ଜ୍ୟୋତୀଷ: ଜୁନ୍ ୨ରେ ଗୁରୁ କର୍କଟ ରାଶିରେ ପ୍ରବେଶ କରିଥିଲେ । କର୍କଟ ଗୁରୁଙ୍କର ଉଚ୍ଚ ରାଶି ବୋଲି ଧରାଯାଏ । ସେହିପରି ଜୁଲାଇ ୨୭ରେ ଶନି ମୀନ ରାଶିରେ ପ୍ରବେଶ କରିଥିଲେ । ଏହି ରାଶିରେ ଶନି ବକ୍ରୀ (ଓଲଟା ଚଳନ) ଅବସ୍ଥାରେ ବିରାଜମାନ ଅଛନ୍ତି ଏବଂ ଡିସେମ୍ବର ୧୧ରେ ସିଧାହୋଇ ଗତି କରିବେ ।

ଜ୍ୟୋତିଷଙ୍କ କହିବା କଥା ଯେ ଗୁରୁ ଏବଂ ଶନିଙ୍କର ଏହି ଦୁର୍ଲଭ ସଂଯୋଗ ତିନୋଟି ରାଶିକୁ ଦୀପାବଳି ପର୍ଯ୍ୟନ୍ତ ବଡ଼ ଲାଭ ଦେଇପାରେ । ଜ୍ୟୋତିଷଙ୍କ କହିବା ଅନୁସାରେ ଏହି ସମୟସୀମା ଏହି ରାଶିଗୁଡ଼ିକ ପାଇଁ ଗୋଲ୍ଡେନ୍ ପିରିୟଡ୍ ଠାରୁ କମ୍ ହେବ ନାହିଁ ।

ମିଥୁନ ରାଶି

ମିଥୁନ ରାଶି ପାଇଁ ଏହି ସମୟ ଧନ ଏବଂ ସଞ୍ଚୟ ସହିତ ଜଡ଼ିତ ମାମଲାରେ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଗୁରୁ ଆପଣଙ୍କ ରାଶିରୁ ଦ୍ୱିତୀୟ ଭାବରେ ଅବସ୍ଥିତ, ଯାହାକୁ ଧନ, ପରିବାର ଏବଂ ସଞ୍ଚୟ ସହିତ ସମ୍ବନ୍ଧିତ ବୋଲି ଧରାଯାଏ । ଏଭଳି ସ୍ଥିତିରେ ଆସନ୍ତା ମାସଗୁଡ଼ିକରେ ରୋଜଗାର ବଢ଼ାଇବାର ନୂଆ ସୁଯୋଗ ସାମ୍ନାକୁ ଆସିପାରେ । ବେତନଭୋଗୀଙ୍କ ଦରମା ବୃଦ୍ଧି, ନୂଆ ଦାୟିତ୍ୱ କିମ୍ବା ଭଲ ଚାକିରିର ପ୍ରସ୍ତାବ ମିଳିପାରେ । ଯେଉଁ ଲୋକମାନେ ଚାକିରି ବଦଳାଇବାକୁ ପ୍ରସ୍ତୁତି କରୁଛନ୍ତି, ସେମାନଙ୍କ ପାଇଁ ମଧ୍ୟ ଭଲ ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ବ୍ୟବସାୟୀମାନଙ୍କୁ ପୁରୁଣା ସମ୍ପର୍କରୁ ଲାଭ ମିଳିପାରେ ଏବଂ ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିପାରେ ।

କନ୍ୟା ରାଶି

ଆସନ୍ତା ମାସଗୁଡ଼ିକରେ ଆର୍ଥିକ ଲାଭର ନୂଆ ରାସ୍ତା ଖୋଲିବାର ସମ୍ଭାବନା ରହିଛି । ଚାକିରି କରୁଥିବା ଲୋକଙ୍କୁ ପ୍ରମୋସନ୍ କିମ୍ବା କ୍ୟାରିୟରରେ ଆଗକୁ ବଢ଼ିବାର ସୁଯୋଗ ମିଳିପାରେ । ଆୟର ସାଧନଗୁଡ଼ିକରେ ବୃଦ୍ଧି ହୋଇପାରେ । କୌଣସି ପୁରୁଣା ପ୍ରୋଜେକ୍ଟ କିମ୍ବା ସମ୍ପର୍କରୁ ମଧ୍ୟ ଲାଭ ମିଳିବାର ସଙ୍କେତ ଅଛି । ଯଦି ପୂର୍ବରୁ ଆପଣ କେଉଁଠି ନିବେଶ କରିଥିଲେ, ତେବେ ସେଥିରୁ ମଧ୍ୟ ଆପଣଙ୍କୁ ଭଲ ରିଟର୍ଣ୍ଣ ମିଳିବାର ସମ୍ଭାବନା ରହିଛି । ବ୍ୟବସାୟୀ ବର୍ଗଙ୍କୁ ନୂଆ ଗ୍ରାହକ ଏବଂ କାମ ମିଳିପାରେ । ଦୀର୍ଘ ସମୟରୁ ଆର୍ଥିକ ଲାଭର ଅପେକ୍ଷା କରିଥିବା ଲୋକଙ୍କ ପାଇଁ ପରିସ୍ଥିତି ଅନୁକୂଳ ହୋଇପାରେ ।

ତୁଳା ରାଶି

ଆସନ୍ତା କିଛି ମାସ କ୍ୟାରିୟର ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ । ଗୁରୁ କର୍କଟ ରାଶିରେ ରହି ଆପଣଙ୍କ ରାଶିରୁ ୧୦ମ ଭାବକୁ ସକ୍ରିୟ କରୁଛନ୍ତି । ଜ୍ୟୋତିଷରେ ୧୦ମ ଭାବକୁ ଚାକିରି, କ୍ୟାରିୟର, ପଦ ଏବଂ ପ୍ରତିଷ୍ଠା ସହିତ ଯୋଡ଼ାଯାଏ । ଏହି ସ୍ଥିତି ଯୋଗୁଁ କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢ଼ିପାରେ । ପ୍ରମୋସନ୍, ପଦବୀରେ ପରିବର୍ତ୍ତନ କିମ୍ବା ନୂଆ ଚାକିରିର ସୁଯୋଗ ମିଳିବାର ସମ୍ଭାବନା ରହୁଛି । ଦୀର୍ଘ ସମୟରୁ ଭଲ ସୁଯୋଗର ଅପେକ୍ଷା କରିଥିବା ଲୋକଙ୍କୁ ଆସନ୍ତା ମାସଗୁଡ଼ିକରେ ଭଲ ଖବର ମିଳିପାରେ ।
​​​​​​​(ସୂଚନା: ଏହି ଲେଖାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଓ ଗ୍ରହମାନଙ୍କ ଗୋଚର ଗଣନା ଉପରେ ଆଧାରିତ । ନ୍ୟୁଜ୍ ୭ ଡିଜିଟାଲ୍ କୌଣସି କଥାର ସତ୍ୟତା ଦାବି କରେ ନାହିଁ )