ବଲାଙ୍ଗିର ୨୩।୮: ସୁନା ବ୍ୟବସାୟୀଙ୍କ ଘରୁ ଲୁଟ୍ । ଫିଲ୍ମ ଷ୍ଟାଇଲରେ ସୁନା ବ୍ୟବସାୟୀଙ୍କ ଘରୁ ଲୁଟ୍ ହୋଇଛି । ସାଉଥ ଫିଲ୍ମ ଥିରନ ଭଳି ଗାଡ଼ିରେ ଆସି ଘରେ ଥିବା ଲୋକଙ୍କୁ ମାଡ଼ ମାରି ଲୁଟି ନେଇଛନ୍ତି କୋଟିଏ ଟଙ୍କାର ସୁନା ଗହଣା । ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଅଞ୍ଚଳରେ । ଥାନାରୁ ମାତ୍ର ୧୦୦ ମିଟର ଦୂରରେ ଥିବା ମୁଖ୍ୟ ଛକ ସୁନା ବ୍ୟବସାୟୀ ଫୁଲଚନ୍ଦ ଜୈନଙ୍କ ଘରେ ଡ଼କାୟତି ହୋଇଛି । ସିନ୍ଧେକେଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି ।

ପୂରା ଘଟଣା ଥିଲା ଏମିତି

ରାତି ପ୍ରାୟ ୩ଟା ସମୟରେ ଏକ ନୂଆ ବୋଲେରୋ ଗାଡ଼ିରେ ୬ ଜଣ ଡକାୟତ ହାତରେ ମାରଣାସ୍ତ୍ର ଧରି ଫୁଲଚନ୍ଦ ଜୈନଙ୍କ ଘରେ ପଶିଥିଲେ । ୪ ଜଣ ଘରେ ପଶିଥିବା ବେଳେ ୨ ଜଣ ଡକାୟତ ବାହାରେ ଥିଲେ । ଫୁଲଚନ୍ଦ, ତାଙ୍କ ବୃଦ୍ଧା ସ୍ତ୍ରୀ ଓ ନାତୁଣୀ ଘରେ ଥିଲେ । ପୁଅ-ବୋହୂ ମେଡିକାଲ କାମରେ ରାୟପୁର ଯାଇଥିଲେ । ଡକାୟତ ମାନେ ଫୁଲଚନ୍ଦ ଏବଂ ତାଙ୍କ ସ୍ତ୍ରୀକୁ ମାଡ଼ କରିବା ସହ ଅସ୍ତ୍ରଶସ୍ତ୍ର ଦେଖାଇ ଲୁଟ୍ କରିଛନ୍ତି । ଡକାୟତ ମାନେ ଘରେ ଲାଗିଥିବା ସିସିଟିଭି ହାର୍ଡଡିସ୍କ ନେଇ ଯାଇଛନ୍ତି ।

Also Read:- କେନ୍ଦୁଝରରେ ଚାଞ୍ଚଲ୍ୟ : ଶୋ’ରୁମ୍ ଭିତରୁ ମିଳିଲା ମାଲିକାଣୀଙ୍କ ମୃତଦେହ, ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା

ଡକାୟତର ଶିକାର ହୋଇଥିବା ପରିବାର ଲୋକ ଥାନାରେ ଏତଲା ଦେଇଛନ୍ତି । ଏତଲା ଅନୁଯାୟୀ କୋଟିଏ ଟଙ୍କାର ସୁନା ଗହଣା ଏବଂ ନଗଦ ଟଙ୍କା ଲୁଟ୍ ହୋଇଛି । ସିସିଟିଭିରେ କଏଦ ହୋଇଛି ଡକାୟତଙ୍କ ଯା'ଆସ ସମୟର ଦୃଶ୍ୟ ।

Watch Video: