ମେଷ – ଆସନ୍ତାକାଲି କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ ଏବଂ ଅଟକିଥିବା କାମ ଆଗକୁ ବଢ଼ିବ। ଧନ ସମ୍ବନ୍ଧୀୟ ମାମଲାରେ ଭଲ ଖବର ମିଳିପାରେ। ବ୍ୟବସାୟରେ ନୂଆ ଗ୍ରାହକ କିମ୍ବା ଅର୍ଡର ମିଳିବାର ଯୋଗ ରହିଛି। ପ୍ରେମ ସମ୍ପର୍କରେ ରାଗ ଓ ତରବରିଆ ନିଷ୍ପତ୍ତିରୁ ଦୂରେଇ ରୁହନ୍ତୁ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିବ।

ବୃଷ - ପରିଶ୍ରମର ଭଲ ଫଳ ପାଇବେ ଏବଂ କାର୍ଯ୍ୟକ୍ଷେତ୍ରରେ ନିଜ ଦକ୍ଷତା ପ୍ରମାଣ କରିପାରିବେ। ଆର୍ଥିକ ସ୍ଥିତିରେ ଧୀରେ ଧୀରେ ସୁଧାର ଆସିବ। ପୁରୁଣା ଟଙ୍କା ଫେରିପାଇବାର ଆଶା ରହିଛି। ବ୍ୟବସାୟରେ ନୂଆ ଯୋଜନା କରିବା ପାଇଁ ଦିନଟି ଅନୁକୂଳ। ଅନାବଶ୍ୟକ ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ।

ମିଥୁନ - ଯୋଗାଯୋଗ ଓ ପରିଚୟ ମାଧ୍ୟମରେ ଆଜି ଲାଭ ମିଳିପାରେ। ଚାକିରିରେ ନୂଆ ଦାୟିତ୍ୱ କିମ୍ବା ପ୍ରୋଜେକ୍ଟ ମିଳିପାରେ। ବ୍ୟବସାୟୀମାନେ ନୂଆ ଗ୍ରାହକ ପାଇପାରନ୍ତି। ଧନ ଆସିବା ସହିତ କିଛି ଅପ୍ରତ୍ୟାଶିତ ଖର୍ଚ୍ଚ ମଧ୍ୟ ହୋଇପାରେ। ପ୍ରେମ ସମ୍ପର୍କରେ ନିଜ କଥା ସ୍ପଷ୍ଟ ଭାବରେ କହନ୍ତୁ।

କର୍କଟ - ସୋମବାର ମାନସିକ ଭାବେ ଅଧିକ ସ୍ଥିର ରହିବେ ଏବଂ ନିଜ କାମରେ ଭଲ ଧ୍ୟାନ ଦେଇପାରିବେ। ଚାକିରିରେ ଦାୟିତ୍ୱ ବଢ଼ିବା ସହିତ ପ୍ରଶଂସା ମଧ୍ୟ ମିଳିପାରେ। ଧନଲାଭ ପାଇଁ ଦିନଟି ଭଲ ରହିବ। ବ୍ୟବସାୟରେ ପୁରୁଣା କାମରୁ ଲାଭ ମିଳିପାରେ। ପରିବାର ଓ ଜୀବନସାଥୀଙ୍କ ସହ ସମ୍ପର୍କ ମଧୁର ରହିବ।

ସିଂହ - ଆପଣଙ୍କ ନେତୃତ୍ୱ କ୍ଷମତା ଓ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ନିଜ ପ୍ରଭାବ ବଢ଼ାଇପାରିବେ। ଅଟକିଥିବା କାମ ପୁଣି ଆରମ୍ଭ ହେବାର ସମ୍ଭାବନା ରହିଛି। ବ୍ୟବସାୟରେ ନୂଆ ସୁଯୋଗ ଆସିପାରେ ଏବଂ ଆର୍ଥିକ ସ୍ଥିତିରେ ସୁଧାର ହୋଇପାରେ। ଅହଂକାର କିମ୍ବା ଜିଦ୍ରୁ ସମ୍ପର୍କରେ ସମସ୍ୟା କରନ୍ତୁ ନାହିଁ।

କନ୍ୟା - ଯୋଜନାବଦ୍ଧ ଭାବରେ କାମ କଲେ ଭଲ ସଫଳତା ମିଳିବ। ଚାକିରି କିମ୍ବା ବ୍ୟବସାୟରେ ସ୍ଥିରତା ବଢ଼ିବ। ପୁରୁଣା ଆର୍ଥିକ ସମସ୍ୟାର ସମାଧାନ ପାଇଁ ନୂଆ ରାସ୍ତା ମିଳିପାରେ। ଋଣ କିମ୍ବା ଦେୟ ଟଙ୍କା ସମ୍ବନ୍ଧରେ ଯୋଜନା କରିବା ଭଲ। ଅତ୍ୟଧିକ ଚିନ୍ତା ନକରି ବ୍ୟବହାରିକ ଭାବରେ ପଦକ୍ଷେପ ନିଅନ୍ତୁ।

ତୁଳା - ପେଶାଗତ ଜୀବନରେ ଉନ୍ନତିର ସୁଯୋଗ ମିଳିପାରେ। ବରିଷ୍ଠ ବ୍ୟକ୍ତିଙ୍କ ସହଯୋଗରୁ ଗୁରୁତ୍ୱପୂର୍ଣ୍ଣ କାମ ସହଜ ହେବ। ବ୍ୟବସାୟରେ ନୂଆ ପାର୍ଟନର କିମ୍ବା ଗ୍ରାହକ ସହ ଯୋଗାଯୋଗ ହୋଇପାରେ। ଧନଲାଭ ହେଲେ ମଧ୍ୟ ସଞ୍ଚୟ ଉପରେ ଧ୍ୟାନ ଦିଅନ୍ତୁ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ଭୁଲ ବୁଝାବୁଝି ଥିଲେ ଆଲୋଚନା ମାଧ୍ୟମରେ ସମାଧାନ ହେବ।

ବିଛା - ଦୃଢ଼ ଇଚ୍ଛାଶକ୍ତି ଓ ପରିଶ୍ରମ ଦ୍ୱାରା ଆଜି ଭଲ ଫଳ ପାଇପାରିବେ। କାର୍ଯ୍ୟକ୍ଷେତ୍ରରେ ନିଜ କାମର ପ୍ରଶଂସା ମିଳିବ। ବ୍ୟବସାୟରେ ପୁରୁଣା ସମସ୍ୟାର ସମାଧାନ ହୋଇପାରେ। ଆର୍ଥିକ ସ୍ଥିତି ମଧ୍ୟମରୁ ଭଲ ରହିବ, କିନ୍ତୁ ଅପ୍ରତ୍ୟାଶିତ ଖର୍ଚ୍ଚ ପ୍ରତି ସତର୍କ ରୁହନ୍ତୁ। ସମ୍ପର୍କରେ ଅତ୍ୟଧିକ ସନ୍ଦେହ ସମସ୍ୟା ବଢ଼ାଇପାରେ।

ଧନୁ - ଭାଗ୍ୟ ଓ ପରିଶ୍ରମର ସହଯୋଗରୁ ଆଜି ଭଲ ଫଳ ମିଳିପାରେ। ଚାକିରିରେ ନୂଆ ସୁଯୋଗ କିମ୍ବା ଦାୟିତ୍ୱ ମିଳିପାରେ। ବ୍ୟବସାୟ ବିସ୍ତାର ପାଇଁ ନୂଆ ଯୋଜନା କରିପାରନ୍ତି। ପୁରୁଣା ପ୍ରୟାସରୁ ଧନଲାଭ ହେବାର ଯୋଗ ରହିଛି। ପ୍ରେମ ସମ୍ପର୍କରେ ସକାରାତ୍ମକ ପରିବର୍ତ୍ତନ ଆସିପାରେ।

ମକର - କାର୍ଯ୍ୟକ୍ଷେତ୍ରରେ କାମର ଚାପ ବଢ଼ିପାରେ, କିନ୍ତୁ ଧୈର୍ଯ୍ୟ ରଖିଲେ ସଫଳ ହେବେ। ଆର୍ଥିକ ମାମଲାରେ ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ। ପୁରୁଣା ଦେୟ ଟଙ୍କା ନେଇ ଆଲୋଚନା ହୋଇପାରେ। ବ୍ୟବସାୟରେ ଧୀରେ ଧୀରେ ଉନ୍ନତି ହେବ। ଦାମ୍ପତ୍ୟ ଜୀବନରେ ଖୋଲାମନରେ କଥା ହେବା ଆବଶ୍ୟକ।

କୁମ୍ଭ - ନୂଆ ଚିନ୍ତା ଓ ସୃଜନଶୀଳତା ଆଜି ଆପଣଙ୍କ ଶକ୍ତି ହେବ। ବ୍ୟବସାୟୀମାନେ ନୂଆ ପ୍ରୋଜେକ୍ଟ କିମ୍ବା ଗ୍ରାହକ ପାଇପାରନ୍ତି। ଚାକିରିରେ ନିଜ କାମ ଉପରେ ଧ୍ୟାନ ଦେଲେ ବରିଷ୍ଠଙ୍କ ନଜରକୁ ଆସିବେ। ଧନଲାଭ ହୋଇପାରେ, କିନ୍ତୁ ଅତ୍ୟଧିକ ଖର୍ଚ୍ଚରୁ ବଞ୍ଚନ୍ତୁ। ପ୍ରେମ ସମ୍ପର୍କରେ ବିଶ୍ୱାସ ଓ ସ୍ପଷ୍ଟତା ରଖନ୍ତୁ।

ମୀନ - ଘର ଓ ପରିବାର ସମ୍ବନ୍ଧୀୟ କାମ ଆଜି ଅଧିକ ଗୁରୁତ୍ୱ ପାଇବ। ଚାକିରିରେ କାମର ଚାପ ଥାଇପାରେ, କିନ୍ତୁ ଧୈର୍ଯ୍ୟର ସହ କାମ କଲେ ସଫଳତା ମିଳିବ। ବ୍ୟବସାୟରେ ଧୀରେ ଧୀରେ ଉନ୍ନତି ହେବ। ଆର୍ଥିକ ମାମଲାରେ ଭାବପ୍ରବଣ ହୋଇ ନିବେଶ କରନ୍ତୁ ନାହିଁ। ପରିବାର ଓ ପ୍ରେମ ସମ୍ପର୍କରେ ସହଯୋଗୀ ମନୋଭାବ ରଖନ୍ତୁ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - 8249826682