ନୂଆଦିଲ୍ଲୀ ୦୫।୧୧; ଭାରତୀୟ କ୍ରିକେଟର ଯୁଜବେନ୍ଦ୍ର ଚହଲ ଏବଂ କୋରିଓଗ୍ରାଫର ଧନଶ୍ରୀ ବର୍ମା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଆସିଛନ୍ତି। ବିବାହର ପ୍ରାୟ ଚାରି ବର୍ଷ ପରେ, ମାର୍ଚ୍ଚ ୨୦୨୫ରେ ଏହି ଦମ୍ପତିଙ୍କର ଛାଡ଼ପତ୍ର ହୋଇଯାଇଥିଲା। ଏହି ସମୟ ମଧ୍ୟରେ, ଧନଶ୍ରୀଙ୍କୁ ସୋସିଆଲ ମିଡିଆରେ ତୀବ୍ର ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା ଏବଂ କେହି କେହି ତାଙ୍କୁ "ଟଙ୍କା ଲୋଭୀ" ବୋଲି ମଧ୍ୟ କହିଥିଲେ। ବର୍ତ୍ତମାନ, ଚହଲ ଏବଂ ଧନଶ୍ରୀ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରକୁ ଆସିଛନ୍ତି-ଏଥର ଏହାର କାରଣ ହେଉଛି ଆରଜେ ମହୱାଶଙ୍କ ଏକ ପୁରୁଣା ସାକ୍ଷାତକାର, ଯାହାର ଏକ ଅଂଶ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଏହି ଭିଡିଓ କ୍ଲିପରେ, ମହୱାଶ ଜଣେ ଏପରି ବ୍ୟକ୍ତିଙ୍କ ବିଷୟରେ କଥା ହେଉଛନ୍ତି ଯିଏ ନିଜ ଗର୍ଭବତୀ ପତ୍ନୀଙ୍କୁ ଧୋକା ଦେଇଥିଲେ। ଏହା ପରେ, ଲୋକମାନେ ତାଙ୍କର ଏହି ମନ୍ତବ୍ୟକୁ ଚହଲ ଏବଂ ଧନଶ୍ରୀଙ୍କ ଛାଡ଼ପତ୍ର ସହ ଯୋଡ଼ିବା ଆରମ୍ଭ କରିଦେଲେ। ତେବେ, ଭାଇରାଲ ହେଉଥିବା ଭିଡିଓର ସମ୍ପୂର୍ଣ୍ଣ ପ୍ରସଙ୍ଗ କିଛି ଅଲଗା କଥା କହୁଛି।

ଏକ ପୁରୁଣା ସାକ୍ଷାତକାରର କିଛି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ମହୱାଶ୍ କହୁଥିବାର ଶୁଣିବାକୁ ମିଳୁଛି, "ହେ ଭଗବାନ! ଭଲ ହେଲା ଯେ ସତ୍ୟ ସାମ୍ନାକୁ ଆସିଗଲା—ଏହି ବ୍ୟକ୍ତିଙ୍କର ଛାଡ଼ପତ୍ର ହେଲା କାରଣ ସେ ନିଜ ଗର୍ଭବତୀ ପତ୍ନୀଙ୍କୁ ପ୍ରତାରଣା କରିଥିଲେ। ଯିଏ ଥରେ ପ୍ରତାରଣା କରେ, ସେ ସବୁବେଳେ ପ୍ରତାରଣା ହିଁ କରେ; ଏହାକୁ କେହି ବଦଳାଇ ପାରିବେ ନାହିଁ। ଏହି ମନ୍ତବ୍ୟ ପରେ, ସୋସିଆଲ ମିଡିଆର ଅନେକ ୟୁଜର୍ସ ଏହାକୁ ଚହଲ ଏବଂ ଧନଶ୍ରୀ ବର୍ମାଙ୍କ ସହ ଯୋଡ଼ିଦେଲେ ଏବଂ ଭାବିଲେ ଯେ ସେ ଚହଲଙ୍କ ବିଷୟରେ କହୁଛନ୍ତି। ତେବେ, ପୂରା ଭିଡିଓକୁ ଭଲ ଭାବରେ ଦେଖିଲେ ଜଣାପଡ଼େ ଯେ ସେ ପ୍ରକୃତରେ ଅନ୍ୟ କାହା ବିଷୟରେ କହୁଥିଲେ।

ଭିଡିଓ ପଛର ପ୍ରକୃତ କାହାଣୀ କ’ଣ?

ସାକ୍ଷାତକାରର ଦ୍ୱିତୀୟ ଭାଗରେ, ଆରଜେ (RJ) ମହୱାଶ୍ ସେହି ବ୍ୟକ୍ତିଙ୍କ ବିଷୟରେ କହିଛନ୍ତି ଯିଏ ତାଙ୍କ ସହ ବିଶ୍ୱାସଘାତକତା କରିଥିଲେ। ସେ ଜଣାଇଛନ୍ତି ଯେ, ଯେତେବେଳେ ତାଙ୍କୁ ମାତ୍ର ୧୯ ବର୍ଷ ବୟସ ହୋଇଥିଲା, ସେ ଫେସବୁକ୍ ମାଧ୍ୟମରେ ଜଣେ ଯୁବକଙ୍କ ସହ ପରିଚତ ହୋଇଥିଲେ। ସେହି ଯୁବକ ଜଣକ ମଧ୍ୟ ଆଲିଗଡ଼ର ଥିଲେ। ଅନ୍ୟପକ୍ଷରେ, ୟୁଜବେନ୍ଦ୍ର ଚହଲ ହରିୟାଣାର ବାସିନ୍ଦା। ତେଣୁ, ଏହା ସ୍ପଷ୍ଟ ଯେ ମହୱାଶଙ୍କ ଭାଇରାଲ୍ ହୋଇଥିବା ମନ୍ତବ୍ୟ ଚହଲଙ୍କ ବିଷୟରେ ନଥିଲା।