ମେଷ– କାର୍ଯ୍ୟକ୍ଷେତ୍ରରେ ନିଜ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ମିଳିବ। ଅଧିକାରୀଙ୍କ ପ୍ରଶଂସା ପାଇପାରନ୍ତି। ପୁରୁଣା ଅର୍ଥ ଫେରି ପାଇବାର ଯୋଗ ରହିଛି। ପରିବାରରେ ଖୁସିର ପରିବେଶ ରହିବ। ଯାତ୍ରା ସମୟରେ ସତର୍କ ରୁହନ୍ତୁ।

ବୃଷ– ଖର୍ଚ୍ଚ ବଢ଼ିପାରେ ତେଣୁ ଆର୍ଥିକ ଯୋଜନା ଆବଶ୍ୟକ। ଚାକିରିରେ କିଛି ଚାପ ରହିବ। ସହକର୍ମୀଙ୍କ ସହଯୋଗ ମିଳିବ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ସନ୍ଧ୍ୟାରେ ଶୁଭ ଖବର ମିଳିପାରେ।

ମିଥୁନ– ବ୍ୟବସାୟରେ ଲାଭର ଯୋଗ ରହିଛି। ନୂଆ ପରିଚୟ ଭବିଷ୍ୟତରେ ଲାଭଦାୟକ ହେବ। ଛାତ୍ରଛାତ୍ରୀଙ୍କ ମନ ପଢ଼ାରେ ଲାଗି ରହିବ। ଦାମ୍ପତ୍ୟ ଜୀବନ ମଧୁର ରହିବ। ଆତ୍ମବିଶ୍ୱାସ ବଢ଼ିବ।

କର୍କଟ– କାମରେ ବିଳମ୍ବ ହେତୁ ମନ ଅଶାନ୍ତ ରହିପାରେ। ଅନାବଶ୍ୟକ ବିବାଦରୁ ଦୂରେ ରୁହନ୍ତୁ। ପରିବାରର ବଡ଼ଙ୍କ ପରାମର୍ଶ ଉପକାରୀ ହେବ। ଅର୍ଥ ବ୍ୟୟ ବଢ଼ିପାରେ। ଧୈର୍ଯ୍ୟ ଧରିଲେ ସ୍ଥିତି ସୁଧାରିବ।

ସିଂହ– ନୂଆ ଦାୟିତ୍ୱ ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ସମ୍ମାନ ବଢ଼ିବ। ପ୍ରେମ ସମ୍ପର୍କରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଧନଲାଭର ଯୋଗ ରହିଛି। ଅଟକିଥିବା କାମ ଆଗକୁ ବଢ଼ିବ।

କନ୍ୟା– ଯୋଜନାବଦ୍ଧ ଭାବରେ କାମ କରନ୍ତୁ। ଚାକିରି ଓ ବ୍ୟବସାୟ ଉଭୟରେ ସ୍ଥିରତା ରହିବ। ପରିବାର ସହ ସମୟ କାଟିବାର ସୁଯୋଗ ମିଳିବ। ମାନସିକ ଚିନ୍ତା କମିବ। ନୂଆ କାର୍ଯ୍ୟ ଆରମ୍ଭ ପାଇଁ ଦିନଟି ଭଲ।

ତୁଳା– ସୃଜନଶୀଳ କାର୍ଯ୍ୟରେ ସଫଳତା ମିଳିବ। ବନ୍ଧୁଙ୍କ ସହଯୋଗ ଆପଣଙ୍କ ପାଇଁ ଲାଭଦାୟକ ହେବ। ଧନ ସଂପର୍କିତ କାର୍ଯ୍ୟରେ ସତର୍କ ରୁହନ୍ତୁ। ପରିବାରରେ ଶୁଭ କାର୍ଯ୍ୟର ଆଲୋଚନା ହୋଇପାରେ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ।

ବିଛା– ଚନ୍ଦ୍ରଙ୍କ ପ୍ରଭାବରେ ଅର୍ଥ ଓ ପରିବାର ସମ୍ବନ୍ଧୀୟ ବିଷୟ ଗୁରୁତ୍ୱ ପାଇବ। ଧନ ପ୍ରାପ୍ତିର ଯୋଗ ରହିଛି। କଥାବାର୍ତ୍ତାରେ ସଂଯମ ରଖନ୍ତୁ। ଚାକିରିରେ ଉନ୍ନତିର ସଙ୍କେତ ମିଳିବ। ପୁରୁଣା ଚିନ୍ତା ଦୂର ହେବ।

ଧନୁ– ଚନ୍ଦ୍ର ଆପଣଙ୍କ ରାଶିରେ ଥିବାରୁ ଆତ୍ମବିଶ୍ୱାସ ବଢ଼ିବ। ନୂଆ ଯୋଜନା ଆରମ୍ଭ କରିପାରନ୍ତି। ଚାକିରି ଓ ବ୍ୟବସାୟରେ ସକାରାତ୍ମକ ପରିବର୍ତ୍ତନ ଦେଖାଦେବ। ପରିବାରର ସହଯୋଗ ମିଳିବ। ମାନସିକ ଭାବେ ଉତ୍ସାହିତ ରହିବେ।

ମକର– କିଛି ଅନାବଶ୍ୟକ ଚିନ୍ତା ମନକୁ ବିଚଳିତ କରିପାରେ। ଖର୍ଚ୍ଚ ନିୟନ୍ତ୍ରଣରେ ରଖନ୍ତୁ। ଗୁପ୍ତ ଶତ୍ରୁଙ୍କୁ ନେଇ ସତର୍କ ରୁହନ୍ତୁ। ଆଧ୍ୟାତ୍ମିକ କାର୍ଯ୍ୟରେ ମନ ଲାଗିବ। ଧୈର୍ଯ୍ୟ ରଖିଲେ ଲାଭ ମିଳିବ।

କୁମ୍ଭ– ଆୟ ବୃଦ୍ଧିର ସମ୍ଭାବନା ରହିଛି। ନୂଆ ବନ୍ଧୁ ଓ ପରିଚୟ ଲାଭଦାୟକ ହେବ। ବ୍ୟବସାୟରେ ଅଗ୍ରଗତି ଦେଖାଯିବ। ପରିବାରରେ ଆନନ୍ଦର ପରିବେଶ ରହିବ। ଭବିଷ୍ୟତ ଯୋଜନା ପାଇଁ ଦିନଟି ଭଲ।

ମୀନ– କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବେ ଭାବନ୍ତୁ। ଅଧିକାରୀଙ୍କ ସହ କଥାବାର୍ତ୍ତାରେ ସଂଯମ ରଖନ୍ତୁ। ସ୍ୱାସ୍ଥ୍ୟ ଓ ବିଶ୍ରାମକୁ ଗୁରୁତ୍ୱ ଦିଅନ୍ତୁ। ସନ୍ଧ୍ୟା ପରେ ସ୍ଥିତିରେ ସୁଧାର ଆସିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682