କିଭ୍: ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା  ଯୁଦ୍ଧ ପଞ୍ଚମ ବର୍ଷରେ ପ୍ରବେଶ କରିଛି । ଯୁଦ୍ଧରେ ଏ ପର୍ଯ୍ୟନ୍ତ ୟୁକ୍ରେନର ଅନେକ ସହର ଧ୍ଵସ୍ତବିଧ୍ଵସ୍ତ ହେବା ସହ ହଜାର ସଂଖ୍ୟକ ସୈନିକ ଏବଂ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି । ତଥାପି ସଂଘର୍ଷ ଥମିବାର ନାଁ ନେଉନି। ଏହା ମଧ୍ୟରେ ୟୁକ୍ରେନ୍ ଏକ ବଡ଼ ଏବଂ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ନିଷ୍ପତ୍ତି ନେଇଛି । ଯୁଦ୍ଧ କ୍ଷେତ୍ରରେ ନିଜ ସୈନିକମାନଙ୍କ ଜୀବନ ରକ୍ଷା କରିବା ପାଇଁ ଦେଶ ଏବେ ‘ଆର୍ମି ଅଫ୍ ରୋବୋଟ୍ସ’ ବା ରୋବୋଟ୍ ସେନା ମୁତୟନ କରିବାକୁ ଯୋଜନା କରିଛି। ୟୁକ୍ରେନର ଏମିତି ପଦକ୍ଷେପ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଚିନ୍ତା ବଢାଇବାକୁ ଯାଉଛି।

ୟୁକ୍ରେନର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମାଇଖାଇଲୋ ଫେଡୋରୋଭ୍ ନିକଟରେ ଏହି ନୂତନ ଅଭିଯାନ ସମ୍ପର୍କରେ ଘୋଷଣା କରିଛନ୍ତି। ସେ ଏକ୍ସରେ ସୂଚନା ଦେଇ କହିଛନ୍ତି ଯେ, ଏହି ପ୍ରକଳ୍ପ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ କମ୍ପାନୀ ନୁହେଁ, ବରଂ ଏହା ଦେଶର ଏକ ସମ୍ପୂର୍ଣ୍ଣ ପ୍ରତିରକ୍ଷା-ପ୍ରଯୁକ୍ତିବିଦ୍ୟା  ୟୁନିଟ୍ ଭାବେ କାର୍ଯ୍ୟ କରିବ । ଏଥିରେ ରୋବୋଟ୍ ଆର୍ମି ଉପରେ ଗୁରୁତ୍ଵାରୋପ କରାଯାଇଛି ।

Also Read: ତେହେରାନ୍ ହସ୍ପିଟାଲ ଆକ୍ରମଣରେ ପୁଣି ଗୁରୁତର ହୋଇଥିଲେ ମୋଜତାବା, ରିପୋର୍ଟରେ ବଡ଼ ଖୁଲାସା

କେମିତି କାମ କରିବ ରୋବୋଟ୍ ସେନା

ଯୁଦ୍ଧକ୍ଷେତ୍ରର ସବୁଠାରୁ ବିପଜ୍ଜନକ ସ୍ଥାନଗୁଡ଼ିକରେ ମଣିଷ ବଦଳରେ ରୋବୋଟ୍ ବ୍ୟବହାର କରାଯିବ । ଆହତ ସୈନିକଙ୍କୁ ଉଦ୍ଧାର କରିବା, ଗୋଳାବାରୁଦ ପହଞ୍ଚାଇବା, ମାଇନ୍ ବିଛାଇବା ଓ ହଟାଇବା, ସୂଚନା ସଂଗ୍ରହ ଏବଂ ସୀମା ସୁରକ୍ଷା ସହ ଶତ୍ରୁପକ୍ଷକୁ ଆକ୍ରମଣ କରିବା । ନୂଆ ଡିଫେନ୍ସ-ଟେକ୍ କମ୍ପାନୀଗୁଡ଼ିକରେ ନିବେଶ କରିବା, ପରୀକ୍ଷଣ କରିବା ଏବଂ ଯୁଦ୍ଧକ୍ଷେତ୍ରରେ ସଫଳ ହେଉଥିବା ମଡେଲଗୁଡ଼ିକୁ ବଡ଼ ଆକାରରେ ନିର୍ମାଣ କରିବା ଆଦି ଉପରେ କାମ କରିବ ରୋବୋଟ୍ ସେନା । 

