ଜୟପୁର,|୦୭ଭୟଙ୍କର ସଡୃକ ଦୁର୍ଘଚଣା । ଜୀବନ ହାରିଲେ ତିନି ଶିଶୁ । ହିଟ୍ ଆଣ୍ଡ୍ ରନ୍ କରି ପଳାଇଲା ଟ୍ରକ୍ । ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ରାଜସ୍ଥାନ ଜୟପୁରର ଅଜମେର୍ ରୋଡରେ ଥିବା ବାଇପାସ୍ ନିକଟରେ ।

ରିପୋର୍ଟ ଅନୁସାରେ, ମଙ୍ଗଳବାର ସକାଳେ ବାଇପାସ୍ ରୋଡ୍ ଫୁଟପାଥରେ କିଛି ଜଣ ବୁଲା ବିକାଳି ଠିଆ ହୋଇଥିଲେ । ଏହି ସମୟରେ ଟ୍ରକଟି ସେମାନଙ୍କ ଉପରେ ଚଢି ଯାଇଥିଲା । ଏହାସହ ସେମାନେ ବିକ୍ରି କରୁଥିବା ବେଲୁନ ଉପରେ ମଧ୍ୟ ଗାଡ଼ିଟି ମାଡ଼ି ଯାଇଥିଲା ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ମିନି ଟ୍ରକଟି ପ୍ରାୟ ୧୦୦ ମିଟର ଧରି ରାସ୍ତା କଡ଼ରେ ଲାଗିଥିବା ରେଲିଂକୁ ଭାଙ୍ଗି ଆଗକୁ ମାଡ଼ିଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ତିନି ଜଣ ଶିଶୁ ପ୍ରାଣ ହରାଇଥିଲେ । ଏହାସହ ଅନ୍ୟ ଦୁଇ ଜଣ ଗୁରୁତର ହୋଇ ପଡିଛନ୍ତି । ଆଖପାଖ ରାସ୍ତାରେ ଶିଶୁଙ୍କ ମାଂସ ଟୁକୁଡା଼ ମଧ୍ୟ ପଡିଥିଲା । ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

ସ୍ଥାନୀୟ ଏସିପି ଅମୀନ୍ ହସନଙ୍କ କହିବାନୁସାରେ, ସକାଳ ୯ଟାରେ ଦୁର୍ଘଟଣା ଘଟିଛି । ଗୋଟିଏ ପରିବାରର କିଛି ସଦସ୍ୟ କୌଣସି ଏକ ଗାଡ଼ିକୁ ଅପେକ୍ଷା କରିଥିଲେ । ଏହି ସମୟରେ ଦ୍ରୁତ ଗତିରେ ଏକ ଟ୍ରକ୍ ସେମାନଙ୍କୁ ଚାପି ଦେଇଥିଲା । ଏଥିରେ ତିନି ଜଣ ଶିଶୁ ପ୍ରାଣ ହରାଇଛନ୍ତି । ସେମାନଙ୍କ ମାତା ପିତା ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାର ତଦନ୍ତ ଜାରି ରହିତିବା ଏସିପି ପ୍ରକାଶ କରିଛନ୍ତି ।