ବାରିପଦା ୩୧।୮: ନେପାଳରୁ ସୁରକ୍ଷିତ ଭାବେ ଫେରି ବାରିପଦାରେ ପହଞ୍ଚିଲେ ୨୧ ବର୍ଷୀୟ ଯୁବତୀ କୁଲସୁମ ନିଗାର । ଦୀର୍ଘ ଯାତ୍ରା ପରେ ଆଜି ନିଜ ଘରେ ପହଞ୍ଚିବା ପରେ କୁଲସୁମଙ୍କୁ ନେଇ ପରିବାରରେ ଖୁସିର ମାହୋଲ ସୃଷ୍ଟି ହୋଇଛି ।

ଗତ ଅଗଷ୍ଟ ୨୧ ତାରିଖରେ ବାରିପଦାରୁ ନେପାଳ ଯାଇଥିଲେ କୁଲସୁମ ନିଗାର। ନେପାଳର ଫ୍ଲାସ ଫ୍ଲଡ ପ୍ରଭାବିତ ଅଞ୍ଚଳ ଠାରୁ ପ୍ରାୟ ୪୦୦ କିଲୋମିଟର ଦୂର ଧରପଠାନ ଅଞ୍ଚଳକୁ ଟ୍ରେକିଂ ପାଇଁ ୯ ଜଣିଆ ଟିମ୍ ସହ ଯାଇଥିଲେ କୁଲସୁମ । ତେବେ ନେପାଳରେ ନେଟୱାର୍କ ସମସ୍ୟା ଯୋଗୁଁ ପ୍ରାୟ ଦୁଇ ଦିନ ଧରି କୁଲସୁମ ଓ ତାଙ୍କ ପରିବାର ମଧ୍ୟରେ ଯୋଗାଯୋଗ ହୋଇପାରିନଥିଲା । ଝିଅ ସହ ଯୋଗାଯୋଗ ହୋଇନପାରିବାରୁ ପରିବାର ଲୋକଙ୍କ ମଧ୍ୟରେ ଭୟ ଓ ଆଶଙ୍କା ବଢ଼ିଥିଲା । କୁଲସୁମଙ୍କ ସୁରକ୍ଷା ଏବଂ ତାଙ୍କୁ ଘରକୁ ଫେରାଇ ଆଣିବା ପାଇଁ ପରିବାର ପକ୍ଷରୁ ପ୍ରଶାସନ ନିକଟରେ ଗୁହାରୀ କରାଯାଇଥିଲା ।

​​​​​​​

Also Read:- କଟକ ଷ୍ଟେସନରୁ ଝିଅ ନିଖୋଜ ପରେ ଚାଞ୍ଚଲ୍ୟ, ସନ୍ଦିଗ୍ଧ ବୃଦ୍ଧଙ୍କୁ ଖୋଜୁଛି ପୋଲିସ

ଶେଷରେ ଅଗଷ୍ଟ ୨୯ ତାରିଖରେ ଧରପଠାନରେ ଥିବା ନେଇ ଅଡିଓ ଭଏସ ଘରକୁ ପଠାଇଥିଲେ ଏବଂ ପରେ ଘର ଲୋକଙ୍କ ସହ ଯୋଗାଯୋଗ ହୋଇଥିଲା । ୨୯ ତାରିଖ ସନ୍ଧ୍ୟାରେ ସେଠାରୁ ଫେରିବା ଯାତ୍ରା ଆରମ୍ଭ କରି ପ୍ରଥମେ ପୋଖରା ଏବଂ ସେଠାରୁ ବସ୍ ଯୋଗେ ଭାରତ-ନେପାଳ ସୀମାର ରକ୍ସୌଲରେ ପହଞ୍ଚିଥିଲେ କୁଲସୁମ । ପରେ ମିଥିଳା ଏକ୍ସପ୍ରେସ୍ ଟ୍ରେନ୍ ଯୋଗେ କୋଲକାତାରେ ପହଞ୍ଚିଥିଲେ । ସୋମବାର କୋଲକାତାରୁ ବସ୍ ଯୋଗେ ବାରିପଦାରେ ପହଞ୍ଚି ନେପାଳରେ ଦେଖିଥିବା ଘଟଣା ଏବଂ ଅନୁଭୂତି ସମ୍ପର୍କରେ କୁଲସୁମ ବଖାଣିଛନ୍ତି । କୁଲସୁମ ସୁରକ୍ଷିତ ଭାବେ ଘରକୁ ଫେରିବା ପରେ ପରିବାର ଲୋକଙ୍କ ମଧ୍ୟରେ ଖୁସି ଓ ଆଶ୍ୱସ୍ତି ଦେଖିବାକୁ ମିଳିଛି ।

Watch Video: