ନୂଆଦିଲ୍ଲୀ: ପ୍ରକାଶ ପାଇଲା JEE ମେନ୍ ୨୦୨୬ ସେସନ୍ ୨ ଫଳାଫଳ । ସୋମବାର ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ପରୀକ୍ଷା ଫଳ ଜାରି କରିଛି। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଅଫିସିଆଲ୍ JEE ମେନ୍ ୱେବସାଇଟ୍ jeemain.nta.nic.in ଏବଂ nta.ac.inରୁ ଫଳାଫଳ ଜାଣିପାରିବେ। JEE ମେନ୍ ୨୦୨୬ ସେସନ୍ ୨ ଫଳାଫଳରେ ଅନୁସାରେ, ଏଥର ୨୬ ଜଣ ପ୍ରାର୍ଥୀ ୧୦୦ ପ୍ରତିଶତ ହାସଲ କରିଛନ୍ତି। ଏହାର ଅର୍ଥ ହେଉଛି JEE ମେନ୍ ୨୦୨୬ ସେସନ୍ ୨ରେ ୨୬ ଜଣ ପ୍ରାର୍ଥୀ ଟପ୍ପର ହୋଇଛନ୍ତି।

ସାଧାରଣ ବର୍ଗରେ ୧୦୦ ପ୍ରତିଶତ ନମ୍ବର ରଖିଛନ୍ତି ୨୪ ଜଣ ପ୍ରାର୍ଥୀ

JEE ମେନ୍ ୨୦୨୬ ସେସନ୍ ୨ ରେଜଲ୍ଟରେ ମୋଟ ୨୬ ପ୍ରାର୍ଥୀ ୧୦୦ ପ୍ରତିଶତ ହାସଲ କରିଛନ୍ତି। ଏମାନଙ୍କ ମଧ୍ୟରୁ ୨୪ ଜଣ ସାଧାରଣ ବର୍ଗର ରହିଥିବା ବେଳେ ଜଣେ EWS ବର୍ଗର ଏବଂ ଜଣେ OBC/NCL ବର୍ଗର।

ସର୍ବାଧିକ ସ୍କୋର ହେବ ଚୂଡ଼ାନ୍ତ ମେରିଟ୍‌ ତାଲିକା ପାଇଁ ହେବ ଯୋଗ୍ୟ

ଯଦି ଜଣେ ପ୍ରାର୍ଥୀ ଉଭୟ ସେସନରେ ପରୀକ୍ଷା ଦେଇଥାନ୍ତି ତେବେ, ଦୁଇଟି ସେସନ ମଧ୍ୟରୁ ଯେଉଁ ସେସନରେ ଅଧିକ ସ୍କୋର କରିଥିବେ ତାହାକୁ ଚୂଡ଼ାନ୍ତ ମେରିଟ୍ ତାଲିକା ପାଇଁ ବିବେଚନା କରାଯିବ। ଏହା ପୂର୍ବରୁ NTA ଫାଇନାଲ ଆନ୍ସର କି ପ୍ରକାଶ କରିଥିଲା। ଅବଶ୍ୟ ସେଥରୁ ଦୁଇଟି ପ୍ରଶ୍ନକୁ ହଟାଇ ଦେଇଥିଲା।

Also Read: CBSE 10th Result: ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ, ଏମିତି କରନ୍ତୁ ଚେକ୍

ଟି ପର୍ଯ୍ୟାୟରେ କରାଯିବ JoSAA କାଉନସେଲିଂ

JEE ମେନ ସେସନ ୨ ଫଳାଫଳ ପ୍ରକାଶ ପାଇବା ପରେ ଏବେ ଜଏଣ୍ଟ ସିଟ୍ ଆଲଟମେଣ୍ଟ ଅଥରିଟି (JoSAA) ଦ୍ୱାରା କାଉନସେଲିଂ କରାଯିବ। ଏହି କାଉନସେଲିଂ ୬ଟି ପର୍ଯ୍ୟାୟରେ କରାଯିବ ଏବଂ ଏହା NIT, IIEST, IIIT, GFTTI ଏବଂ ଦେଶବ୍ୟାପୀ ଅନ୍ୟାନ୍ୟ ଇଞ୍ଜିନିୟରିଂ କଲେଜରେ ପ୍ରବେଶ ପ୍ରଦାନ କରିବ। JoSAA କାଉନସେଲିଂ ପରେ ଯଦି ସିଟ୍ ଖାଲି ରହିଥାଏ ତେବେ, କେନ୍ଦ୍ରୀୟ ସିଟ୍ ଆବଣ୍ଟନ ବୋର୍ଡ (CSAB) ଏହି ସିଟ୍‌ ସବୁ ଅତିରିକ୍ତ ପର୍ଯ୍ୟାୟ ମାଧ୍ୟମରେ ପୂରଣ କରିଥାଏ। ଏଥିପାଇଁ josaa.admissions.nic.inରେ ତଥ୍ୟ ଉପଲବ୍ଧ କରାଯିବ।

