ନୂଆଦିଲ୍ଲୀ: ଛାତ୍ର ଆନ୍ଦୋଳନ ଓ ବିରୋଧ ପ୍ରଦର୍ଶନ ବେଳେ ପୋଲିସ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ବିରୋଧୀ ସଂସଦରେ ପ୍ରବଳ ହଟ୍ଟଗୋଳ କରୁଛନ୍ତି । ଏସବୁ ଭିତରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯଏ ସରକାର ସଂସଦରେ ଛାତ୍ରଙ୍କ ବିରୋଧ ପ୍ରଦର୍ଶନ ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନ ସହିତ ପ୍ରତ୍ୟେକ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଗୃହ ମନ୍ତ୍ରୀ ଅମିତ୍ ଶାହ ନିଜେ ଏହି ପ୍ରସଙ୍ଗରେ ଜବାବ ଦେବେ ।

କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି, "ସରକାର ଛାତ୍ର ଆନ୍ଦୋଳନ ଏବଂ ଏହା ସହିତ ଜଡ଼ିତ ସମସ୍ତ ଗତିବିଧି ଉପରେ ସଂସଦର ନିୟମ ଏବଂ ପରମ୍ପରା ଅନୁସାରେ ବିସ୍ତୃତ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ।" ସେ ଆହୁରି କହିଛନ୍ତି, "ବିରୋଧୀଙ୍କୁ ମୋର ନିବେଦନ ଯେ ଯେତେବେଳେ ଚର୍ଚ୍ଚା ଏବଂ ଜବାବ ଦିଆଯିବ, ସେତେବେଳେ ଗୃହ ମନ୍ତ୍ରୀଙ୍କ ବକ୍ତବ୍ୟକୁ ଶାନ୍ତି ସହ ଶୁଣିବେ ଏବଂ ଗୃହ କାର୍ଯ୍ୟରେ କୌଣସି ବାଧା ଦେବେ ନାହିଁ ।"

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ସରକାର ବିଜନେସ୍ ଆଡଭାଇଜରି କମିଟି (BAC)କୁ କହିଛନ୍ତି ଯେ ଛାତ୍ର ପ୍ରତିବାଦ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ । ତଥାପି, ବିରୋଧୀ ଦଳ ରାମ ମନ୍ଦିର ଦାନ ଚୋରି ଉପରେ ଆଲୋଚନା ଚାହାନ୍ତି । ଆଜି ଆଗତ ହୋଇଥିବା ଚାରୋଟି ବିଲ୍ ଉପରେ ଆଲୋଚନା ପାଇଁ ଦୁଇ ଘଣ୍ଟା ସମୟ ଦିଆଯାଇଛି । ବିରୋଧୀ ଦଳ ଦାବି କରୁଛନ୍ତି ଯେ ଏହି ଦୁଇଟି ବିଲ୍ ସ୍ଥାୟୀ କମିଟିକୁ ପଠାଯାଉ । ଏହି ବୈଠକରେ FCRA ଏବଂ ସୀମା ନିର୍ଦ୍ଧାରଣ ବିଲ୍ ଉପରେ ଆଲୋଚନା ହୋଇନାହିଁ ।

ଗତ ସପ୍ତାହରୁ ସଂସଦରେ ହଟ୍ଟଗୋଳ

ଉଲ୍ଲେଖଯୋଗ୍ୟ ଯେ ଗତ ସପ୍ତାହରୁ ବିରୋଧୀ ଦଳ ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ବିବୃତ୍ତି ଦାବି କରି ଗୃହଠାରୁ ରାସ୍ତା ପର୍ଯ୍ୟନ୍ତ ପ୍ରତିବାଦ କରୁଛନ୍ତି । ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ଗୃହ ମନ୍ତ୍ରୀଙ୍କ ବିବୃତ୍ତି ଦାବି କରୁଛନ୍ତି । ଏବେ ସରକାର ବିବୃତ୍ତି ଦେବାକୁ ରାଜି ହୋଇଛନ୍ତି ।