କେନ୍ଦ୍ରାପଡ଼ା ୧୯।୧୦ : ଜମିବାଡ଼ି ବିବାଦରୁ ତୁମୁଳକାଣ୍ଡ । କେନ୍ଦ୍ରାପଡ଼ା ସଦର ଥାନା ସୁଜାନନଗର ଗାଁରେ ଜମିବାଡ଼ି ବିବାଦରୁ ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି ଦୁଇ ଭାଇ । ଏହି ଆକ୍ରମଣ ଘଟଣା ପରେ ପୋଲିସ ଦୁଇ ଭାଇଙ୍କୁ ଥାନାରେ ଅଟକ ରଖି ଜେରା କରୁଛି ପୋଲିସ ।

ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ସୁଜାନନଗର ଗାଁର ମଞ୍ଜୁର ଖାଁ ଓ ରମଜାନ ଖାଁ ନାମକ ଦୁଇ ଭାଇ ତାଙ୍କ ପଡ଼ୋଶୀଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ l ଏ ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ କାବୁ କରି ଥାନାକୁ ଆଣିଥିଲା l ମଞ୍ଜୁର ଖାଁ ଓ ରମଜାନ ଖାଁ ଙ୍କ ଠାରୁ ବନ୍ଧୁକ, ଗୁଳି, ଓ ଖଣ୍ଡା ଜବତ ହୋଇଛି l ଜମିବାଡି ବିବାଦରୁ ଏହି ଆକ୍ରମଣ ହୋଇଥିବା ଜଣାପଡିଛି l

Watch Video:-