ମୁମ୍ଵାଇ ୧୯।୦୭; ଛୋଟ ପରଦାର ଲୋକପ୍ରିୟ ଏବଂ ସୁନ୍ଦରୀ ଅଭିନେତ୍ରୀ ଜେନିଫର ୱିଙ୍ଗେଟ୍। ପୁଣିଥରେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଅଛନ୍ତି । ସେ ସିଙ୍ଗାପୁରର ଜଣେ ପ୍ରସିଦ୍ଧ ବ୍ୟବସାୟୀ ୱିଲିୟମ୍ ଇସମାଇଲ୍‌ଙ୍କୁ ଦ୍ଵିତୀୟ ଥର ବିବାହ କରିଛନ୍ତି। ଅଭିନେତ୍ରୀ ସୋସିଆଲ ମିଡିଆରେ ତାଙ୍କ ଡ୍ରିମ୍ ୱେଡିଂର ସୁନ୍ଦର ଏବଂ ରୋମାଣ୍ଟିକ୍ ଭିଡିଓ ସେୟାର କରିଛନ୍ତି।

ଏହି ଡ୍ରିମି ଭିଡିଓ ସେୟାର କରିବା ସମୟରେ, ଜେନିଫର ଏକ ସୁନ୍ଦର ଏବଂ ହୃଦୟସ୍ପର୍ଶୀ କ୍ୟାପସନ ମଧ୍ୟ ଲେଖିଛନ୍ତି। ସେ ଲେଖିଛନ୍ତି, "... ଶେଷରେ ଆମର ଭାଗ୍ୟ ସମାନ ହୋଇଗଲେ! । ଭିଡିଓଟି ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ସମସ୍ତେ ନ୍ୟୁମ୍ୟାରେଡ କପଲଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।

ଚର୍ଚ୍ଚ ୱେଡିଂର ଭିଡିଓ ଭାଇରାଲ

ଜେନିଫର ୱିଙ୍ଗେଟ୍ ଇନଷ୍ଟାଗ୍ରାମରେ ସେୟାର କରିଥିବା ଏହି ଭିଡିଓରେ ତାଙ୍କ ବିବାହର ସୁନ୍ଦର ଝଲକ ଦେଖାଯାଉଛି। ଭିଡିଓଟିରେ ହାତ ଧରିଥିବା ଦମ୍ପତିଙ୍କ ଏକ କ୍ଲୋଜ୍-ଅପ୍ ସଟ୍ ଦେଖିବାକୁ ମିଳିଛି । ଯେଉଁଥିରେ ସ୍ପଷ୍ଟ ଭାବରେ ଜେନିଫରଙ୍କ ବିବାହ ମୁଦି ଦେଖାଯାଉଛି। ଭିଡିଓଟିରେ ଲେଖା ଅଛି, "ଲେଡିଜ୍ ଆଣ୍ଡ ଜେଣ୍ଟଲମ୍ୟାନ, ଆପଣ ଦୟାକରି ଠିଆ ହେବେ କି?" ଜେନିଫର ଏକ ସୁନ୍ଦର ଧଳା ଖ୍ରୀଷ୍ଟିଆନ୍ ବିବାହ ଗାଉନ୍ ପିନ୍ଧି ଜଣେ ପରୀ ଭଳି ଦେଖାଯାଉଥିଲେ। ଅନ୍ୟପଟେ ୱିଲିୟମ୍ ଏକ କଳା ସୁଟ୍ରେ ନଜର ଆସିଥିଲେ। ଯେତେବେଳେ ସେମାନେ ଚର୍ଚ୍ଚରୁ ବାହାରିଲେ, ସେମାନଙ୍କ ଉପରେ ଫୁଲ ବର୍ଷା କରାଯାଇଥିଲା, ଏବଂ ସେମାନଙ୍କ ମୁହଁରେ ଥିବା ଖୁସି ତାଙ୍କ ଏହି ନୂତନ ଯାତ୍ରାରେ ସେମାନଙ୍କର ଆନନ୍ଦକୁ ସ୍ପଷ୍ଟ ଭାବରେ ପ୍ରତିଫଳିତ କରିଥିଲା।

​​​​​​​

ଭିଡିଓରେ, ଜେନିଫର ତାଙ୍କ ପ୍ରଶଂସକଙ୍କ ସହ ୱିଲିୟମଙ୍କୁ ପରିଚିତ କରାଇଥିଲେ। ସ୍କ୍ରିନରେ ଲେଖା ଥିଲା, "ମୋ ସ୍ୱାମୀ, ୱିଲ ସହିତ ଆନୁଷ୍ଠାନିକ ଭାବରେ ତୁମକୁ ପରିଚିତ କରାଉଛି। ଏହା ପରେ ଦମ୍ପତି ରୋମାଣ୍ଟିକ୍ ଅନ୍ଦାଜରେ କିସ୍ କରିଥିଲେ। କହିବାକୁ ଗଲେ ଏହା ଜେନିଫରଙ୍କ ଦ୍ୱିତୀୟ ବିବାହ। ୨୦୧୨ରେ, ଜେନିଫର ୱିଙ୍ଗେଟ୍ କରଣ ସିଂହ ଗ୍ରୋଭରଙ୍କୁ ବିବାହ କରିଥିଲେ। କିନ୍ତୁ ଦୁଇ ବର୍ଷ ମଧ୍ୟରେ ସେମାନଙ୍କର ଛାଡପତ୍ର ହୋଇଥିଲା। କୁହାଯାଏ ଯେ କରଣ ଜେନିଫରଙ୍କୁ ଧୋକ୍କା ଦେଇଥିଲେ। ଏବେ ଜେନିଫରଙ୍କୁ ବିବାହ ପାଇଁ ଟେଲିଭିଜନ ଇଣ୍ଡଷ୍ଟ୍ରି ଏବଂ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।