କେତୁ ଗୋଚର: ଜ୍ୟୋତିଷ ଶାସ୍ତ୍ରରେ କେତୁଙ୍କୁ ଏକ ରହସ୍ୟମୟ ଛାୟା ଗ୍ରହ ଭାବେ ବିବେଚନା କରାଯାଏ । ରାହୁଙ୍କ ଭଳି କେତୁଙ୍କର ମଧ୍ୟ କୌଣସି ଭୌତିକ ଅସ୍ତିତ୍ବ ନଥାଏ, କିନ୍ତୁ ଏହାର ପ୍ରଭାବ ଜୀବନ ଉପରେ ଅତ୍ୟନ୍ତ ଗଭୀର ପଡ଼ିଥାଏ । ବର୍ତ୍ତମାନ କେତୁ ସିଂହ ରାଶି ଏବଂ ମଘା ନକ୍ଷତ୍ରରେ ବିରାଜମାନ ଅଛନ୍ତି । ଡିସେମ୍ବର ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ । ଏହାପରେ ସେ ନିଜର ନକ୍ଷତ୍ର ପରିବର୍ତ୍ତନ କରିବେ ।

ଜ୍ୟୋତିଷରେ କେତୁଙ୍କ ମହତ୍ତ୍ୱ

କେତୁଙ୍କୁ ମୋକ୍ଷ, ଆତ୍ମଜ୍ଞାନ, ବୈରାଗ୍ୟ ଏବଂ ଗଭୀର ଆଧ୍ୟାତ୍ମିକତାର କାରକ ମାନାଯାଏ । ଏହି ଗ୍ରହ ବ୍ୟକ୍ତିଙ୍କୁ ଭୌତିକ ସୁଖରୁ ଦୂରେଇ ଆଭ୍ୟନ୍ତରୀଣ ଶାନ୍ତି ଆଡ଼କୁ ନେଇଥାଏ ଏବଂ ପୂର୍ବ ଜନ୍ମର କର୍ମଫଳ ପ୍ରଦାନ କରିଥାଏ । ଜୀବନରେ ଆସୁଥିବା ଅଚାନକ ମୋଡ଼, ଆକସ୍ମିକ ଲାଭ କିମ୍ବା ଅପ୍ରତ୍ୟାଶିତ ପରିବର୍ତ୍ତନ ପଛରେ ପ୍ରାୟତଃ କେତୁଙ୍କ ପ୍ରଭାବ ଥାଏ ।

ସିଂହ ରାଶି ଏବଂ ମଘା ନକ୍ଷତ୍ରରେ କେତୁଙ୍କର ଏହି ସ୍ଥିତି କେତେକ ରାଶି ପାଇଁ ଭାଗ୍ୟର ନୂଆ ଦ୍ବାର ଖୋଲିବାରେ ସହାୟକ ହେବ:

ମେଷ ରାଶି

ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହୋଇପାରେ । ଆର୍ଥିକ ସ୍ଥିତିରେ ପୂର୍ବ ଅପେକ୍ଷା ଅଧିକ ମଜଭୁତ ହେବ । ରୋଜଗାରର ନୂଆ ସ୍ରୋତ ମଧ୍ୟ ସୃଷ୍ଟି ହୋଇପାରେ । ଯଦି କୌଣସି ପୁରୁଣା ଆଇନଗତ ମାମଲା କିମ୍ବା ବିବାଦ ଚାଲିଛି, ତେବେ ସେଥିରୁ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି । କ୍ୟାରିୟରରେ ମଧ୍ୟ ସକାରାତ୍ମକ ପରିବର୍ତ୍ତନ ଆସିପାରେ, ଯାହାଦ୍ୱାରା ଆତ୍ମବିଶ୍ୱାସ ବୃଦ୍ଧି ପାଇବ।

କର୍କଟ ରାଶି

କ୍ୟାରିୟର ଏବଂ ବ୍ୟବସାୟ ଦୃଷ୍ଟିରୁ ଏହି ସମୟ ବେଶ୍ ଫାଇଦାଜନକ ରହିବ । ନୂଆ ଦାୟିତ୍ବ ମିଳିପାରେ, ଯାହା ଆଗକୁ ଯାଇ ଆପଣଙ୍କ ଉନ୍ନତିର ରାସ୍ତା ଖୋଲିବ। ବ୍ୟବସାୟ କରୁଥିବା ଲୋକଙ୍କୁ ଲାଭର ଭଲ ସୁଯୋଗ ମିଳିପାରେ। ଏହା ସହିତ କୌଣସି ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ଆପଣଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇପାରେ।

ସିଂହ ରାଶି

କାର୍ଯ୍ୟକ୍ଷେତ୍ର ଏବଂ ପ୍ରୋଫେସନାଲ୍ ଲାଇଫ୍ରେ ଭଲ ଫଳାଫଳର ସଙ୍କେତ ରହିଛି । ଆପଣଙ୍କ ପରିଶ୍ରମର ପ୍ରଶଂସା ହେବ । ପଦ-ପ୍ରତିଷ୍ଠାରେ ମଧ୍ୟ ବୃଦ୍ଧି ଘଟିପାରେ । ତେବେ ନିଜସ୍ୱ ଜୀବନରେ କିଛି ଉତ୍ଥାନ-ପତନ ଆସିପାରେ, ତେଣୁ ପରିବାର ସହିତ ତାଳମେଳ ରଖିବା ଜରୁରି ।

ବିଛା ରାଶି

ଏହି ଗୋଚର ଆପଣଙ୍କ ପାଇଁ ଆର୍ଥିକ ଦୃଷ୍ଟିକୋଣରୁ ଶୁଭ ସଙ୍କେତ ଦେଉଛି । ଦୀର୍ଘ ଦିନରୁ ଅଟକି ରହିଥିବା ଟଙ୍କା ଫେରି ମିଳିପାରେ । ନିବେଶ ସମ୍ବନ୍ଧୀୟ ମାମଲାରେ ମଧ୍ୟ ଲାଭ ହୋଇପାରେ, କିନ୍ତୁ ଭାବିଚିନ୍ତି ପଦକ୍ଷେପ ନିଅନ୍ତୁ । କ୍ୟାରିୟରରେ ମଧ୍ୟ ଧୀରେ ଧୀରେ ସୁଧାର ଦେଖିବାକୁ ମିଳିବ ।