ଭୁବନେଶ୍ୱର ୦୪।୦୨: ଯାତ୍ରାରେ ବିବାଦୀୟ ଡାଇଲଗ୍ ପାଇଁ ଫସିଥିବା ଖଳନାୟକ କାହ୍ନା ସ୍ୱାଇଁ ଓରଫ କନକଙ୍କ ଅଡୁଆ ବଢିବାରେ ଲାଗିଛି। ପ୍ରଥମେ କାହ୍ନାଙ୍କୁ ଖଣ୍ଡଗିରି ମଞ୍ଚକୁ ଚଢ଼ାଇ ଦେବେନି ବୋଲି କିନ୍ନର ଅଧିକାର କର୍ମୀ ମୀରା ପରିଡ଼ା ଚେତାବନୀ ଦେଇଥିଲେ । ମଙ୍ଗଳବାର ଅଲ ଓଡିଶା କିନ୍ନର ଓ ତୃତୀୟ ଲିଙ୍ଗି ମହାସଂଘ ପକ୍ଷରୁ କାହ୍ନାଙ୍କ ନାଁରେ ଖଣ୍ଡଗିରି ଥାନାରେ ଏତଲା ଦିଆଯାଇଛି।

ଏ ଖବରବି ପଢ଼ନ୍ତୁ:- ସାମାନ୍ୟ କଥାରୁ ବିବାଦ, ବଚସାରୁ ଚାଲିଗଲା ଫାଷ୍ଟ ପୁଡ୍ ଦୋକାନୀଙ୍କ ଜୀବନ

ସମାଜସେବୀ ପ୍ରତାପ ସାହୁଙ୍କ କହିବା ଅନୁସାରେ, କିଛିଦିନ ତଳେ କାହ୍ନା ସୁପ୍ରିମକୋର୍ଟ, ନାଲସା ଜଜମେଣ୍ଟ ଓ ପ୍ରୋଟେକ୍ସନ ଅଫ୍ ଟ୍ରାନ୍ସଜେଣ୍ଡର ଆଇନ୍ ବିରୋଧରେ ଯାଇ ଯାତ୍ରାରେ କିନ୍ନର ସମାଜକୁ ଅପମାନ କଲା ଭଳି ସଂଳାପ ପ୍ରୟୋଗ କରିଥିଲେ । ଯାହାକୁ ନେଇ ବିବାଦ ଦେଖାଦେଇଥିଲା । ଏଥିପାଇଁ କାହ୍ନା ଓ ଲେଖକ ଦୀପକ ଜେନାଙ୍କୁ ୨୪ଘଣ୍ଟା ମଧ୍ୟରେ କ୍ଷମା ପ୍ରାର୍ଥନା କରିବାକୁ କିନ୍ନର ସମାଜ ସମୟ ଦେଇଥିଲା । ହେଲେ କାହ୍ନା କ୍ଷମା ନ’ମାଗି ଓଲଟା ସେ ଭୁଲ୍ କରିନାହାନ୍ତି କ୍ଷମା କାହିଁକି ମାଗିବେ ବୋଲି ସଫେଇ ଦେଇଛନ୍ତି । ଯାହାକୁ ନେଇ ଅଲ୍ ଓଡ଼ିଶା କିନ୍ନର ଓ ତୃତୀୟ ଲିଙ୍ଗି ମହାସଂଘ କ୍ଷୁବ୍ଧ ହୋଇ ଥାନାରେ ଏତଲା ଦେଇଛନ୍ତି ।

​​​​​​​ଏ ଖବରବି ପଢ଼ନ୍ତୁ:- ବିଶ୍ଵ କର୍କଟ ଦିବସ : ଭାରତରେ ଦ୍ରୁତ ଗତିରେ ବଢୁଛି ଏହି ୫ ପ୍ରକାରର କର୍କଟ, ଯଦି ପ୍ରାରମ୍ଭିକ ଲକ୍ଷଣ ଅଛି କରନ୍ତୁ ନାହିଁ ଅଣଦେଖା...