ମେଷ- କର୍ମକ୍ଷେତ୍ରରେ ସଫଳତା ସହ ଶୁଭଫଳ ପ୍ରାପ୍ତି ହେବ। ପରିବାରରେ ଆନନ୍ଦର ବାତାବରଣ ରହିବ ଏବଂ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଅଟକି ରହିଥିବା ଧନ ପ୍ରାପ୍ତ ହେବ। ସହକର୍ମୀଙ୍କ ସହ ସମ୍ପର୍କ ଅଧିକ ମଧୁର ହେବ।

ବୃଷ- ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ବ୍ୟବସାୟରେ ନୂତନ ସୁଯୋଗ ମିଳିବ ଏବଂ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ। ବନ୍ଧୁମାନଙ୍କ ଗ୍ରହଣରେ ସମୟ ଆନନ୍ଦମୟ ହେବ। ନୂତନ ବିନିଯୋଗରୁ ଆଶାତୀତ ଲାଭ ମିଳିବ।

ମିଥୁନ- ଚିନ୍ତାମୁକ୍ତ ରହି ନିଜ କାର୍ଯ୍ୟରେ ଧ୍ୟାନ ଦିଅନ୍ତୁ। ବନ୍ଧୁମାନଙ୍କ ସହଯୋଗ ମିଳିବ ଏବଂ ଆକସ୍ମିକ ଧନଲାଭର ଯୋଗ ରହିଛି। ପରିବାରର ସହଯୋଗ ସହାୟକ ହେବ। ଦୂରଯାତ୍ରାର ସୁଯୋଗ ସୃଷ୍ଟି ହୋଇପାରେ।

କର୍କଟ- ଘାତଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନ କରନ୍ତୁ। ଯାନବାହାନ ଚଳାଚଳ, ବାଦବିବାଦ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସଜାଗ ରହିବା ଆବଶ୍ୟକ। ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଆର୍ଥିକ କାରବାରରେ ସତର୍କତା ଅବଲମ୍ବନ କରନ୍ତୁ।

ସିଂହ- ରାଶିରେ ଚନ୍ଦ୍ର ସଂଚାର କରୁଛନ୍ତି। ମନପ୍ରସନ୍ନ ରହିବ, କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ ଏବଂ ସମସ୍ତ କାର୍ଯ୍ୟ ସୁଚାରୁରୂପେ ସମ୍ପାଦିତ ହେବ। ନୂତନ ଯୋଜନା ସଫଳ ହେବ। ପ୍ରତିଯୋଗିତାରେ ବିଜୟୀ ହେବେ।

କନ୍ୟା- କର୍ମକ୍ଷେତ୍ରରେ ଆଶାତୀତ ସଫଳତା ମିଳିବ। ପାରିବାରିକ ସୁଖସାନ୍ତି ବୃଦ୍ଧି ପାଇବ ଏବଂ ଦୂରଯାତ୍ରା ସୁଫଳଦାୟୀ ହେବ। ଆର୍ଥିକ ପ୍ରଗତି ବଜାୟ ରହିବ। ସମ୍ପର୍କୀୟଙ୍କଠାରୁ ଶୁଭ ଖବର ମିଳିବ।

ତୁଳା- ନୂତନ ଯୋଜନାରେ ସଫଳତା ମିଳିବ। ସନ୍ତାନଙ୍କ ତରଫରୁ ଶୁଭ ସମ୍ବାଦ ପାଇବେ ଏବଂ ଆୟର ନୂତନ ପନ୍ଥା ଉନ୍ମୁକ୍ତ ହେବ। ସାମାଜିକ ସମ୍ମାନ ବୃଦ୍ଧି ପାଇବ। ପୁରୁଣା ସମସ୍ୟାର ସମାଧାନ ହେବ।

ବିଛା- ମାନସିକ ଶାନ୍ତି ମିଳିବ। ବ୍ୟବସାୟରେ ଲାଭ ହେବା ସହ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ପାରିବାରିକ ସହଯୋଗ ଆପଣଙ୍କ ମନୋବଳ ବଢ଼ାଇବ। ଗୃହକୁ ଅତିଥିଙ୍କ ଆଗମନ ହୋଇପାରେ।

ଧନୁ- ପରିଶ୍ରମର ପୂର୍ଣ୍ଣ ଫଳ ମିଳିବ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ ଏବଂ ପାରିବାରିକ ସମ୍ପର୍କ ଅଧିକ ସୁଦୃଢ଼ ହେବ। ବାଣିଜ୍ୟରେ ନୂତନ ଲାଭ ମିଳିବ। ଆତ୍ମବିଶ୍ୱାସ ସହ କାର୍ଯ୍ୟ କରି ସଫଳ ହେବେ।

ମକର- ଘାତଚନ୍ଦ୍ର ପ୍ରଭାବ ଯୋଗୁ କାର୍ଯ୍ୟକ୍ଷେତ୍ରରେ ସତର୍କ ରୁହନ୍ତୁ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ କୌଣସି ନୂତନ ବିନିଯୋଗରୁ ଦୂରେଇ ରୁହନ୍ତୁ। ଅନାବଶ୍ୟକ ଖର୍ଚ୍ଚରୁ ନିଜକୁ ନିବୃତ୍ତ ରଖନ୍ତୁ। ଗୁରୁଜନଙ୍କ ପରାମର୍ଶ ମାନି ଚଳନ୍ତୁ।

କୁମ୍ଭ- ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବ୍ୟବସାୟରେ ଅଗ୍ରଗତି ହେବ ଏବଂ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ବୁଦ୍ଧିମତ୍ତା ଦ୍ୱାରା ଜଟିଳ ସମସ୍ୟାର ସମାଧାନ ହେବ। ନୂତନ ଦ୍ରବ୍ୟ କ୍ରୟ କରିବାର ଯୋଗ ରହିଛି।

ମୀନ- ଶତ୍ରୁମାନେ ପରାଜିତ ହେବେ। ସ୍ବାସ୍ଥ୍ୟ ଭଲ ରହିବ ଏବଂ ସମସ୍ତ କାର୍ଯ୍ୟରେ ଅନୁକୂଳ ପରିବେଶ ସୃଷ୍ଟି ହେବ। କର୍ମକ୍ଷେତ୍ରରେ ସୁନାମ ବୃଦ୍ଧି ପାଇବ। ରୋଜଗାର ବୃଦ୍ଧିର ନୂଆ ମାର୍ଗ ମିଳିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682