ମେଷ- କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢ଼ିବ। ପରିବାରରେ କୌଣସି ବିଷୟକୁ ନେଇ ଆଲୋଚନା ହୋଇପାରେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ନୂଆ କାମ ଆରମ୍ଭ କରିବା ପୂର୍ବରୁ ବରିଷ୍ଠଙ୍କ ପରାମର୍ଶ ନିଅନ୍ତୁ। ସନ୍ଧ୍ୟା ପରେ ମନ ହାଲୁକା ରହିବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଯାନବାହନ ଚଳାଇବା ସମୟରେ ସତର୍କ ରୁହନ୍ତୁ।

ବୃଷ- ବ୍ୟବସାୟରେ ଯୋଗାଯୋଗ ବଢ଼ିବ ଏବଂ ଲାଭର ସୁଯୋଗ ମିଳିବ। ଅଟକିଥିବା କାର୍ଯ୍ୟ ଆଗକୁ ବଢ଼ିପାରେ। ଭାଇଭଉଣୀଙ୍କ ସହଯୋଗ ପାଇବେ। ଛୋଟ ଯାତ୍ରାର ଯୋଗ ରହିଛି। ଆର୍ଥିକ ଦିଗ ଅନୁକୂଳ ରହିବ। ନୂତନ ଗ୍ରାହକ କିମ୍ବା ବ୍ୟବସାୟିକ ସୁଯୋଗ ମିଳିପାରେ। ଘରେ ଶୁଭ କାର୍ଯ୍ୟର ଆଲୋଚନା ହେବ।

ମିଥୁନ- ଆୟ ବୃଦ୍ଧିର ସୁଯୋଗ ମିଳିପାରେ। ଚାକିରିରେ ପ୍ରଶଂସା ମିଳିବ। ଅନାବଶ୍ୟକ କଥାବାର୍ତ୍ତାରୁ ଦୂରେ ରୁହନ୍ତୁ। ପରିବାରରେ ଶାନ୍ତି ବଜାୟ ରହିବ। ନିବେଶ ପୂର୍ବରୁ ଭଲଭାବେ ଭାବନ୍ତୁ। ଅଧିକାରୀଙ୍କ ସହଯୋଗ ପାଇ କାମ ସହଜ ହେବ। ଛାତ୍ରଛାତ୍ରୀମାନେ ଭଲ ଫଳ ପାଇବା ପାଇଁ ଅଧିକ ଉତ୍ସାହିତ ହେବେ।

କର୍କଟ- ଚନ୍ଦ୍ର ରାଶିରେ ଥିବାରୁ ଆତ୍ମବିଶ୍ୱାସ ବଢ଼ିବ। ନୂଆ ଯୋଜନା ସଫଳତା ଦିଗକୁ ଯିବ। ପରିବାରର ସହଯୋଗ ମିଳିବ। ସ୍ୱାସ୍ଥ୍ୟରେ ସୁଧାର ଦେଖାଯିବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ। ଦୀର୍ଘଦିନର ଇଚ୍ଛା ପୂରଣ ହେବାର ସମ୍ଭାବନା ରହିଛି।

ସିଂହ- ଖର୍ଚ୍ଚ ବଢ଼ିପାରେ, ତେଣୁ ବଜେଟ୍ ପ୍ରତି ଧ୍ୟାନ ରଖନ୍ତୁ। ଗୁପ୍ତ ଶତ୍ରୁଙ୍କଠାରୁ ସତର୍କ ରୁହନ୍ତୁ। ବିଶ୍ରାମକୁ ଅବହେଳା କରନ୍ତୁ ନାହିଁ। ଅଧିକ ଚିନ୍ତା ଏଡ଼ାନ୍ତୁ। ସନ୍ଧ୍ୟାରେ ଭଲ ଖବର ମିଳିପାରେ। ବିଦେଶ କିମ୍ବା ଦୂରସ୍ଥ କାର୍ଯ୍ୟରୁ ଲାଭର ସଙ୍କେତ ରହିଛି। ଧ୍ୟାନ ଓ ପ୍ରାର୍ଥନା କଲେ ମାନସିକ ଶାନ୍ତି ମିଳିବ।

କନ୍ୟା- ମିତ୍ରଙ୍କ ସହଯୋଗରେ କାମ ସମ୍ପୂର୍ଣ୍ଣ ହେବ। ଆୟର ନୂଆ ଉତ୍ସ ମିଳିପାରେ। ବ୍ୟବସାୟରେ ଭଲ ଅର୍ଡର ମିଳିବାର ସମ୍ଭାବନା ଅଛି। ସାମାଜିକ ସମ୍ମାନ ବଢ଼ିବ। ପୁରୁଣା ଯୋଜନା ସଫଳ ହେବ। ବନ୍ଧୁଙ୍କ ପରାମର୍ଶ ଲାଭଦାୟକ ହେବ। ନୂଆ ନିବେଶରେ ସକାରାତ୍ମକ ସଙ୍କେତ ମିଳିପାରେ।

