ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ଚଣ୍ଡିଖୋଲ ସ୍ଥିତ ବାବା ଭୈରବାନନ୍ଦ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳର ବାଜିମାତ । ଚଳିତ ନିର୍ବାଚନରେ ସଭାପତି ଭାବେ ନବୀନ ପଣ୍ଡା ଓ ସାଧାରଣ ସମ୍ପାଦକ ଭାବେ ଦେବସ୍ମିତା ଜେନା ନିର୍ବାଚିତ ହୋଇଛନ୍ତି । ବିଜୟ ପରେ ଚଣ୍ଡିଖୋଲ ଛକରେ ବଡ଼ଚଣା ବିଜୁ ଜନତା ଦଳ ପକ୍ଷରୁ ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରାଯାଇଛି ।

ସୂଚନାଥାଉକି, ଏଠାରେ ଏବିଭିପି, ବିସିଜେଡି ଓ ଛାତ୍ର କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ନିର୍ବାଚନ ଲଢ଼ିଥଲେ। ମୁଖ୍ୟତଃ ଏବିଭିପି ଓ ବିସିଜେଡି ସମର୍ଥିତ ପ୍ରାର୍ଥୀ ମଧ୍ୟରେ କଡ଼ା ପ୍ରତିଦ୍ବନ୍ଦିତା ହୋଇଥିଲା। ବିଜୟୀ ପ୍ରାର୍ଥୀମାନେ ମହାବିଦ୍ୟାଳୟର ସମସ୍ୟାକୁ ସମାଧାନ କରିବା ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିକ୍ରିୟାରେ ରଖିଛନ୍ତି। କଲେଜରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଥିବାରୁ ଅଧ୍ୟକ୍ଷ ସମସ୍ତ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।