ଭୁବନେଶ୍ୱର ୧୨।୦୨ : ନୟାପଲ୍ଲୀ ଗଡ଼ସାହିରେ ମହିଳାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସୁନାଗହଣା ଲୁଟ୍‌ ଘଟଣାରେ ପୋଲିସର ଆକ୍ସନ । ସୁନାଗହଣା ଲୁଟ୍‌ କରିଥିବା ଲୁଟେରାକୁ ବାନ୍ଧିଲା ନୟାପଲ୍ଲୀ ଥାନା ପୋଲିସ । ଗିରଫ ଅଭିଯୁକ୍ତ ନୟାପଲ୍ଲୀ ବେହେରା ବସ୍ତିରେ ରହୁଥିବା ଅଶୋକ କୁମାର ବେହେରା ।

ଏ ଖବର ବି ପଢ଼ନ୍ତୁ:- ୟୁ-ଟର୍ଣ୍ଣ ନା ସମାଧାନମୂଳକ ପଦକ୍ଷେପ? ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ଭଙ୍ଗ ପ୍ରସ୍ତାବ ଆଣିବେ ନାହିଁ ସରକାର

ଖବର ଅନୁଯାୟୀ, ଗତ ୪ ତାରିଖ ସକାଳ ସମୟରେ ନୟାପଲ୍ଲୀ ଗଡ଼ସାହିର ଇନ୍ଦୁମତୀ ବଳବନ୍ତରାୟ ସକାଳୁ ଉଠି ତାଙ୍କ ଘର କ୍ୟାମ୍ପସରେ ଝାଡୁ କରୁଥିଲେ। ଫୁଲ ତୋଳୁଥିବା ବେଳେ ହାତରେ ଏକ ବନ୍ଧୁକ ଧରି ଏକ ଯୁବକ ଭୟଭୀତ କରିବା ସହ ସୁନା ଗହଣା ଲୁଟ କରି ନେଇ ଚାଲିଯାଇଥିଲା। ବିଭିନ୍ନ ସ୍ଥାନରେ ଲାଗିଥିବା CCTVକୁ ଯାଞ୍ଚ କରିଥିଲା ପୋଲିସ । ଏହାପରେ ଲୁଟେରା ବ୍ୟବହାର କରିଥିବା ସ୍କୁଟରକୁ ଯାଞ୍ଚ କରି ଲୁଟେରାକୁ କାବୁ କରିଛି ପୋଲିସ । ଲୁଟ ପାଇଁ ବ୍ୟବହାର କରିଥିବା ଖେଳଣା ବନ୍ଧୁକ ମଧ୍ୟ ଜବତ ହୋଇଛି ।

ଏ ଖବର ବି ପଢ଼ନ୍ତୁ:- ​​​​​​​ତୁଳସୀ ଗଣନାଟ୍ୟ ଉପରେ ମହତାବ କମିଟି ଖପ୍ପା, ସଭାପତି କହିଲେ- ‘ଆମେ କେସ୍ ପ୍ରତ୍ୟାହର କରିବୁ ନାହିଁ, ଆମ ସହ ଧୋକ୍କା ହୋଇଛି’