ନୂଆଦିଲ୍ଲୀ ୦୩।୧୨: ରାଜ୍ୟସଭାରେ ଏତେ ଚିତ୍କାର ଶୁଣିବାକୁ ମିଳେ ଯେ, ଏବେ ମୋତେ ଶୁଣିବାରେ ସମସ୍ୟା ହେଉଛି। ଏବେ ଏହିକଥା କହିଛନ୍ତି ବଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀ ଜୟା ବଚ୍ଚନ। ସେ କହିଛନ୍ତି -ମୋତେ ଶୁଣିବାରେ ଏବେ ସମସ୍ୟା ହେଉଛି, କାରଣ ସଂସଦରେ ଖୁବ୍ ହୋ ହାଲ୍ଲାର ଶବ୍ଦ ଶୁଣିବାକୁ ହୁଏ। ଭଗବାନଙ୍କୁ ଧନ୍ୟବାନ, ମୁଁ ମୋର ସ୍ମୃତିଶକ୍ତି ହରାଇ ନାହିଁ , କିନ୍ତୁ ଶ୍ରବଣ ଶକ୍ତି କିଛି ମାତ୍ରାରେ ହ୍ରାସ ପାଇଛି।

ମୁମ୍ୱାଇରେ ଏକ ଇଭେଣ୍ଟରେ କଥାବାର୍ତ୍ତା ବେଳେ, ଜୟା ସଂସଦରେ ହେଉଥିବା ଯୁକ୍ତିତର୍କ ସହ ଅନେକ ଗୁଡ଼ିଏ କଥା ବିଷୟରେ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ସେ ବିବାହ ପରେ ଆକ୍ଟିଂ କାହିଁକି ଛାଡ଼ି ଦେଇଥିଲେ। ଜୟା କହିଥିଲେ-ଯେବେ ମୁଁ ଏହି କଥା କହୁଛି ତ ମୋ ପୁଅ ଖୁବ୍ ଚିନ୍ତିତ ହୋଇ ଯାଉଛି , କିନ୍ତୁ ଏହା ସତ କଥା। ମୁଁ ଶ୍ୱେତାର ଜନ୍ମ ପରେ ଘରୁ ମେକଅପ୍ କରି ସୁଟ୍‌କୁ ଯାଉଥିଲି , ଯାହାକି ତାଙ୍କ ସହ ଅଧିକରୁ ଅଧିକ ସମୟ ବିତାଇ ପାରିବି। ପୁଣି ଦିନେ ସେ ପଚାରିଲା, କଣ କରୁଛ ? ମୁଁ ତାଙ୍କୁ କହିଲି ଯେ, ମୁଁ ସୁଟ୍ ପାଇଁ ମେକଅପ୍ କରୁଛି। ସେ କହିଲା-ତୁମେ ଯାଅ ନାହିଁ , ପା ଙ୍କୁ ଯିବାକୁ ଦିଅ। ସେତେବେଳେ ମୁଁ ବୁଝିଲି, ଗୋଟିଏ ପିଲାର ଆଖପାଖରେ ଯେତେ ବି ଲୋକ ରୁହନ୍ତୁ ନା କାହିଁକି ତାକୁ ତାର ମାଆ ହିଁ ଦରକାର ହୋଇଥାଏ।

ଜୟା ଆହୁରି ମଧ୍ୟ କହିଛନ୍ତି ମୋତେ ଲାଗିଲା ଯେ, ଏବେ ପଛକୁ ହଟିବାର ସମୟ ଆସି ଗଲା। ମୁଁ ଫିଲ୍ମ ଅଫର ଗୁଡ଼ିକୁ ମନା କରିବା ଆରମ୍ଭ କରି ଦେଲି। ଗୋଟେ କଥା ଏହା ମଧ୍ୟ ଥିଲା ଯେ, ମୁଁ ନିଜେ ମଧ୍ୟ ବିରକ୍ତ ହୋଇ ଯାଇଥିଲି , କାରଣ ମୋତେ ଗୋଟିଏ ପ୍ରକାରର ରୋଲ୍ ମିଳୁ ଥିଲା। ଶେଷରେ ମୁଁ ଫିଲ୍ମରେ ସେତେ ଆଉ ଆକ୍ଟିଭ୍‌ ରହିଲି ନାହିଁ । ମୋ ପରିବାରକୁ ସମୟ ଦେଇଥିଲି, ଯାହା ଗୋଟେ ସ୍ତ୍ରୀ ଓ ମାଆକୁ କରିବାର ଥିଲା ।