ମେ ୧୭ରେ JEE ଆଡଭାନ୍ସଡ୍ ପରୀକ୍ଷା

ଜେଇଇ ମେନ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଶ୍ରେଷ୍ଠ ୨,୫୦,୦୦୦ ପ୍ରାର୍ଥୀ IITରେ ପ୍ରବେଶ ପାଇଁ ପ୍ରବେଶିକା ପରୀକ୍ଷା JEE ଆଡଭାନ୍ସଡ୍ ପାଇଁ ଯୋଗ୍ୟ ବିବେଚିତ ହେବେ। ପଞ୍ଜୀକରଣ ଏପ୍ରିଲ ୨୩ରେ ଆରମ୍ଭ ହେବ ଏବଂ ମେ ୨ରେ ଶେଷ ହେବ। JEE ଆଡଭାନ୍ସଡ୍ ୨୦୨୬ ପରୀକ୍ଷା ମେ ୧୭ରେ ଅନୁଷ୍ଠିତ ହେବ।

JEE Main Session 2 ଟପ୍ପର ତାଲିକା

ପ୍ରାର୍ଥୀଙ୍କ ନାମ ରାଜ୍ୟ
ଆରୁଷ ସିଂହଲ ଚଣ୍ଡିଗଡ଼
ଜୋନ୍ନାଲା ରୋଶନ ମଣିଦୀପ ରେଡ୍ଡୀ ଆନ୍ଧ୍ର ପ୍ରଦେଶ
ଶ୍ରେୟସ ମିଶ୍ର ଦିଲ୍ଲୀ (ଏନସିଟି)
ମନ୍ଥ ଶିବ କାମେଶ ତେଲେଙ୍ଗାନା
ସିଦ୍ଧାର୍ଥ ଶ୍ରୀକାନ୍ତ ଆଥଲେ ମହାରାଷ୍ଟ୍ର
ନରେନ୍ଦ୍ରବାବୁ ଗାରି ମହିତ ଆନ୍ଧ୍ର ପ୍ରଦେଶ
ଥୁଙ୍ଗା ଦୁର୍ଗା ସୁପ୍ରଭାତ ଆନ୍ଧ୍ର ପ୍ରଦେଶ
ଅର୍ଣ୍ଣବ ଗାନ୍ଧୀ ହରିୟାଣା
ଶୁଭମ୍ କୁମାର ବିହାର
ଆଦିତ୍ୟ ଗୁପ୍ତା ଦିଲ୍ଲୀ (ଏନସିଟି)
ଥାମିନା ଗିରିଶ୍ ତାମିଲନାଡୁ
କବୀର ଚିଲ୍ଲର ରାଜସ୍ଥାନ
ଚିରଞ୍ଜିବ କର ରାଜସ୍ଥାନ
ଭାବେଶ ପାତ୍ର ଓଡ଼ିଶା
ଅନୟ ଜୈନ ହରିୟାଣା
ଅଥର୍ବ ପଞ୍ଜାବୀ ଦିଲ୍ଲୀ (ଏନସିଟି)
ଅର୍ଣ୍ଣବ ଗୌତମ ରାଜସ୍ଥାନ
ଡୋରାନାଲା ଭବିତେଶ ରେଡ୍ଡୀ ତେଲେଙ୍ଗାନା
ପାସାଲା ମୋହିତ୍ ଆନ୍ଧ୍ର ପ୍ରଦେଶ
ମାଧବ ବିରାଡିୟ ମହାରାଷ୍ଟ୍ର
ପୁରୋହିତ ନିମାୟ ଗୁଜରାଟ
ସାଇ ରିତ୍ବିକ ରେଡ୍ଡୀ ଭେଙ୍କଟାରେଡ୍ଡୀ ଭଲ୍ଲା ତେଲେଙ୍ଗାନା
ବିବାନ ଶରଦ ମହିଶ୍ବରୀ ତେଲେଙ୍ଗାନା 
ବିଜ୍ଜମ ଭେଙ୍କଟା ଚନ୍ଦ୍ରଶେଖର ରେଡ୍ଡୀ ଆନ୍ଧ୍ର ପ୍ରଦେଶ
ଯଶୱର୍ଦ୍ଧନ ରାଜସ୍ଥାନ
ଋଷି ପ୍ରେମନାଥ ତେଲେଙ୍ଗାନା

​​​​​​​​​​​​​​​​​​​​