ମେଷ- ଦିନଟି ପ୍ରତିକୂଳ ରହିପାରେ। କାର୍ଯ୍ୟକ୍ଷେତ୍ରରେ ବାଧା ଓ ବିଳମ୍ବ ଦେଖାଦେଇପାରେ। ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ। ପରିବାରରେ ଛୋଟ କଥାକୁ ନେଇ ମତଭେଦ ସୃଷ୍ଟି ହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ଧୈର୍ଯ୍ୟ ଧରି କାମ କଲେ କ୍ଷତିରୁ ରକ୍ଷା ପାଇବେ।

ବୃଷ- ପରିଶ୍ରମ ଅନୁଯାୟୀ ଫଳ ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟବସାୟରେ ନୂଆ ସୁଯୋଗ ମିଳିପାରେ। ପରିବାରର ସହଯୋଗ ରହିବ। ଯାତ୍ରା ଶୁଭ ହୋଇପାରେ। ପୁରୁଣା ସମସ୍ୟାର ସମାଧାନ ହେବ।

ମିଥୁନ- ଘାତ ଚନ୍ଦ୍ର ପ୍ରଭାବରୁ ଦିନଟି ମିଶ୍ର ରହିବ। ଗୁରୁତ୍ୱପୂର୍ଣ୍ଣ କାମରେ ବିଳମ୍ବ ହୋଇପାରେ। ବାଦବିବାଦରୁ ଦୂରେ ରୁହନ୍ତୁ। ଧନ କାରବାରରେ ସତର୍କତା ରଖନ୍ତୁ। ସନ୍ଧ୍ୟା ପରେ ପରିସ୍ଥିତିରେ ସୁଧାର ଆସିବ। ଭଗବାନ ଗଣେଶଙ୍କ ପୂଜା ଶୁଭ ରହିବ।

କର୍କଟ- କାର୍ଯ୍ୟକ୍ଷେତ୍ରରେ ଚାପ ବଢ଼ିବ। ଆର୍ଥିକ ବିଷୟରେ ସତର୍କ ରୁହନ୍ତୁ। ପରିବାରରେ ମନୋମାଳିନ୍ୟ ହୋଇପାରେ। ଦୂରଯାତ୍ରା ଏଡ଼ାଇବା ଭଲ। ସନ୍ଧ୍ୟା ପରେ ମାନସିକ ଶାନ୍ତି ମିଳିବ।

ସିଂହ- ଦିନଟି ମଧ୍ୟମ ଫଳଦାୟକ। କର୍ମକ୍ଷେତ୍ରରେ ପରିଶ୍ରମ ଅଧିକ କରିବାକୁ ପଡ଼ିପାରେ। ଆଶାକରା ଫଳ ବିଳମ୍ବରେ ମିଳିବ। ଧନଲାଭ ହେଲେ ମଧ୍ୟ ଖର୍ଚ୍ଚ ବଢ଼ିପାରେ। ପରିବାରର ସହଯୋଗ ରହିବ। ଧୈର୍ଯ୍ୟ ରଖିଲେ ଲାଭ ମିଳିବ।

କନ୍ୟା- କାର୍ଯ୍ୟରେ ଅଗ୍ରଗତି ହେବ। ବଡ଼ମାନଙ୍କ ପରାମର୍ଶ ଉପକାରୀ ସାବ୍ୟସ୍ତ ହେବ। ବ୍ୟବସାୟରେ ଲାଭ ମିଳିବ। ପରିବାରରେ ଶାନ୍ତି ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ନୂଆ ସୁଯୋଗ ମିଳିପାରେ।

ତୁଳା- ଦିନଟି ମିଶ୍ର ରହିବ। କାମରେ କିଛି ବାଧା ଆସିଲେ ମଧ୍ୟ ସଫଳତା ମିଳିବ। ଧନ ବ୍ୟୟ ନିୟନ୍ତ୍ରଣ କରନ୍ତୁ। ପରିବାରରେ ସମନ୍ୱୟ ରଖନ୍ତୁ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ମାନସିକ ଶାନ୍ତି ମିଳିବ।

ବିଛା- ଦିନଟି ମଧ୍ୟମ ରହିବ। କର୍ମକ୍ଷେତ୍ରରେ ପରିଶ୍ରମ ଅନୁଯାୟୀ ଫଳ ମିଳିବ। ଧନଲାଭର ସୁଯୋଗ ଥିଲେ ମଧ୍ୟ ଅନାବଶ୍ୟକ ଖର୍ଚ୍ଚ ହୋଇପାରେ। ପରିବାରର ସହଯୋଗ ରହିବ। ସ୍ୱାସ୍ଥ୍ୟ ସାଧାରଣ ରହିବ। ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ।

ଧନୁ- ଭାଗ୍ୟର ସହଯୋଗ ମିଳିବ। କର୍ମକ୍ଷେତ୍ରରେ ପ୍ରଶଂସା ପାଇପାରନ୍ତି। ଧନଲାଭର ଯୋଗ ରହିଛି। ପରିବାରରେ ଖୁସିର ପରିବେଶ ରହିବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ। ଧାର୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବ।

ମକର- କାର୍ଯ୍ୟକ୍ଷେତ୍ରରେ ପରିଶ୍ରମ ବଢ଼ିବ କିନ୍ତୁ ଫଳ ମଧ୍ୟ ମିଳିବ। ଅଟକିଥିବା କାମ ସମ୍ପୂର୍ଣ୍ଣ ହୋଇପାରେ। ପରିବାରର ସହଯୋଗ ରହିବ। ସ୍ୱାସ୍ଥ୍ୟ ସାଧାରଣ ରହିବ। ସନ୍ଧ୍ୟା ପରେ ଶୁଭ ସମ୍ବାଦ ମିଳିପାରେ। ଆର୍ଥିକ ସ୍ଥିତି ସୁଧୁରିବ।

କୁମ୍ଭ- ଦିନଟି ମଧ୍ୟମ ଫଳଦାୟକ। ଭାଗୀଦାରୀ କାମରେ ସତର୍କ ରୁହନ୍ତୁ। ଆର୍ଥିକ ବିଷୟରେ ଯୋଜନା କରି ଆଗକୁ ବଢ଼ନ୍ତୁ। ଦାମ୍ପତ୍ୟ ଜୀବନରେ ବୁଝାମଣା ରଖନ୍ତୁ। ସ୍ୱାସ୍ଥ୍ୟ ସାଧାରଣ ରହିବ। ସନ୍ଧ୍ୟା ପରେ ପରିସ୍ଥିତି ଅନୁକୂଳ ହେବ।

ମୀନ- ଚନ୍ଦ୍ର ରାଶିରେ ଥିବାରୁ ଦିନଟି ଅନୁକୂଳ ରହିବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଅଧୂରା କାମ ସମ୍ପୂର୍ଣ୍ଣ ହେବ। ଚାକିରି ଓ ବ୍ୟବସାୟରେ ଉନ୍ନତିର ସୁଯୋଗ ମିଳିବ। ପରିବାରରେ ଆନନ୍ଦ ରହିବ। ନୂଆ କାର୍ଯ୍ୟ ଆରମ୍ଭ ପାଇଁ ଦିନଟି ଶୁଭ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682​​​​​​​