ମେଷ- ଆୟ ବଢ଼ିବାର ସୁଯୋଗ ମିଳିପାରେ। ଅଟକିଥିବା କାମରେ ଗତି ଆସିବ। ବ୍ୟବସାୟରେ ନୂଆ ଗ୍ରାହକ କିମ୍ବା ନୂଆ ସୁଯୋଗ ମିଳିପାରେ। ପରିବାରରେ କାହାର ସାହାଯ୍ୟ ପାଇପାରନ୍ତି। ଅନାବଶ୍ୟକ ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖନ୍ତୁ। ତରବରିଆ ନିଷ୍ପତ୍ତି ନନେଇ ଭାବିଚିନ୍ତି କାମ କରନ୍ତୁ।

ବୃଷ- ଦିନଟି ଅନେକ ଦିଗରୁ ସୁବିଧାଜନକ ରହିବ। ଧନପ୍ରାପ୍ତିର ଯୋଗ ରହିବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ମିଳିପାରେ। ନୂଆ କାମ ଆରମ୍ଭ କରିବାର ଚିନ୍ତା ଆଗକୁ ବଢ଼ିବ। ପରିବାରରେ ଖୁସିର ପରିବେଶ ରହିବ। ସନ୍ଧ୍ୟା ପରେ ଯୋଗାଯୋଗ ଓ ଯାତାୟାତ ବଢ଼ିପାରେ।

ମିଥୁନ- ସକାଳ ତୁଳନାରେ ଦିନର ଦ୍ୱିତୀୟ ଭାଗ ଅଧିକ ସକ୍ରିୟ ରହିବ। ନୂଆ ଯୋଗାଯୋଗରୁ ଲାଭ ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ନିଜ ଦକ୍ଷତା ଦେଖାଇବାର ସୁଯୋଗ ମିଳିବ। ଧନ ସମ୍ବନ୍ଧୀୟ କାମରେ ଭଲ ଖବର ମିଳିପାରେ। ଛୋଟ ଯାତ୍ରାର ଯୋଗ ରହିଛି। ଏକାଧିକ କାମ ଏକାସାଙ୍ଗେ ନେଇ ଚାପ ବଢ଼ାନ୍ତୁ ନାହିଁ।

କର୍କଟ- ଖର୍ଚ୍ଚ ବଢ଼ିପାରେ ତେଣୁ ଟଙ୍କାପଇସାରେ ସାବଧାନ ରହନ୍ତୁ। କାମରେ ଅନ୍ୟମାନଙ୍କ ସହଯୋଗ ମିଳିବ। ପରିବାରର କାହାରୋ ଆବଶ୍ୟକତା ପୂରଣ କରିବାକୁ ପଡ଼ିପାରେ। ପୁରୁଣା କାମ ଶେଷ କରିବାରେ ସଫଳ ହେବେ। ମନରେ ଅନାବଶ୍ୟକ ଚିନ୍ତା ବଢ଼ିପାରେ। ଆରାମ ଓ ନିଦ୍ରାକୁ ଗୁରୁତ୍ୱ ଦିଅନ୍ତୁ।

ସିଂହ- ସାମାଜିକ କ୍ଷେତ୍ରରେ ପ୍ରଭାବ ବଢ଼ିବ। ଅଧିକାରୀ କିମ୍ବା ବରିଷ୍ଠ ବ୍ୟକ୍ତିଙ୍କ ସହଯୋଗ ପାଇପାରନ୍ତି। ବ୍ୟବସାୟରେ ନୂଆ ସୁଯୋଗ ମିଳିବ। ଆୟ ସମ୍ବନ୍ଧୀୟ ଭଲ ଖବର ଆସିପାରେ। ବନ୍ଧୁଙ୍କ ସହଯୋଗରେ ଜଟିଳ କାମ ସହଜ ହେବ। ଘରେ ନିଜ କଥା ଜୋର କରିବାରୁ ବଞ୍ଚନ୍ତୁ।

କନ୍ୟା- କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଗତି ଦେଖାଯିବ। ଉଚ୍ଚ ଅଧିକାରୀଙ୍କଠାରୁ ପ୍ରଶଂସା ପାଇପାରନ୍ତି। ପୁରୁଣା ଆର୍ଥିକ ସମସ୍ୟାର ସମାଧାନ ମିଳିପାରେ। ପରିବାରର ବୟସ୍କ ବ୍ୟକ୍ତିଙ୍କଠାରୁ ଭଲ ପରାମର୍ଶ ମିଳିବ। ନୂଆ ଦାୟିତ୍ୱ ଆସିପାରେ। କାହାର କଥାକୁ ନେଇ ଅଧିକ ଚିନ୍ତା କରନ୍ତୁ ନାହିଁ।

