କନ୍ଧମାଳ: ମାନବିକତା ଦେଖାଇଲେ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ । ରାସ୍ତାକଡ଼ରେ ଗୁରୁତର ଅବସ୍ଥାରେ ପଡ଼ିଥିବା ଜଣେ ଦୁର୍ଘଟଣାଗ୍ରସ୍ତଙ୍କୁ ନିଜ ଗାଡ଼ିରେ ହସ୍ପିଟାଲ ନେଇ ଭର୍ତ୍ତି କରିଛନ୍ତି। ଜିଲ୍ଲାପାଳଙ୍କ ଏଭଳି ମାନବିକତାକୁ ପ୍ରଶଂସା କରାଯାଉଥିବା ବେଳେ ପରିବାର ଲୋକେ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

ଗୋଛାପଡ଼ା ଅଞ୍ଚଳର ସତ୍ୟ ମୋହନ ହଂସ ବାଇକ୍ରେ ଫୁଲବାଣୀ ଫେରୁଥିବା ସମୟରେ ସର୍ତ୍ତାଗୁଡ଼ା ଗ୍ରାମ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣା ପରେ ଗୁରୁତର ଅବସ୍ଥାରେ ସେ ରାସ୍ତାକଡ଼ରେ ପଡ଼ି ରହିଥିଲେ । ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିଲେ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ । ରାସ୍ତାକଡ଼ରେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖି ଜିଲ୍ଲାପାଳ ତୁରନ୍ତ ନିଜ ଗାଡ଼ି ଅଟକାଇଥିଲେ । ବିଳମ୍ବ ନକରି ସତ୍ୟ ମୋହନଙ୍କୁ ନିଜ ଗାଡ଼ିରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରିଥିଲେ ।

Also Read: ନୂଆଁଖାଇରେ ବ୍ୟାଙ୍କ ଗ୍ରାହକଙ୍କୁ ବଡ଼ ଝଟକା, ଆସନ୍ତାକାଲି ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ

ବର୍ତ୍ତମାନ ସତ୍ୟ ମୋହନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ଜିଲ୍ଲାପାଳଙ୍କ ଏଭଳି ମାନବିକ ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଉଛି । ଅସହାୟ ସମୟରେ ଜଣେ ଦୁର୍ଘଟଣାଗ୍ରସ୍ତଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ପହଞ୍ଚାଇ ଜିଲ୍ଲାପାଳ ମାନବିକତାର ଏକ ଉଦାହରଣ ସୃଷ୍ଟି କରିଛନ୍ତି ।