ୟୁକ୍ରେନର ‘ଆର୍ମି ଅଫ୍ ଡ୍ରୋନ୍ସ’ର ସଫଳତା ପରେ ଏବେ ଯୁଦ୍ଧର ସମ୍ପୂର୍ଣ୍ଣ ରୋବୋଟାଇଜେସନ୍ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ ପାଇଁ ବିଶେଷଜ୍ଞ, ଇଞ୍ଜିନିୟର ଓ ମୁଖ୍ୟ ପ୍ରଯୁକ୍ତିବିଦ୍ୟା ଅଧିକାରୀଙ୍କୁ ବଡ଼ ଦାୟିତ୍ଵ ଦିଆଯାଇଛି ।

Also Read: ‘ଘର ପଛପଟେ ସାପ ପାଳିଲେ ନିଜକୁ ଚୋଟ ମାରେ’; ପାକିସ୍ତାନକୁ କଡ଼ା ସମାଲୋଚନା କଲେ ପୂର୍ବତନ ରାଷ୍ଟ୍ରଦୂତ 

ଡ୍ରୋନ୍ ଜରିଆରେ ଗ୍ରାଉଣ୍ଡ୍ ରୋବୋଟ୍ ଆକ୍ରମଣ

ୟୁକ୍ରେନର ଥାର୍ଡ ଆର୍ମି କୋରର କମାଣ୍ଡର ଜେନେରାଲ ଆନ୍ଦ୍ରି ବିଲେଟସ୍କିଙ୍କ ଅନୁଯାୟୀ, ୟୁକ୍ରେନ୍ ସେନା ଏବେ ଆକାଶମାର୍ଗରୁ ଡ୍ରୋନ୍ ସାହାଯ୍ୟରେ ଶତ୍ରୁ ବିରୋଧରେ ମୁତୟବନ କରାଯାଇଛି । ଏହି ସୁଇସାଇଡ୍ ଗ୍ରାଉଣ୍ଡ୍ ରୋବୋଟଗୁଡ଼ିକରେ ବିସ୍ଫୋରକ ସଂଯୋଗ କରାଯାଇ ଦୂରରୁ ନିୟନ୍ତ୍ରଣ କରାଯାଉଛି ଏବଂ ନିର୍ଦ୍ଦିଷ୍ଟ ଲକ୍ଷ୍ୟସ୍ଥଳରେ ପହଞ୍ଚି ବିସ୍ଫୋରଣ କରାଯାଉଛି ।

ବୃଦ୍ଧି ପାଉଛି ଯୁଦ୍ଧର ଭୟାବହତା

ଗୋଟିଏ ପଟେ ବୈଷୟିକ ପ୍ରଯୁକ୍ତିର ବ୍ୟବହାର ବଢ଼ୁଥିବା ବେଳେ ଅନ୍ୟପଟେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଆହୁରି ତୀବ୍ର ହେବାରେ ଲାଗିଛି। ନିକଟରେ ରୁଷର ଡ୍ରୋନ୍ ଆକ୍ରମଣରେ ୟୁକ୍ରେନର ବନ୍ଦର, ଯୋଗାଯୋଗ ଓ ପରିବହନ ଭିତ୍ତିଭୂମି କ୍ଷତିଗ୍ରସ୍ତ ହେବା ସହ ନାଗରିକଙ୍କ ଜୀବନ ଯାଇଛି। ସେହିପରି ୟୁକ୍ରେନର ପାଲଟା ଆକ୍ରମଣରେ ରୁଷର ମଧ୍ୟ କ୍ଷୟକ୍ଷତି ଘଟିଛି। ଆତି ଜାତିସଂଘ ସାଧାରଣ ସଭାରେ ରୁଷ୍ ବୈଦେଶିକ ମନ୍ତ୍ରୀ ପାଶ୍ଚାତ୍ୟ ଦେଶଗୁଡ଼ିକ ଉପରେ ଶାନ୍ତି ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଥିବା ଅଭିଯୋଗ ଆଣିଛନ୍ତି।