ତୁଳା- ଧନପ୍ରାପ୍ତିର ଭଲ ସୁଯୋଗ ରହିବ। ଦୂରସ୍ଥ ବ୍ୟକ୍ତିଙ୍କ ସହ ଯୋଗାଯୋଗରୁ ଲାଭ ମିଳିପାରେ। କାମରେ ନୂଆ ଦାୟିତ୍ୱ ମିଳିବ। ବ୍ୟବସାୟୀମାନେ ଭଲ ଚୁକ୍ତି କରିପାରନ୍ତି। ଘରେ ପୁରୁଣା ମତଭେଦ କମିବ। ଯାତ୍ରା ସମୟରେ ନିଜ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ।

ବିଛା- ମନକୁ ଶାନ୍ତ ରଖି କାମ କରିବା ଆବଶ୍ୟକ। ଧନ ସମ୍ବନ୍ଧୀୟ କାମରେ କିଛି ବିଳମ୍ବ ହୋଇପାରେ। ସହକର୍ମୀଙ୍କ ସହ ମତଭେଦ ହେଲେ କଥା ବଢ଼ାନ୍ତୁ ନାହିଁ। ପରିବାରରେ ଛୋଟ କଥାକୁ ନେଇ ଅଶାନ୍ତି ହୋଇପାରେ। ଅଟକିଥିବା କାମ ଧୀରେ ଧୀରେ ଆଗକୁ ବଢ଼ିବ।

ଧନୁ- ଭାଗ୍ୟର ସହଯୋଗରେ ଅନେକ କାମ ସହଜ ହେବ। ଉଚ୍ଚଶିକ୍ଷା କିମ୍ବା ଚାକିରି ସମ୍ବନ୍ଧୀୟ ଭଲ ସୂଚନା ମିଳିପାରେ। ଦୂରସ୍ଥ ସ୍ଥାନରୁ ଲାଭର ସୁଯୋଗ ରହିବ। ଆର୍ଥିକ ସ୍ଥିତି ଧୀରେ ଧୀରେ ଭଲ ହେବ। ଗୁରୁଜନଙ୍କ ସହଯୋଗ ମିଳିବ। ଅଧିକ ଆତ୍ମବିଶ୍ୱାସରେ ଭୁଲ ନିଷ୍ପତ୍ତି ନନିଅନ୍ତୁ।

ମକର- କାମର ଚାପ ଅଧିକ ରହିପାରେ। ଅଟକିଥିବା ଟଙ୍କା ଫେରିପାଇବାର ଆଶା ରହିବ। ବ୍ୟବସାୟରେ ପୁରୁଣା ଗ୍ରାହକଙ୍କଠାରୁ ଲାଭ ମିଳିପାରେ। ପରିବାରର ଜଣେ ବ୍ୟକ୍ତିଙ୍କ ପାଇଁ ଅଧିକ ସମୟ ଦେବାକୁ ପଡ଼ିବ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରହନ୍ତୁ। ଶରୀରକୁ ଅଧିକ ଚାପ ଦିଅନ୍ତୁ ନାହିଁ।

କୁମ୍ଭ- କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ଆସିପାରେ। ଆୟ ବଢ଼ାଇବା ପାଇଁ ନୂଆ ଯୋଜନା କରିପାରନ୍ତି। ବନ୍ଧୁ କିମ୍ବା ପରିଚିତଙ୍କଠାରୁ ଦରକାରୀ ସହଯୋଗ ମିଳିବ। ଘରେ ଖୁସିର ଖବର ଆସିପାରେ। ପୁରୁଣା ଚିନ୍ତା କିଛିଟା କମିବ। କାହାକୁ ଟଙ୍କା ଧାର ଦେବା ପୂର୍ବରୁ ଭଲଭାବେ ବିଚାର କରନ୍ତୁ।

ମୀନ- ମାନସିକ ଭାବେ ନିଜକୁ ଅଧିକ ସ୍ଥିର ଅନୁଭବ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ। ଧନ ଆସିବା ସହ ଖର୍ଚ୍ଚ ମଧ୍ୟ ରହିବ। ପରିବାରରେ ଜଣେ ବ୍ୟକ୍ତିଙ୍କ ସହଯୋଗ ମିଳିବ। ନୂଆ ଯୋଗାଯୋଗ ଭବିଷ୍ୟତରେ ଲାଭ ଦେଇପାରେ। ନିଜର ଗୁପ୍ତ କଥା ସମସ୍ତଙ୍କ ସହିତ ଆଲୋଚନା କରନ୍ତୁ ନାହିଁ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682