ମେଷ- ଆସନ୍ତାକାଲି ଆପଣଙ୍କ ପାଇଁ ଧନ ଲାଭର ଯୋଗ ରହିଛି ଏବଂ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ମନୋନିବେଶ କରିବେ ଏବଂ ଶିକ୍ଷକଙ୍କ ପ୍ରଶଂସା ଭାଜନ ହେବେ। ନିଜର କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ଗ୍ରହଣ କରିବା ପାଇଁ ସମୟ ଅନୁକୂଳ ଅଟେ।

ବୃଷ- ଶୁକ୍ରବାର ଆପଣଙ୍କ ପାଇଁ ଘାତ ଚନ୍ଦ୍ର ରହିଛି ତେଣୁ କାର୍ଯ୍ୟରେ ହଠାତ୍ ବାଧାବିଘ୍ନ ଉପୁଜିପାରେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପଢ଼ା ପ୍ରତି ଅନାଗ୍ରହ ପ୍ରକାଶ କରିପାରନ୍ତି। ଯାନବାହନ ଚଳାଚଳ ସମୟରେ ଅଧିକ ସତର୍କତା ଅବଲମ୍ବନ କରନ୍ତୁ ଏବଂ କୌଣସି ବଡ଼ ନିଷ୍ପତ୍ତି ନେବାରୁ ନିବୃତ୍ତ ରୁହନ୍ତୁ।

ମିଥୁନ- ଆସନ୍ତାକାଲି ଶରୀର ସୁସ୍ଥ ରହିବ ଏବଂ କାର୍ଯ୍ୟରେ ପରିଶ୍ରମ ଅନୁସାରେ ସୁଫଳ ମିଳିବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ପରିବାରର ସଦସ୍ୟଙ୍କ ସହ ସମ୍ପର୍କ ମଧୁର ହେବ ଏବଂ ଆର୍ଥିକ ଦିଗଟି ମଜବୁତ୍ ରହିବ।

କର୍କଟ- ସମାଜରେ ଆପଣଙ୍କର ମାନ-ସମ୍ମାନ ବୃଦ୍ଧି ପାଇବ ଏବଂ ଅପ୍ରତ୍ୟାଶିତ ଭାବେ ଶୁଭ ଫଳ ପାଇବେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଉଚ୍ଚଶିକ୍ଷା ପାଇଁ କୌଣସି ଶୁଭ ଖବର ପାଇପାରନ୍ତି। ଦୂର ସମ୍ପର୍କୀୟଙ୍କ ସହ ଭେଟ ହୋଇପାରେ ଯାହା ଆପଣଙ୍କୁ ମାନସିକ ଶାନ୍ତି ପ୍ରଦାନ କରିବ।

ସିଂହ- ଆର୍ଥିକ କାରବାରରେ ସାବଧାନ ରୁହନ୍ତୁ କାରଣ ଧନ ନାଶ ହେବାର ଆଶଙ୍କା ରହିଛି। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନଙ୍କର ଏକାଗ୍ରତାର ଅଭାବ ଦେଖାଦେଇପାରେ। ଅନାବଶ୍ୟକ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ ଏବଂ ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ।

କନ୍ୟା- ନିଜ ରାଶିରେ ଚନ୍ଦ୍ର ଥିବାରୁ ମନରେ ଆନନ୍ଦ ଭରି ରହିବ ଏବଂ ପୁରସ୍କାର ବା ସମ୍ମାନ ପ୍ରାପ୍ତିର ଯୋଗ ଅଛି। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ସଫଳତାର ସହ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ। ଆପଣଙ୍କର ବ୍ୟକ୍ତିତ୍ୱ ପ୍ରଭାବଶାଳୀ ରହିବ ଏବଂ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ।

ତୁଳା- ଆସନ୍ତାକାଲି କୌଣସି କାରଣକୁ ନେଇ ମନସ୍ତାପ ବଢ଼ିପାରେ ଏବଂ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ବାଧା ଅନୁଭବ କରିବେ। ନିଜର ମୂଲ୍ୟବାନ ଜିନିଷପତ୍ର ପ୍ରତି ସଜାଗ ରୁହନ୍ତୁ ଏବଂ ମାନସିକ ଶାନ୍ତି ପାଇଁ ଈଶ୍ୱରଙ୍କ ଆରାଧନା କରନ୍ତୁ।

ବିଛା- ଆପଣଙ୍କ ପାଇଁ ଘାତବାର ରହିଛି ତେଣୁ ପ୍ରତ୍ୟେକ ପଦକ୍ଷେପ ସାବଧାନତାର ସହ ନିଅନ୍ତୁ। କର୍ମ କ୍ଷେତ୍ରରେ ସାମାନ୍ୟ ସୁଖ ମିଳିଲେ ମଧ୍ୟ ସଂଘର୍ଷ କରିବାକୁ ପଡ଼ିବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ପରିଶ୍ରମ ଅନୁସାରେ ଫଳ ପାଇବାରେ ବିଳମ୍ବ ହୋଇପାରେ। ଆଜି ସ୍ୱାସ୍ଥ୍ୟ ପ୍ରତି ସାମାନ୍ୟ ଅବହେଳା କରନ୍ତୁ ନାହିଁ।

ଧନୁ- ଆପଣଙ୍କ ପାଇଁ ଘାତବାର ହୋଇଥିବାରୁ କୌଣସି ବିପଦପୂର୍ଣ୍ଣ କାର୍ଯ୍ୟ କରନ୍ତୁ ନାହିଁ। ଯଦିଓ ଶତ୍ରୁଙ୍କ ଉପରେ ବିଜୟ ପ୍ରାପ୍ତି ହେବାର ସମ୍ଭାବନା ଅଛି ତଥାପି ସତର୍କ ରହିବା ଆବଶ୍ୟକ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ନିଜର ପାଠପଢ଼ା ପ୍ରତି ଅଧିକ ଯତ୍ନବାନ ହେବା ଉଚିତ।

ମକର- ଆସନ୍ତାକାଲି ମନରେ ଭୟ ଓ ଦୁର୍ବଳତା ଅନୁଭବ କରିପାରନ୍ତି ଯାହା ଫଳରେ କାର୍ଯ୍ୟରେ ଉତ୍ସାହ କମ୍ ରହିବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନଙ୍କର ପଢ଼ା ପ୍ରତି ଅନାଗ୍ରହ ଭାବ ସୃଷ୍ଟି ହୋଇପାରେ। ପରିବାରର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି।

କୁମ୍ଭ- ମୂଲ୍ୟବାନ ସାମଗ୍ରୀ ଚୋରି ହେବାର ଭୟ ରହିଛି ଏବଂ କୌଣସି ନା କୌଣସି କ୍ଷତି ହୋଇପାରେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ବାହାର ଦୁନିଆ ପ୍ରତି ଆକର୍ଷିତ ହୋଇ ପାଠପଢ଼ାରୁ ବିଚ୍ୟୁତ ହୋଇପାରନ୍ତି। ଆଜି ଆର୍ଥିକ ନେଣଦେଣ କଲାବେଳେ ସମ୍ପୂର୍ଣ୍ଣ ସତର୍କ ରୁହନ୍ତୁ।

ମୀନ- ଶୁକ୍ରବାର ଆପଣଙ୍କ ପାଇଁ ଘାତବାର ରହିଛି ତେଣୁ ବିଶେଷ ସତର୍କତା ଆବଶ୍ୟକ। ତଥାପି ବନ୍ଧୁ ମିଳନ ହେବା ଫଳରେ ମନ ସାମାନ୍ୟ ହାଲୁକା ରହିବ ଏବଂ ପତ୍ନୀଙ୍କ ସହଯୋଗ ମିଳିବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ନିଜର ପ୍ରଚେଷ୍ଟା ଜାରି ରଖିବା ଉଚିତ। ଆଜି ନିଜର ଆତ୍ମବିଶ୍ୱାସ ହରାନ୍ତୁ ନାହିଁ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - 8249826682