ନୂଆଦିଲ୍ଲୀ: Japan Earthquake,tsunami warning ଶକ୍ତିଶାଳୀ ଭୂମିକମ୍ପ ଝଟ୍କାରେ ଥରିଲା ଜାପାନ। ସୋମବାର ସନ୍ଧ୍ୟାରେ ଜାପାନରେ ୭.୬ ତୀବ୍ରତାର ଭୂମିକମ୍ପ ହୋଇଛି। ଏନେଇ ମେରିକାର ଯୁକ୍ତରାଷ୍ଟ୍ର ଭୂତାତ୍ତ୍ୱିକ ସର୍ବେକ୍ଷଣ ସୂଚନା ଦେଇଛି। ଏହି ଭୂମିକମ୍ପ ପାଇଁ ଜାପାନରେ ସୁନାମୀ ସତର୍କ ସୂଚନା ଜାରି କରାଯାଇଛି। ସୁନାମୀରେ ୧୦ ମିଟର ଉଚ୍ଚାର (ପାଖାପାଖି ୩୦ ଫୁଟ୍) ଜୁଆର ଉଠିବ। ଏବଂ ଏହା ଉତ୍ତରପୂର୍ବ ଉପକୂଳକୁ ମାଡ଼ କରିବ ବୋଲି ଜାପାନ ପାଣିପାଗ ସଂସ୍ଥାରୁ ତଥ୍ୟ ନେଇ ରୟଟର୍ସ ଏହି ଖବର ପ୍ରକାଶ କରିଛି।

ଅନ୍ୟ ଏକ ଗଣମାଧ୍ୟମ ଏଏଫ୍‌ ରିପୋର୍ଟ କରିଛି ଯେ ବଡ଼ ଭୂମିକମ୍ପ ପରେ ଜାପାନରେ ୪୦ ସେଣ୍ଟିମିଟର (୧୬ ଇଞ୍ଚ) ସୁନାମି ରେକର୍ଡ କରାଯାଇଛି। ୟୁଏସ୍ ଜିଏସ୍ ଅନୁଯାୟୀ, ୧୪:୧୫ (ୟୁଟିସି) ସମୟରେ ୫୩.୧ କିଲୋମିଟର ଗଭୀରତାରେ ଭୂମିକମ୍ପ ରେକର୍ଡ କରାଯାଇଥିଲା। ଉତ୍ତର ଜାପାନର ଏକ ସହର ମିସାୱାରୁ ୭୩ କିଲୋମିଟର  ପୂର୍ବ-ଉତ୍ତରପୂର୍ବରେ ଏହାର କେନ୍ଦ୍ରସ୍ଥଳ ଥିଲା। ଏହା ଆମୋରି ଏବଂ ହୋକାଇଡୋ ଉପକୂଳରେ ମାଡ଼ ହୋଇଥିବାରୁ ଏହି ଅଞ୍ଚଳ ପାଇଁ ସୁନାମି ସତର୍କତା ଜାରି କରାଯାଇଛି।

​​​​​​​

ଜାପାନର ଉତ୍ତର ଏବଂ ପୂର୍ବର ଏକ ବଡ଼ ଅଂଶରେ ଭୂମିକମ୍ପ ହେବା ପରେ ହୋକାଇଡୋ, ଆଓମୋରି ଏବଂ ଇୱାଟେ ପ୍ରଦେଶ ପାଇଁ ସୁନାମି ଚେତାବନୀ ଜାରି କରାଯାଇଛି ବୋଲି ଜାପାନ ପାଣିପାଗ ସଂସ୍ଥା କହିଛି। ପ୍ରଶାନ୍ତ ମହାସାଗର ସୁନାମି ସତର୍କତା କେନ୍ଦ୍ରର ସୂଚନା ଅନୁସାରେ ଜାପାନରେ ହୋଇଥିବା ଭୂମିକମ୍ପରୁ ସୁନାମି ଲହରୀ ଏହାର କେନ୍ଦ୍ରସ୍ଥଳରୁ ୧୦୦୦ କିମି ଦୂର ପର୍ଯ୍ୟନ୍ତ ଜାପାନ ଏବଂ ରୁଷ ଉପକୂଳରେ ମାଡ଼ ହେବାର ସମ୍ଭାବନା ରହିଛି।