ହିନ୍ଦୋଳ: ଆମ୍ବ ଗୋଟାଇବା ହେଲା କାଳ। ବଜ୍ରାଘାତରେ ଚାଲିଗଲା ଦିଅର ଭାଉଜଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଉଁପୋଖରୀ ଗ୍ରାମ ପଞ୍ଚାୟତ ବନ୍ଦା ଭୂଇଁରେ।

ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଉଁପୋଖରୀ ଗ୍ରାମ ପଞ୍ଚାୟତ ବନ୍ଦା ଭୂଇଁ ଗ୍ରାମର ସୁବାସିନୀ ସାହୁ (୬୦) ଏବଂ ତାଙ୍କ ଦିଅର ଗଣେଶ୍ୱର ସାହୁ (୬୪) ଗାଁ ମୁଣ୍ଡ ଆମ୍ବ ତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିବା ସମୟରେ ବଜ୍ରାଘାତର ଶିକାର ହୋଇଥିଲେ I ପରିବାର ଲୋକ ତାଙ୍କୁ ନେଇ ହିନ୍ଦୋଳ ମେଡିକାଲରେ ଭର୍ତ୍ତି କରିଥିଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି I