ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ (ଇପିଏଫଓ) ଏକ ନୂଆ ୱେବପୋର୍ଟାଲ ଲଞ୍ଚ କରିବାକୁ ଯାଉଛନ୍ତି, ଯାହାର ନାମ ହେବ ଇ-ପ୍ରାପ୍ତି। ଏହାର ଉଦ୍ଦେଶ୍ୟ ହେଲା ପୁରୁଣା ଏବଂ ନିଷ୍କ୍ରିୟ ଇପିଏଫ ଖାତାଧାରୀ ସଦସ୍ୟଙ୍କ ଉଠାଣ ସୁବ୍ୟବସ୍ଥିତ କରିବା। ଏକ ରିପୋର୍ଟ ଅନୁସାରେ ଇ-ପ୍ରାପ୍ତିର ପୁରା ନାମ ‘ଏମ୍ପ୍ଲଇଜ ପ୍ରୋଭିଡେଣ୍ଟ ଫଣ୍ଡ ଆକ୍ସେସ ପୋର୍ଟାଲ ଫର ଟ୍ରାକିଂ ଆଧାର-ବେସଡ୍ ଇନଆକ୍ଟିଭ ଆକାଉଣ୍ଟସ୍’। ଏହି ପୋର୍ଟାଲର ଘୋଷଣା କେନ୍ଦ୍ର ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଗତମାସରେ କରିଥିଲେ।

ମାଣ୍ଡବ୍ୟ କହିଥିଲେ ଯେ ଏହି ନୂଆ ପୋର୍ଟାଲ ଦ୍ୱାରା ଇପିଏଫଓ ସଦସ୍ୟ ତାଙ୍କର ପୁରୁଣା ଆକାଉଣ୍ଟ ପର୍ଯ୍ୟନ୍ତ ପହଞ୍ଚି ପାରିବେ, ଏପରିକି ସେହି ଖାତା ମଧ୍ୟ ପାଇ ପାରିବେ ଯାହାର ୟୁନିଭର୍ସାଲ ଆକାଉଣ୍ଟ ନମ୍ବର(ୟୁଏଏନ) ନାହିଁ। ଉଲ୍ଲେଖଯୋଗ୍ୟ ଯେ ଇପିଏଫଓ ସିଷ୍ଟମରେ ସୁଧାର ପରେ ୨୦୧୪ରୁ ସଦସ୍ୟଙ୍କ ଖାତା ନିମନ୍ତେ ୧୨ ଅଙ୍କ ବିଶିଷ୍ଟ ଆଇଡି ଯାହାକୁ ୟୁଏଏନ ନାମରେ ମଧ୍ୟ ଜଣାଯାଏ ଆବଣ୍ଟିତ କରିବା ଆରମ୍ଭ କରିଦେଇଥିଲେ।

ପୋର୍ଟାଲର ମୁଖ୍ୟ ବୈଶିଷ୍ଟ୍ୟ

  • ଶ୍ରମ ଓ ନିୟୋଜନ ମନ୍ତ୍ରୀ ମାଣ୍ଡବ୍ୟଙ୍କ ଅନୁସାରେ ନୂଆ ୱେବ ପୋର୍ଟାଲର ଉଦ୍ଦେଶ୍ୟ ସଦସ୍ୟଙ୍କୁ ସେମାନଙ୍କ ପୁରୁଣା ଓ ନିଷ୍କ୍ରିୟ ଭବିଷ୍ୟନିଧି ଖାତାକୁ ଟ୍ରାକ୍ କରିବା ଓ ସକ୍ରିୟ କରିବାରେ ସହାୟତା କରିବା।
  • ସେ କହିଛନ୍ତି ଯେ ଇ-ପ୍ରାପ୍ତି ପୋର୍ଟାଲ ଏକ ସୁବ୍ୟବସ୍ଥିତ ଆଧାର-ଆଧାରିତ ପ୍ରମାଣୀକରଣ ତନ୍ତ୍ର ପ୍ରଦାନ କରିବ, ଯାହାଦ୍ୱାରା ସଦସ୍ୟଙ୍କ ପୁରୁଣା ଇପିଏଫ ଆକାଉଣ୍ଟ ପର୍ଯ୍ୟନ୍ତ ପହଞ୍ଚିବାକୁ ସହାୟତା ମିଳିବ। ଯେଉଁଥିରେ ୟୁଏଏନ ଥାଇ ନପାରେ ଓ ୟୁଏଏନକୁ ଲିଂକ ଓ ସକ୍ରିୟ କରିବା ପରେ ନିଜ ପ୍ରୋଫାଇଲ ଅପଡେଟ କରିବାରେ ସହାୟତା ପାଇବେ।
  • ପୋର୍ଟାଲ ପ୍ରାରମ୍ଭିକ ପର୍ଯ୍ୟାୟରେ ସୁରକ୍ଷା ଓ ଦକ୍ଷତା ସୁନିଶ୍ଚିତ କରିବା ପାଇଁ ଏହା ସଦସ୍ୟ ଆଇଡି ଆଧାରିତ ହେବ।
  • ପରବର୍ତ୍ତି ପର୍ଯ୍ୟାୟରେ ଇ-ପ୍ରାପ୍ତି ପୋର୍ଟାଲର ପରିସର ସେହି ସଦସ୍ୟଙ୍କୁ ସାମିଲ କରିବା ପାଇଁ ସମ୍ପ୍ରସାରିତ କରାଯିବାକୁ ପରିକଳ୍ପନା କରାଯାଇଛି ଯେଉଁମାନେ ସେମାନଙ୍କ ପୁରୁଣା ଆଇଡିକୁ ମନେ ପକାଇବା ଅଥବା ସେ ପର୍ଯ୍ୟନ୍ତ ପହଞ୍ଚିବାକୁ ସକ୍ଷମ ହେଉନଥିଲେ।
  • ଏହି ପ୍ଲାଟଫର୍ମରେ ମାନୁଆଲ ହସ୍ତକ୍ଷେପ କମ ହେବା, ନ୍ୟୁନତମ ଡକ୍ୟୁମେଣ୍ଟେସନ, ପାରଦର୍ଶିତା ଓ ଦକ୍ଷତା ବୃଦ୍ଧି ହେବ ବୋଲି ଆଶା କରାଯାଉଛି।
  • ମୋଟ ଉପରେ ଆଶା କରାଯାଉଛି ନୂଆ ପୋର୍ଟାଲ ପୁରୁଣା ଇପିଏଫଓ ସଦସ୍ୟ ଛାଡିଯାଇଥିବା ଅଥବା ହରାଇଥିବା ଆକାଉଣ୍ଟକୁ ନେଇ ସାମାନ୍ୟ ଆଶ୍ୱସ୍ତ ହୋଇ ପାରନ୍ତି ଓ ସେମାନଙ୍କୁ ସେବା ନିବୃତ୍ତି ନିଧି ଫେରସ୍ତ ଦେବାର ସୁଯୋଗ ଦେବା।
  • ଏହା ଦ୍ୱାରା ଇପିଏଫଓ ସଦସ୍ୟଙ୍କ ନିମନ୍ତେ ବିତ୍ତିୟ ସମାବେଶନ ଓ ସିଧା ପହଞ୍ଚ ସୁଧାର ହେବାର ସମ୍ଭାବନା ରହିଛି।