ନୂଆଦିଲ୍ଲୀ ୦୯। ୦୬: ଖୁବଶୀଘ୍ର ଦ୍ଵିତୀୟ ବିବାହ କରିବେ ଲୋକପ୍ରିୟ ଟିଭି ଅଭିନେତ୍ରୀ ଜେନିଫର ୱିଙ୍ଗେଟ। ସିଙ୍ଗାପୁର ବ୍ୟବସାୟୀ ୱିଲିୟମ୍ ଇସମାଇଲଙ୍କୁ ସେ ଡେଟ୍ କରୁଛନ୍ତି । ରିପୋର୍ଟ ଅନୁସାରେ, ୱିଲିୟମଙ୍କ ପ୍ରେମ ନିବେଦନକୁ ଜେନିଫର ସହମତି ଜଣାଇଛନ୍ତି। ତେବେ ଉଭୟଙ୍କ ତରଫରୁ ଏ ବିଷୟରେ କୌଣସି ଔପଚାରିକ ବୟାନ ଆସିନାହିଁ। ସୋସିଆଲ ମିଡିଆରୁ ଉଭୟଙ୍କ ବିଷୟରେ ପ୍ରଥମେ ଜଣାପଡ଼ିଥିଲା।

ଜେନିଫର ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ଚର୍ଚ୍ଚା ହେଉଛି। ଉଭୟ ଖ୍ରୀଷ୍ଟିଆନ ରୀତିନୀତିରେ ବିବାହ ଯୋଜନା କରୁଛନ୍ତି । ବିବାହ ପାଇଁ ଜାଗା ବି ଖୋଜୁଛନ୍ତି। ଚଳିତ ବର୍ଷ ଶେଷ କିମ୍ବା ଆସନ୍ତା ବର୍ଷ ଆରମ୍ଭରେ ଉଭୟ ବିବାହ କରିପାରନ୍ତି । ନିକଟରେ ଜେନିଫରଙ୍କ ନାଁ ଅଭିନେତା କରଣ ୱାହିଙ୍କ ସହ ଯୋଡ଼ା ଯାଇଥିଲା। କିନ୍ତୁ କରଣ ଏହାକୁ ସମ୍ପୂର୍ଣ୍ଣ ମିଛ ବୋଲି ସ୍ପଷ୍ଟ କରିଥିଲେ।

ଜେନିଫର ଅଭିନେତା କରଣ ସିଂହ ଗ୍ରୋବରଙ୍କୁ ପ୍ରଥମ ବିବାହ କରିଥିଲେ। ଟିଭି ସିରିଏଲ‘ଦିଲ ମିଲ ଗୟେ’ ସେଟ୍ରେ ଉଭୟଙ୍କ ସାକ୍ଷାତ ହୋଇଥିଲା। ୨୦୧୨ରେ ଉଭୟ ବିବାହ କରିଥିଲେ । କିନ୍ତୁ ୨ ବର୍ଷ ପରେ ଅଲଗା ହୋଇଗଲେ । ଏହା ପରେ କରଣ ଅଭିନେତ୍ରୀ ବିପାଶା ବସୁଙ୍କୁ ବିବାହ କଲେ।