ମେଷ- ଅଯଥା ତର୍କ କିମ୍ବା କ୍ରୋଧରେ କଥା କହିଲେ ସମ୍ପର୍କ ଖରାପ ହୋଇପାରେ। ଟଙ୍କା ଦେଣନେଣରେ ସାବଧାନ ରୁହନ୍ତୁ। ନୂଆ ନିଷ୍ପତ୍ତି ନେବା ବଦଳରେ ଅଧୁରା କାମ ସାରିବା ଭଲ। ଯାତ୍ରା କିମ୍ବା ବାହାର କାମରେ ଅସୁବିଧା ହୋଇପାରେ।

ବୃଷ- କାର୍ଯ୍ୟକ୍ଷେତ୍ରରେ ଧୀରେ ଧୀରେ ଭଲ ସ୍ଥିତି ତିଆରି ହେବ। ପୁରୁଣା କାମରୁ ଲାଭ ମିଳିବାର ଯୋଗ ରହିଛି। ପରିବାରରେ କାହାର ସାହାଯ୍ୟ ମିଳିପାରେ। ଆର୍ଥିକ ଯୋଜନା ଭଲ ହେବ। ମନରେ ଥିବା କିଛି ଚିନ୍ତା କମିପାରେ।

ମିଥୁନ- କାମରେ ଛୋଟ ଭୁଲ ମଧ୍ୟ ପରେ ଅସୁବିଧା କରିପାରେ। ଅନ୍ୟର କଥାରେ ପଡ଼ି ନିଷ୍ପତ୍ତି ନିଅନ୍ତୁ ନାହିଁ। ଟଙ୍କା ଖର୍ଚ୍ଚ ବଢ଼ିପାରେ। ପରିବାର କିମ୍ବା ସାଙ୍ଗସାଥୀଙ୍କ ସହ ମତଭେଦ ହେଲେ ଶାନ୍ତ ରୁହନ୍ତୁ। ଧୈର୍ଯ୍ୟ ରଖି କାମ କରିବା ହିଁ ଭଲ।

କର୍କଟ- ଘାତଚନ୍ଦ୍ର ଥିବାରୁ ମନ ଟିକେ ଅସ୍ଥିର ରହିପାରେ। ଅଧିକ ଚିନ୍ତା କରି ଛୋଟ କଥାକୁ ବଡ଼ କରନ୍ତୁ ନାହିଁ। ଘରେ କାହାର କଥାରେ ମନ ଖରାପ ହୋଇପାରେ। କାମରେ ଚାପ ରହିଲେ ମଧ୍ୟ ତରବର ହୋଇ ନିଷ୍ପତ୍ତି ନେବା ଠିକ୍ ନୁହେଁ। ଟଙ୍କା ଓ ସ୍ୱାସ୍ଥ୍ୟ ଦିଗରେ ଅଧିକ ଧ୍ୟାନ ଦିଅନ୍ତୁ।

ସିଂହ- ଆଶା ଅନୁସାରେ କାମ ନ ହେବାରୁ ନିରାଶ ଲାଗିପାରେ। କାର୍ଯ୍ୟକ୍ଷେତ୍ରରେ ଅନ୍ୟମାନଙ୍କ ସହ ଅଯଥା ପ୍ରତିଯୋଗିତା କରନ୍ତୁ ନାହିଁ। ଆୟ ଥିଲେ ମଧ୍ୟ ଖର୍ଚ୍ଚ ମଧ୍ୟ ବଢିପାରେ। ପ୍ରେମ ଓ ପରିବାରରେ ଭୁଲ ବୁଝାବୁଝି ହୋଇପାରେ। ନିଜ କଥାଠାରୁ ଅଧିକ ଅନ୍ୟର କଥା ଶୁଣିବା ଭଲ।

କନ୍ୟା- କାମକୁ ନେଇ ଭଲ ଗତି ଆସିପାରେ। ଅଧୁରା କାମ ସାରିବାର ସୁଯୋଗ ମିଳିବ। ଚାକିରି କରୁଥିବା ଲୋକଙ୍କୁ ଉପରିସ୍ଥ ଲୋକଙ୍କ ସହଯୋଗ ମିଳିପାରେ। ବ୍ୟବସାୟରେ ଛୋଟ ଲାଭ ମିଳିବ। ପରିବାରରେ ପରିବେଶ ଭଲ ରହିବ। ଅଧିକ ଚିନ୍ତା ନକରି ନିଜ କାମରେ ଧ୍ୟାନ ଦିଅନ୍ତୁ।

ତୁଳା- କାମରେ ନୂଆ ସୁଯୋଗ ମିଳିପାରେ। ପୁରୁଣା ପରିଚୟରୁ କିଛି ଲାଭ ହୋଇପାରେ। ଅଫିସରେ ଆପଣଙ୍କ କାମକୁ ପ୍ରଶଂସା ମିଳିପାରେ। ଟଙ୍କା ଆସିବାର ରାସ୍ତା ଖୋଲିବ, କିନ୍ତୁ ଅଯଥା ଖର୍ଚ୍ଚ କରନ୍ତୁ ନାହିଁ। ପରିବାରର କାହା ସହ ଭଲ କଥାବାର୍ତ୍ତା ହୋଇ ମନ ଖୁସି ହେବ।

ବିଛା- ଦିନଟି ଟିକେ ଭାରି ଲାଗିପାରେ। କାମରେ ବାଧା କିମ୍ବା ବିଳମ୍ବ ହେବାରୁ ମନ ଖରାପ ହୋଇପାରେ। ଅନ୍ୟ ଲୋକଙ୍କ କଥାକୁ ନେଇ ଅଧିକ ଭାବନ୍ତୁ ନାହିଁ। ଟଙ୍କା ଲଗାଣି କିମ୍ବା ବଡ଼ ଖର୍ଚ୍ଚ ଏଡ଼ାଇବା ଭଲ। ଦାମ୍ପତ୍ୟ ଓ ପ୍ରେମ ସମ୍ପର୍କରେ ରାଗରେ କଥା କହିବାରୁ ଦୂରେଇ ରୁହନ୍ତୁ।

ଧନୁ- କିଛି କାମ ଆଶା ଅନୁସାରେ ହେବ ନାହିଁ। ବ୍ୟବସାୟରେ ଟଙ୍କା ଅଟକି ରହିପାରେ କିମ୍ବା ନୂଆ ଡିଲ୍ରେ ବିଳମ୍ବ ହୋଇପାରେ। ଦୂରଯାତ୍ରା କରୁଥିଲେ ସାବଧାନ ରୁହନ୍ତୁ। ଘରୋଇ କଥାକୁ ନେଇ ମନରେ ଚାପ ଆସିପାରେ।

ମକର- ଘାତଚନ୍ଦ୍ର ଥିବାରୁ ମନ ଅସ୍ଥିର ଓ ଚିନ୍ତିତ ରହିପାରେ। କାମରେ ଅଧିକ ଦାୟିତ୍ୱ ଆସିପାରେ। ଅଫିସରେ କାହା ସହ ମତଭେଦ ହେଲେ ଚୁପ୍ ରହିବା ଭଲ। ଟଙ୍କା ଦେଣନେଣରେ ଅଧିକ ସାବଧାନ ରୁହନ୍ତୁ। ଶରୀର ଥକ୍କା ଲାଗିଲେ ବିଶ୍ରାମ ନିଅନ୍ତୁ ଏବଂ ତରବରରେ କୌଣସି ବଡ଼ ନିଷ୍ପତ୍ତି ନିଅନ୍ତୁ ନାହିଁ।

କୁମ୍ଭ- ନିଜ ପକ୍ଷରେ କିଛି ଭଲ ଖବର ମିଳିପାରେ। କାମରେ ନୂଆ ଦାୟିତ୍ୱ ଆସିଲେ ମଧ୍ୟ ତାହା ଆଗକୁ ଲାଭ ଦେବ। ଆୟ ବଢ଼ାଇବା ପାଇଁ ନୂଆ ଚିନ୍ତା ମନକୁ ଆସିପାରେ। ବନ୍ଧୁ କିମ୍ବା ପରିଚିତଙ୍କ ସହଯୋଗ ମିଳିବ। ପରିବାରରେ ମଧ୍ୟ ଦିନଟି ସାଧାରଣତଃ ଭଲ ରହିବ।

ମୀନ- ଇଚ୍ଛା ଅନୁସାରେ କିଛି କାମ ଆଗକୁ ବଢ଼ିପାରେ। କାର୍ଯ୍ୟକ୍ଷେତ୍ରରେ ଭଲ ଖବର ମିଳିବାର ସମ୍ଭାବନା ରହିଛି। ଆର୍ଥିକ ଦିଗରେ ସ୍ଥିତି ସାଧାରଣଠାରୁ ଭଲ ରହିବ। ପରିବାରର କାହାର ସାହାଯ୍ୟ ମିଳିପାରେ। ନିଜ କ୍ଷମତା ଉପରେ ଭରସା ରଖି କାମ କଲେ ଭଲ ଫଳ ମିଳିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682