ଭୁବନେଶ୍ୱର ୧୯।୧୦ : ମା'ଙ୍କ ଶରଣରେ ଶ୍ରଦ୍ଧାଳୁ । ଚଣ୍ଡୀପାଠରେ କମ୍ପୁଛି ଚତୁର୍ଦିଗ । ପୂଜା ମଣ୍ଡପରେ ବିରାଜିଛନ୍ତି ମା' ଜଗତଜନନୀ । ମା'ଙ୍କ ଆବହନରେ ପ୍ରକମ୍ପିତ ହେଉଛି ସମଗ୍ର ରାଜଧାନୀ। ଚଣ୍ଡୀପାଠରେ କମ୍ପୁଛି ଚତୁର୍ଦିଗ। ଚାରିଆଡେ ସୃଷ୍ଟି ହୋଇଛି ଏକ ନିଆରା ଆଧ୍ୟାତ୍ମିକ ପରିବେଶ। ତା’ମଧ୍ୟରେ ଶ୍ରଦ୍ଧାଳୁଙ୍କ ଭିଡ଼ କହିଲେ ନସରେ ।

ସକାଳୁ ସକାଳୁ ଭିଡ଼, ଦିନତମାମ ଗହଳି ଆଉ ରାତିରେ ଚକାଜାମ। ପୂଜା ମଣ୍ଡପରୁ ନେଇ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଭକ୍ତଙ୍କ ଲମ୍ବା ଧାଡ଼ି ଲାଗିଛି । ଗତକାଲି କିଛି ମଣ୍ଡପରେ ମା'ଙ୍କ ମହାଷ୍ଟମୀ ପୂଜା ଧୁମଧାମରେ ହୋଇଛି। ଆଉ କିଛି ମଣ୍ଡପରେ ସପ୍ତମୀ ପୂଜା ହୋଇଛି। ଆଜି କିଛି ମଣ୍ଡପରେ ମହାଷ୍ଟମୀ, ପୀଠରେ ମହାନବମୀ ପୂଜା। ଗାଁଠୁ ସହର ସବୁଠି ପାର୍ବଣର ପରିବେଶ। ଭୁବନେଶ୍ବର ଏବଂ କଟକରେ ଝଲସୁଛି ମାଳ ମାଳ ସୁଦୃଶ୍ୟ ତୋରଣ । ସଂଧ୍ୟା ହେଲେ ଆଲୋମାଳାରେ ଝଟକୁଛି ରାସ୍ତା ଘଟ । କେବଳ ସହର ନୁହେଁ, ଗ୍ରାମାଞ୍ଚଳରେ ମଧ୍ୟ ମା’ଙ୍କ ପୂଜାକୁ ନେଇ ଦେଖିବାକୁ ମିଳୁଛି ଉତ୍ସାହ। ଆକର୍ଷଣୀୟ ତୋରଣ ସାଙ୍ଗକୁ ରଙ୍ଗିନ ଆଲୋକମାଳାରେ ଝଲସୁଛି ପୂଜାସ୍ଥଳୀ।

Watch Video:-