ନୂଆଦିଲ୍ଲୀ, ୨୦|୦୭: ରେକର୍ଡ ଷଷ୍ଠ ବିଶ୍ୱକପ୍ ସହ ତୃତୀୟ ଫାଇନାଲ୍ ଖେଳିଛନ୍ତି ଆର୍ଜେଣ୍ଟିନାର ମହାନ ଫୁଟବଲ ଖେଳାଳି ଲିଓନେଲ ମେସି। ୩୯ବର୍ଷ ବୟସରେ ସେ ଯେଉଁଭଳି ପ୍ରଦର୍ଶନ କରିଛନ୍ତି ତାହା କୌଣସି ଯୁବ ଖେଳାଳି ଠାରୁ ମଧ୍ଯ କମ୍ ନୁହେଁ। ଆଉ ଗୋଟିଏ ବିଶ୍ୱକପ ବେଳକୁ ତାଙ୍କ ବୟସ ୪୩ରେ ପହଞ୍ଚି ସାରିଥିବ। ଆଉଟ୍ ଫିଲ୍ଡ ଖେଳାଳି ଭାବେ ४१ ବର୍ଷ ବୟସରେ ଯୁବ ଖେଳାଳିଙ୍କ ସହ ପ୍ରତିଦ୍ଵନ୍ଦିତା କରିବା ଅସମ୍ଭବ। କ୍ୟାରିୟର୍ ମଧ୍ଯରେ ଆଉ କୌଣସି ଅବଶୋଷ ମଧ୍ଯ ନାହିଁ । ବିଶ୍ଵର ସମସ୍ତ ବୃହତ ଟୁର୍ଣ୍ଣାମେଣ୍ଟ ଓ ପୁରସ୍କାର ଜିତି ସାରିଛନ୍ତି ମେସି। ଫୁଟବଲ୍ ପ୍ରଶଂସକଙ୍କ ନଜରରେ ମେସି ଅଦ୍ଭୁତ, ଅବିଶ୍ଵସନୀୟ ଓ ସର୍ବକାଳୀନ ଶ୍ରେଷ୍ଠ। ଦୀର୍ଘ ୨୦ ବର୍ଷ ଓ ୬ଟି ବିଶ୍ଵକପର ଯାତ୍ରା ପାଇଁ ପ୍ରତ୍ୟେକ ଫୁଟବଲ୍ ପ୍ରେମୀ ତାଙ୍କୁ ଧନ୍ୟବାଦ ଦେବାକୁ ଭୁଲିବେ ନାହିଁ ।

Also Read :- ଫ୍ୟାନ୍ସଙ୍କ ପାଇଁ ଚିଠି ଲେଖିଲେ ମେସି : ପଢିଲେ ଆଖିରୁ ଆସିଯିବ ଲୁହ...

ଦୀର୍ଘ ବର୍ଷ ଧରି ମେସିଙ୍କ ଖେଳ, ନିଷ୍ଠା ଓ ଦୃଢ଼ ସଂକଳ୍ପ ପ୍ରତ୍ୟେକ ଫୁଟବଲ ପ୍ରେମୀଙ୍କ ପାଇଁ ସୌଭାଗ୍ୟର ବିଷୟ। ନିଜର ଦର୍ଶନୀୟ ଖେଳରେ ସମଗ୍ର ବିଶ୍ଵର ଫୁଟବଲ୍ ପ୍ରେମୀଙ୍କୁ ଦୀର୍ଘ ବର୍ଷ ଧରି ବାନ୍ଧି ରଖିଛନ୍ତି ମେସି। ଫୁଟବଲ୍ ଗ୍ରାଉଣ୍ଡରେ ତାଙ୍କ ପ୍ରଦର୍ଶନକୁ ଭୁଲିବା ଅସମ୍ଭବ। ଗ୍ରାଉଣ୍ଡ ଭିତରେ ସେ ଅନେକ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି। ଅନେକ ଅବାସ୍ତବ ସ୍ୱପ୍ନକୁ ପଡ଼ିଆ ଭିତରେ ବାସ୍ତବ ରୂପ ପ୍ରଦାନ କରିଛନ୍ତି । ମେସିଙ୍କ ଖେଳକୁ ବାକ୍ୟ କରିବା ଅସମ୍ଭବ। ସେ ସେ କେବଳ କେ ଗ୍ରାଉଣ୍ଡ ଭିତରେ ନିଜର ଅଦ୍ଭୁତ ଖେଳ ଖଳ ଦେଖାଇ ନାହାନ୍ତି, ସମଗ୍ର ବିଶ୍ୱକୁ ଫୁଟବଲ ପ୍ରେମରେ ପାଗଳ କରି ଦେଇଛନ୍ତି ।

ଆଗକୁ ଅନେକ ବିଶ୍ଵକପ୍ ଆସିବ। କିନ୍ତୁ ମେସି ରଚିଥିବା ଇତିହାସ ସେଭଳି ଅତୁଟ ରହିଯିବ। ଆଗକୁ ଅନେକ ଖେଳାଳି ବାହାରିବେ । ମେସିଙ୍କ ରେକର୍ଡ ଭାଙ୍ଗିବେ। ମାତ୍ର ତାଙ୍କ ସହ ସମତୁଲ ହୋଇ ପାରିବେ ନାହିଁ । ତାଙ୍କ ଖେଳ ସବୁଦିନ ପାଇଁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଯିବ।

ସମଗ୍ର ଫୁଟବଲପ୍ରେମୀଙ୍କ ପକ୍ଷରୁ ମେସିଙ୍କୁ ଆଉଥରେ ଧନ୍ୟବାଦ। ତାଙ୍କ ପ୍ରତ୍ୟେକ ଗୋଲ୍, ପ୍ରତ୍ୟେକ ଆସିଷ୍ଟ, ପ୍ରତ୍ୟେକ ଡ୍ରିବଲ୍ ଓ ବିଜୟ ସେଲିବ୍ରେସନ କୌଣସି କବିତା ଠାରୁ କମ୍ ନୁହେଁ । ବିଶ୍ୱର ଶ୍ରେଷ୍ଠ ଖେଳାଳିଙ୍କ ଖେଳ ଦେଖିବା ହିଁ ପ୍ରତ୍ୟେକ ଫୁଟବଲପ୍ରେମୀଙ୍କ ପାଇଁ ଗୌରବର ବିଷୟ କହିଲେ ଭୁଲ ହେବ ନାହିଁ ।