ ରହିବ । ପୁରୁଣା ସବୁ ଅଭିମାନ ବା ମନୋମାଳିନ୍ୟକୁ ଭୁଲି ଆଜି ଆପଣ ନିଜ ସାଥୀଙ୍କ ସହ ଭଲ ସମୟ ବିତାଇପାରିବେ ।

ମକର ରାଶି: ଆଜି ଆପଣଙ୍କର ରାଗ ଏବଂ ଜିଦ୍ ପ୍ରେମ ଜୀବନରେ ସମସ୍ୟା ସୃଷ୍ଟି କରିପାରେ । ତେଣୁ ସାଥୀଙ୍କ ସହ କଥାବାର୍ତ୍ତା କରିବା ସମୟରେ ସଠିକ୍ ଓ ନମ୍ର ଶବ୍ଦ ବ୍ୟବହାର କରନ୍ତୁ ।

କୁମ୍ଭ ରାଶି: ଚନ୍ଦ୍ରଦେବ ଆଜି ଆପଣଙ୍କ ପ୍ରେମ ଜୀବନରେ ଖୁସି ଭରିଦେଇପାରନ୍ତି । ଯେଉଁମାନେ ନିଜ ସାଥୀଙ୍କଠାରୁ ଦୂରରେ ରହୁଛନ୍ତି, ସେମାନେ ଫୋନ୍ ମାଧ୍ୟମରେ କେଉଁଆଡ଼େ ବୁଲିଯିବା ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି ।

ମୀନ ରାଶି: ଆଜି ଆପଣ ରଚନାତ୍ମକ ଉପାୟରେ ନିଜ ସାଥୀଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରିବେ । ମନର ସବୁ ଭାବନା ଆଜି ଓଠକୁ ଚାଲିଆସିବ ଅର୍ଥାତ୍ ଆପଣ ପ୍ରେମ ନିବେଦନ କରିପାରିବେ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଧାର୍ମିକ ବିଶ୍ୱାସ ଏବଂ ଲୋକବିଶ୍ୱାସ ଉପରେ ଆଧାରିତ । ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ । ପ୍ରମେୟ ନ୍ୟୁଜ୍ ୭ ଡିଜିଟାଲ କୌଣସି ଜିନିଷର ସତ୍ୟତାର କୌଣସି ପ୍ରମାଣ ପ୍ରଦାନ କରେ ନାହିଁ।)