ଭୁବନେଶ୍ବର: ଏମ୍ସ ନିକଟରୁ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଧରିଲେ ସ୍ଥାନୀୟ ଲୋକେ। ଫେରି ବାଲା ହୋଇ ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କ ଘରକୁ ରେକି କରୁଥିବା ଅଭିଯୋଗରେ କିଛି ସ୍ଥାନୀୟ ଯୁବକମାନେ ଉକ୍ତ ବ୍ୟକ୍ତିଙ୍କୁ ଅଟକାଇଥିଲେ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବ୍ୟକ୍ତି ଜଣକ ପ୍ରଥମେ ଯୁକ୍ତି କରିବା ସହ ନିଜର ପ୍ରକୃତ ଘର ଠିକଣା କହୁନଥିଲା। ଏହାପରେ କିଛି ଯୁବକମାନେ ତାଙ୍କୁ ପାକିସ୍ତାନ ମୂର୍ଦ୍ଦାବାଦ୍ ଓ ବାଂଲାଦେଶ ମୂର୍ଦ୍ଦାବାଦ୍ କହିବାକୁ କହିଥିଲେ ସେତେବେଳେ ସେ ସେମାନଙ୍କୁ ଗାଳି ଗୁଲଜ କରିଥିଲା।

ଏମିତିରେ ପରିଚୟ ପତ୍ର ମାଗିବାରୁ ଖସି ପଳାଇବାକୁ ଉଦ୍ୟମ ବେଳେ ସ୍ଥାନୀୟ ଲୋକେ କାବୁ କରି ଖଣ୍ଡଗିରି ଥାନା ପୋଲିସର ଜିମା ଦେଇଛନ୍ତି। ପୋଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।