ତୁଳା- ଚାକିରିରେ ଦାୟିତ୍ୱ ବଢ଼ିବ। ବରିଷ୍ଠଙ୍କ ପ୍ରଶଂସା ପାଇପାରନ୍ତି। ତରବରିଆ ଭାବରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ପରିବାର ସହ ସମୟ ବିତାଇବେ। ଆର୍ଥିକ ସ୍ଥିତି ସ୍ଥିର ରହିବ। ପଦୋନ୍ନତି କିମ୍ବା ନୂଆ ଦାୟିତ୍ୱର ସମ୍ଭାବନା ରହିଛି। ପିତାମାତାଙ୍କ ଆଶୀର୍ବାଦ ଶୁଭଫଳ ଦେବ।

ବିଛା- ଭାଗ୍ୟର ସହଯୋଗ ମିଳିବ। ଦୂରଯାତ୍ରା କିମ୍ବା ଧାର୍ମିକ କାର୍ଯ୍ୟର ଯୋଗ ରହିଛି। ଉଚ୍ଚ ଶିକ୍ଷା ଓ ପ୍ରତିଯୋଗିତାରେ ସଫଳତା ମିଳିପାରେ। ଗୁରୁଜନଙ୍କ ଆଶୀର୍ବାଦ ଲାଭଦାୟକ ହେବ। ମନ ପ୍ରସନ୍ନ ରହିବ। ଆଇନଗତ କାର୍ଯ୍ୟରେ ଅଗ୍ରଗତି ହୋଇପାରେ। ଧର୍ମକାର୍ଯ୍ୟରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ।

ଧନୁ- ଧନ କାରବାରରେ ସତର୍କତା ଆବଶ୍ୟକ। କାର୍ଯ୍ୟରେ ବିଳମ୍ବ ହୋଇପାରେ। ସ୍ୱାସ୍ଥ୍ୟକୁ ଅବହେଳା କରନ୍ତୁ ନାହିଁ। ଅନାବଶ୍ୟକ ବିବାଦରୁ ଦୂରେଇ ରୁହନ୍ତୁ। ସନ୍ଧ୍ୟା ପରେ ପରିସ୍ଥିତି ଭଲ ହେବ। ଅଟକିଥିବା ଧନ ମିଳିବାର ଆଶା ବଢ଼ିବ। ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଶ୍ଚିତ ଲାଭ ଦେବ।

ମକର- ଦାମ୍ପତ୍ୟ ଓ ବ୍ୟବସାୟିକ ସହଭାଗିତାରେ ଲାଭ ମିଳିବ। ନୂଆ ଚୁକ୍ତି ସଫଳ ହୋଇପାରେ। ଗ୍ରାହକଙ୍କ ସହ ଭଲ ସମ୍ପର୍କ ରଖନ୍ତୁ। ଆର୍ଥିକ ଦିଗ ସକାରାତ୍ମକ ରହିବ। ପରିବାରରେ ଆନନ୍ଦର ପରିବେଶ ରହିବ। ଜୀବନସାଥୀଙ୍କ ସହଯୋଗରେ ବଡ଼ କାମ ସମ୍ପନ୍ନ ହେବ। ନୂଆ ବ୍ୟବସାୟିକ ସମ୍ପର୍କ ଭବିଷ୍ୟତରେ ଲାଭ ଦେବ।

କୁମ୍ଭ- କାର୍ଯ୍ୟକ୍ଷେତ୍ରରେ ପରିଶ୍ରମ ଅଧିକ ରହିବ। ବିରୋଧୀମାନେ ପରାସ୍ତ ହେବେ। ସ୍ୱାସ୍ଥ୍ୟରେ ସାମାନ୍ୟ ସତର୍କତା ଆବଶ୍ୟକ। ଅଟକିଥିବା କାମ ଧୀରେ ଧୀରେ ସମ୍ପୂର୍ଣ୍ଣ ହେବ। ଚାକିରିରେ ଉନ୍ନତିର ସଙ୍କେତ ମିଳିବ। ଋଣ ଶୋଧ କରିବାରେ ସଫଳତା ମିଳିପାରେ। ସହକର୍ମୀଙ୍କ ସହଯୋଗରେ ଚାପ କମିବ।

ମୀନ- ସୃଜନଶୀଳ କାର୍ଯ୍ୟରେ ସଫଳତା ମିଳିବ। ସନ୍ତାନଙ୍କଠାରୁ ଖୁସି ଖବର ପାଇପାରନ୍ତି। ପ୍ରେମ ସମ୍ପର୍କ ମଧୁର ରହିବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଶୁଭ। ଧନଲାଭର ସୁଯୋଗ ମଧ୍ୟ ମିଳିପାରେ। କଳା, ସାହିତ୍ୟ କିମ୍ବା ସଙ୍ଗୀତ କ୍ଷେତ୍ରରେ ସଫଳତା ମିଳିପାରେ। ପରିବାର ସହ ଆନନ୍ଦମୟ ସମୟ ବିତାଇବେ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682