ପାରାଦୀପ: ବିଶ୍ୱକର୍ମା ପୂଜାରେ ଅଘଟଣ । ସାମାନ୍ୟ ବର୍ଷା ଯୋଗୁ କାର ଉପରେ ଭାଙ୍ଗି ପଡ଼ିଲା ତୋରଣର ଲାଇଟ୍ ଗେଟ୍। ପାରାଦୀପ ଜୟଦେବ ସଦନ ନିକଟରେ ଘଟିଛି ଏହି ଦୁର୍ଘଟଣା। ତେବେ ସୌଭାଗ୍ୟବଶତଃ କାର୍ ଚାଳକ ବର୍ତ୍ତିଯାଇଛନ୍ତି।

ସୂଚନା ଅନୁସାରେ, ସୋମବାର ଅପରାହ୍ଣରେ ପାରାଦୀପ ଜୟଦେବ ସଦନ ନିକଟ ଏଫସିଆଇ ୟୁନିଅନର ବିଶ୍ବକର୍ମା ପୂଜା ତୋରଣର ଲାଇଟ୍ ଗେଟ୍ ବର୍ଷା ଯୋଗୁ ଭୁଶୁଡ଼ି ପଡ଼ିଥିଲା। ଫଳରେ ଏହି ସମୟରେ ସେହି ବାଟ ଦେଇ ଯାଉଥିବା ଏକ କାର୍ ଏବଂ ସେଠାରେ ଛିଡ଼ା ହୋଇଥିବା କିଛି ବାଇକ୍ ଚାପି ହୋଇଯାଇଥିଲା।

Also Read: ଘରୁ ଚୋରି ଅଭିଯୋଗ, କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼

ଖବର ପାଇ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପୋଲିସ ଓ ବନ୍ଦର ଅଗ୍ନିଶମ ବିଭାଗ ପହଞ୍ଚି ବାଉଁଶ ଗେଟକୁ ହଟାଇଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯଦି ଏହି ଗେଟ୍ ସନ୍ଧ୍ୟାରେ ଭୁଷୁଡ଼ିଥାନ୍ତା, ତେବେ ହୁଏତ କୌଣସି ବଡ଼ ଅଘଟଣ ଘଟିଥା’ନ୍ତା। କାରଣ ପାରାଦୀପର ପ୍ରସିଦ୍ଧ ବିଶ୍ଵକର୍ମା ପୂଜା ଦେଖିବା ପାଇଁ ଲକ୍ଷାଧିକ ଲୋକଙ୍କ ସମାଗମ ହେଉଛି । ଏମିତିରେ ପ୍ରଶାସନିକ ଯାଞ୍ଚ୍ ସତ୍ତ୍ୱେ ତୋରଣ ନିର୍ମାଣ ଏତେ ନିମ୍ନ ମାନର ହେବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।