ନୂଆଦିଲ୍ଲୀ ୨୩।୦୭; ଦୀର୍ଘ ଅପେକ୍ଷାର ଅନ୍ତ ଘଟିଛି । ତାମିଲ ସୁପରଷ୍ଟାର ବିଜୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଜନ ନାୟଗନ' ଆଜି ବିଶ୍ୱବ୍ୟାପୀ ମୁକ୍ତିଲାଭ କରିଛି। ଏହି ଫିଲ୍ମକୁ ନେଇ ତାମିଲନାଡୁରେ ଦେଖିବାକୁ ମିଳିଛି ଉତ୍ସବମୁଖର ପରିବେଶ । ସିନେମା ହଲ୍ ବାହାରେ ହଜାର ହଜାର ପ୍ରଶଂସକଙ୍କ ଭିଡ଼, ଢୋଲ-ନିଶାନ, ନାଚଗୀତ ଓ କଟ୍ଆଉଟ୍ରେ କ୍ଷୀରାଭିଷେକ ମାଧ୍ୟମରେ ବିଜୟଙ୍କୁ ଭବ୍ୟ ସ୍ୱାଗତ ଜଣାଇଛନ୍ତି ଫ୍ୟାନ୍ସ। ବିଜୟଙ୍କ ସିନେମା କ୍ୟାରିୟରର ଏହା ଶେଷ ଫିଲ୍ମ ବୋଲି କୁହାଯାଉଥିବାରୁ ଏହାକୁ ନେଇ ଭାବପ୍ରବଣ ହୋଇପଡ଼ିଛନ୍ତି ତାଙ୍କ ଅଗଣିତ ଅନୁରାଗୀ ।
THALAPATHY MODE ON 🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥🔥#JanaNayagan pic.twitter.com/s2ZmZNu6gS
— Harish N S (@Harish_NS149) July 23, 2026
ଏଚ୍. ବିନୋଥଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ 'ଜନ ନାୟଗନ' ଏକ ପଲିଟିକାଲ୍ ଆକ୍ସନ୍ ଡ୍ରାମା । ଫିଲ୍ମରେ ବିଜୟଙ୍କ ସହ ପୂଜା ହେଗଡେ, ବବି ଦେଓଲ୍, ପ୍ରକାଶ ରାଜ ଓ ଗୌତମ ବାସୁଦେବ ମେନନଙ୍କ ଭଳି ଚର୍ଚ୍ଚିତ କଳାକାରମାନେ ଅଭିନୟ କରିଛନ୍ତି । ରିଲିଜ୍ ପୂର୍ବରୁ ଫିଲ୍ମଟିକୁ ନେଇ ଭାରି ଚର୍ଚ୍ଚା ହୋଇଥିଲା । ସେନ୍ସର ବିଳମ୍ବ, କାହାଣୀକୁ ନେଇ ବିବାଦ ଓ ପାଇରେସି ଭଳି ଘଟଣା ସତ୍ତ୍ୱେ ଦର୍ଶକଙ୍କ ଉତ୍ସାହରେ କୌଣସି ଭଟ୍ଟା ପଡ଼ିନଥିଲା । ରିଲିଜ୍ ଦିନ ସକାଳୁ ଚେନ୍ନାଇ ସମେତ ସମଗ୍ର ତାମିଲନାଡୁର ବିଭିନ୍ନ ସିନେମା ହଲ୍ ବାହାରେ ଉତ୍ସବର ମାହୋଲ୍ ଦେଖିବାକୁ ମିଳିଛି। ବଡ଼ ବଡ଼ କଟ୍ଆଉଟ୍, ବ୍ୟାନର୍, ଫୁଲମାଳ, ଢୋଲ-ନିଶାନ ଓ ଆତସବାଜି ମଧ୍ୟରେ ପ୍ରଶଂସକମାନେ ବିଜୟଙ୍କ ଶେଷ ସିନେମାକୁ ସ୍ୱାଗତ କରିଛନ୍ତି ।
VIDEO | Celebrations across Tamil Nadu to welcome the theatrical release of Chief Minister C Joseph Vijay starrer 'Jana Nayagan'. Fans pour milk over Vijay's poster outside a cinema hall in Madurai.#JanaNayagan #CMVijay #TamilNaduNews
— Press Trust of India (@PTI_News) July 23, 2026
(Full video available on PTI Videos -… pic.twitter.com/88FhnsQ0Xm
ଅନେକ ସ୍ଥାନରେ ପ୍ରଥମ ଶୋ' ପୂର୍ବରୁ ହିଁ ହାଉସ୍ଫୁଲ୍ ବୋର୍ଡ ଲାଗିଯାଇଥିଲା । ଅଗ୍ରୀମ ଟିକେଟ୍ ବୁକିଂରେ ମଧ୍ୟ ଫିଲ୍ମଟି ରେକର୍ଡ ସୃଷ୍ଟି କରିଛି । କେବଳ ପ୍ରଥମ ଦିନରେ କୋଟି କୋଟି ଟଙ୍କାର ଟିକେଟ୍ ବିକ୍ରି ହୋଇଥିବା ବେଳେ ତାମିଲନାଡୁ ବାହାରେ ମଧ୍ୟ କର୍ଣ୍ଣାଟକ ସହ ବିଭିନ୍ନ ରାଜ୍ୟରେ ଫିଲ୍ମକୁ ନେଇ ବିପୁଳ ଉତ୍ସାହ ଦେଖାଯାଇଛି । ରାଜନୀତିରେ ସକ୍ରିୟ ହେବା ପରେ ବିଜୟଙ୍କ ଏହା ଶେଷ ଫିଲ୍ମ ବୋଲି କୁହାଯାଉଥିବାରୁ ପ୍ରଶଂସକମାନେ ଏହାକୁ କେବଳ ଏକ ସିନେମା ନୁହେଁ, ବରଂ ତାଙ୍କ ସିନେମା ଯାତ୍ରାକୁ ଏକ ଭାବପୂର୍ଣ୍ଣ ବିଦାୟ ବୋଲି ବର୍ଣ୍ଣନା କରୁଛନ୍ତି। ସୋସିଆଲ୍ ମିଡିଆରେ #OneLastTime ଟ୍ରେଣ୍ଡ କରୁଥିବାବେଳେ ବିଜୟଙ୍କ ପ୍ରତି ଭଲପାଇବା ଓ ଶୁଭେଚ୍ଛାର ବାର୍ତ୍ତାରେ ଭରିଯାଇଛି ଇଣ୍ଟରନେଟ୍ ।
